ଓଡ଼ିଶାରେ ଜନ ଭାଗୀଦାରିରେ ଚାଲୁଛି ସରକାର: ଉପମୁଖ୍ୟମନ୍ତ୍ରୀ

ଜଗତ୍‌ସିଂହପୁର,୨୨।୯ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଶନିବାର ରାଜ୍ୟର ଭାଜପା ସରକାରଙ୍କ ୧୦୦ ଦିନ ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଅଭ୍ୟୁଦୟ କାର୍ଯ୍ୟକ୍ରମ ଏବଂ ବିକାଶ ମେଳା ଉଦ୍‌ଘାଟନ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଥିଲେ, ଜଗତ୍‌ସିଂହପୁର ଅଞ୍ଚଳରେ ଭରପୂର ପର୍ଯ୍ୟଟନସ୍ଥଳୀ ରହିଛି। ଏହାର ପ୍ରଚାର ପ୍ରସାର ହେଲେ ସମଗ୍ର ବିଶ୍ୱରେ ଜିଲା ଏକ ଐତିହ୍ୟ, ସଂସ୍କୃତି କେନ୍ଦ୍ର ହେବ। ବର୍ତ୍ତମାନ ସାଧାରଣ ଲୋକଟିଏ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚତ୍ ପାରୁଛି। ଏ ସରକାର ହେଉଛି ଲୋକଙ୍କ ସରକାର, ଏହା ଜନ ଭାଗୀଦାରିରେ ଚାଲୁଛି। ଓଡ଼ିଶାର ଶାସନ ଓଡ଼ିଆ ଭାଷାରେ ହେବ। ପ୍ରତ୍ୟେକ ଯୋଗ୍ୟ ମା’ ଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ପ୍ରଦାନ କରିବା ସ୍ବପ୍ନ ଆଜି ସାକାର ହୋଇଛି। ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରାଯାଇଛି। ଧାନର ଆଉ ଅଭାବୀ ବିକ୍ରି ହେବ ନାହିଁ, ଏମ୍‌ଏସ୍‌ପି ବୃଦ୍ଧି କରାଯାଇ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ। ଜିଲାରେ ସୁଭଦ୍ରା ଯୋଜନା ରେ ୧,୦୧,୬୧୩ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। କେବଳ ୧୦୦ ଦିନ ନୁହେଁ ଆହୁରି ଅନେକ ବାଟ ଯିବାର ଅଛି, ମହିଳାଙ୍କ ନେତୃତ୍ୱରେ ଓଡ଼ିଶାକୁ ସମୃଦ୍ଧ ରାଜ୍ୟ ରେ ପରିଣତ କରିବାର ଅଛି ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଥିଲେ।
ସମ୍ମାନିତ ଅତିଥିଭାବେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗଦେଇ ଓଡ଼ିଆ ଅସ୍ମିତାର ପୁନରୁଦ୍ଧାର ସହ ଜିଲାରେ ଶିଳ୍ପର ବିକାଶ ଏବଂ ବୈଷୟିକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଜଗତ୍‌ସିଂହପୁର ଏମ୍‌ପି ବିଭୁ ପ୍ରସାଦ ତରାଇ ଯୋଗଦେଇ କହିଥିଲେ, ଆଜି ମୋହନ ସରକାରଙ୍କ ୧୦୦ ଦିନର ପୂର୍ତ୍ତି ପାଳନ କରାଯାଉଛି। ମାତୃଶକ୍ତି, ଯୁବଶକ୍ତି, କୃଷକମାନଙ୍କୁ କେନ୍ଦ୍ର ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରାଯାଉଛି। ସମ୍ମାନିତ ଅତିଥି ଭାବେ ଜଗତ୍‌ସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ କହିଥିଲେ, ଏ ସରକାର ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଲୋକଙ୍କ ସମସ୍ୟା ଶୁଣୁଛନ୍ତି ବୋଲି କହିଥିଲେ। ଜିଲାପାଳ ଜେ .ସୋନାଲ ବିକାଶ ମେଳାରେ ଅଧ୍ୟକ୍ଷତା କରି ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏଥିସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍ସବରେ ମିତା ରାଣୀ ବେହେରା, ସୁଶ୍ରୀ ସଙ୍ଗୀତା ନାୟକ, ବେବିନା ପଣ୍ଡା, ଲକ୍ଷ୍ମୀକାନ୍ତି ବେହେରା, ହଜ୍‌ମୁ ବିବିଙ୍କୁ ୫୦୦୦ଟଙ୍କାର ସୁଭଦ୍ରା ସହାୟତା ରାଶି ପ୍ରଦାନ କରାଯାଇଥିଲା। ସେହିପରି ନଳିନୀ ପ୍ରଭା ସାହୁଙ୍କୁ ୪୦୦୦, ଶୈଳବାଲା ସାହୁଙ୍କୁ ୧୨, ୫୦୦ ଟଙ୍କା ସିଏମ୍‌ କିଷାନ ଯୋଜନାରେ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ଛାତ୍ରବୃତ୍ତି ଭାବେ ସ୍ମୃତି ରଞ୍ଜନ ବେହେରାଙ୍କୁ ୧୦,୦୦୦ ଟଙ୍କା ଓ ଧରିତ୍ରୀ ତରାଇଙ୍କୁ ୧୫୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସୁଭଦ୍ରା ହିତାଧିକାରୀ ସୁଶ୍ରୀ ସଙ୍ଗୀତା ନାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ପରିଡ଼ା ସୁଭଦ୍ରା ଯୋଜନାର ଜିଲା ବ୍ରାଣ୍ଡଆମ୍ବାସାଡର ଭାବେ ଘୋଷଣା କରିଥିଲେ। ଏହି ଅବସରରେ ସେ ସମସ୍ତଙ୍କୁ ସ୍ବଚ୍ଛତା ହିଁ ସେବା ପାଠ କରାଇଥିଲେ। ଶେଷରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ମେଳାରେ ଓରମାସର ସ୍ବୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ, ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ବିଭିନ୍ନ ବିଭାଗ ପକ୍ଷରୁ ୩୧ ଟି ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଥିଲା। ଏହି ମେଳା ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଶିକ୍ଷାବିତ୍‌ ସୁଭାଷ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଉତ୍ସବରେ ଜିଲା ଭାଜପା ସଭାପତି ଶ୍ରୀ ସତ୍ୟବ୍ରତ ମହାପାତ୍ର, ସାମାଜିକ କର୍ମୀ ସତ୍ୟ ସାରଥୀ ମହାନ୍ତି, ଆଇନଜୀବୀ ରାଜ କିଶୋର ବେହେରା, ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲାପାଳ ପାରାଦୀପ ଲଳିତ ମୋହନ ବେହେରା, ଜିଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?