ଦୀର୍ଘବର୍ଷ ଧରି ବନ୍ଦ ହୋଇପଡ଼ିଛି ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର
ମୋରଡ଼ା,୨୧ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଜନସାଧାରଣ ପ୍ରାୟତଃ ପଶୁ ସମ୍ପଦ ଓ ଚାଷକାର୍ଯ୍ୟ ଉପରେ ନିର୍ଭର କରି ଜୀବନଯାପନ କରନ୍ତି। ଅଧିକାଂଶ ଲୋକ ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ପାଳନ କରନ୍ତି। ସେହିପରି ଗୋରୁଙ୍କୁ ଚାଷକାର୍ଯ୍ୟରେ ନିୟୋଜିତ କରିବା…
କଳାହାଣ୍ଡିରେ ଝାଡ଼ାବାନ୍ତି: ଗାଁରେ ଡେରା ପକାଇଲା ମେଡ଼ିକାଲ ଟିମ୍
କୋକସରା,୨୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଡଙ୍ଗରିପଡା ଗ୍ରାମରେ ଗତ କିଛିଦିନ ହେବ ଝାଡ଼ାବାନ୍ତି ବ୍ୟାପୁଥିବା ଦେଖିବାକୁ ମିଳିଛି। ଗ୍ରାମର ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଏନେଇ ଖବର ମିଳିବା…
ଗଛ ଉପୁଡ଼ି ମୁଖ୍ୟରାସ୍ତାରେ ପଡ଼ିଲା, ଯାତାୟାତ ବାଧାପ୍ରାପ୍ତ
ମାଥିଲି,୨୧ା୭(ସୁବାସ ଚନ୍ଦ୍ର ଖୁଡୁପିଆ): ମୁଖ୍ୟ ରାସ୍ତା ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲା ମାଥିଲି ବ୍ଲକଠାରୁ କିଆଙ୍ଗ ଓ ଛତିଶଗଡ଼କୁ ସଂଯୋଗ କରୁଥିବା କୋରାପଲ୍ଲୀ ଗଁା ନିକଟରେ ମୁଖ୍ୟ ରାସ୍ତାରେ ଏକ ବିରାଟକାୟ ତେନ୍ତୁଳିଗଛ ରାସ୍ତା ମଝିରେ ଉପୁଡ଼ି ପଡ଼ିବାରୁ ଯାତାୟାତ…
ପାରାଦୀପ-କୁଜଙ୍ଗ ଅଞ୍ଚଳରେ ବ୍ୟାପୁଛି ଡାଇରିଆ
ପାରାଦୀପ,୨୧।୭: ଜଗତସିଂହପୁର ଜିଲା ପାରାଦୀପ-କୁଜଙ୍ଗ ଅଞ୍ଚଳରେ ଡାଇରିଆ ଆତଙ୍କ ଦେଖାଦେଇଛି। ଅଞ୍ଚଳରେ ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ପାରାଦୀପଗଡ଼ ଗାଁରେ ଝାଡ଼ାବାନ୍ତିରେ ଗୋଟିଏ ପରିବାରର ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। କାକାଙ୍କ ମୃତ୍ୟୁର ୧୩ ଦିନ ପରେ ପୁତୁରାଙ୍କ…
ରାଜପଥରେ ଓଲଟିଲା କଣ୍ଟେନର
ଛତ୍ରପୁର,୨୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପେଟ୍ରୋଲ ପମ୍ପ୍ ନିକଟ ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ କଣ୍ଟେନର ଓଲଟି ପଡ଼ିଛି। ଫଳରେ ଡ୍ରାଇଭର ଜଣକ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଟିଜି ୦୭ ୦୧୦୯…
ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ୍ ମିଲ୍ ଗୋଦାମ ଘର
ନବରଙ୍ଗପୁର,୨୧।୭: ଲଘୁଚାପ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁ ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଥିବା ଏକ ରାଇସ ମିଲ୍ ଓ ଗୋଦାମ ଘର ରବିବାର ଭୁଶୁଡ଼ି ପଡ଼ିଛି।…
ବେଆଇନ କଳାପଥର ଖାଦାନ ଉପରେ ପ୍ରଶାସନର ଚଢ଼ାଉ: ଏମିତି କହିଲେ ପୂର୍ବତନ ବିଧାୟକ…
ଯାଜପୁର,୨୧।୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା କଳାପାହାଡ ଗୁଡିକରେ ଚାଲୁଥିବା ବେଆଇନ କାର୍ଯ୍ୟ ଉପରେ ପ୍ରଶାସନ ଚଢାଉ ଜାରି ରଖିଛି । ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବାଲିଘାଟ ବିଭାଗ ସହ ତହସିଲ ପ୍ରଶାସନ, ପ୍ରଦୂଷଣ…
ପାଠକଙ୍କ ଦ୍ୱାରା ଆଦୃତ ହୋଇଛି ‘ଦାରିଙ୍ଗବାଡି ଅଭୁଲା ସ୍ମୃତି’ ପୁସ୍ତକ
ଦାରିଙ୍ଗବାଡି, ୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ରବିବାର ସାହିତ୍ୟ କାର୍ଯ୍ୟକ୍ରମ ତଥା ପୁସ୍ତକ ସମୀକ୍ଷା ସମାରୋହ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ସଂଯୋଜକ ତଥା ବରିଷ୍ଠ କବି, ସାହିତି୍ୟକ ବିଦେଶୀ…
ସାଇକେଲରେ ଘରକୁ ଫେରୁଥିଲେ, ଦଳିଦେଲା ବଣୁଆ ହାତୀ
କୁଆଁରମୁଣ୍ଡା,୨୧।୭(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ରେଞ୍ଜ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କଚାରୁ ବନାଞ୍ଚଳର ରାମପୁର ନିକଟରେ ଏକ ବଣୁଆ ହାତୀ ଜଣେ ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡି ପାଦରେ ଦଳି ମାରିଦେଇଛି।…
‘ମୁଖ୍ୟମନ୍ତ୍ରୀ ବସ’ ସେବାରୁ ବଞ୍ଚିତ କେନଝିରିଆପାଲି ପଞ୍ଚାୟତବାସୀ
ଅମରପାଲି,୨୧।୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ବସ୍ ସେବା ପାଇବାରୁ ବଞ୍ଚିତ ହେଉ ଥିବା ଅଭିଯୋଗ ହେଉଛି। ତେଣୁ ସରକାର ତୁରନ୍ତ ଏହି ପଞ୍ଚାୟତକୁ ସରକାରୀ ବସ ଚଳାଚଳ କରିବାକୁ ପଞ୍ଚାୟତବାସୀ ଦାଦି କରିଛନ୍ତି।…
ବାହାଘରକୁ ଦେଢମାସ ପୂରିନି, ଝୁଲିପଡିଲେ ନବବଧୂ
ପାଟଣା ,୨୧।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଜମୁନା ପଶି ପଞ୍ଚାୟତ ଗୋଡି ପୋଖରୀ ଗ୍ରାମରେ ବନ୍ଦ ଘର କୋଠରୀ ଭିତରୁ ରବିବାର ସକାଳେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ବିବାହିତା ମହିଳା ଜଣକ ହେଉଛନ୍ତି…
ପଞ୍ଚଭୂତରେ ବିଲୀନ ହେଲେ କମଳା ପୂଜାରୀ
ଜୟପୁର,୨୧।୭: ବିଶିଷ୍ଟ ଜୈବିକ କୃଷିବିତ୍ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜନ୍ମମାଟି ପାତ୍ରପୁର ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ହୋଇଛି। ତାଙ୍କ ସାନ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଛନ୍ତି। ଜିଲାପାଳ, ଏସ୍ପି ସେଠାରେ…

