ଦଲାଲଙ୍କ ହାତରେ ସ୍ଲଟ୍‌, ବ୍ଲାକ୍‌ରେ ଚାଲିଛି ବିକ୍ରି

ଜଗତ୍‌ସିଂହପୁର, ୨୫।୯ (ପ୍ରମୋଦ କୁମାର ନାୟକ): ଅତୀତରେ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟଗୁଡ଼ିକରେ ହାତଗୁଞ୍ଜା ଦେଇ ଅନେକ ପଛରେ ଆସି ଆଗୁଆ ଜମି ପଞ୍ଜୀକରଣ କରି ପାରୁଥିଲେ। ଏନେଈ ଜମି କିଣାବିକାରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଜିଲା ସବରେଜିଷ୍ଟ୍ରାର ଓ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟଗୁଡିକରେ ସ୍ଲଟ୍‌ ବୁକିଂ ବ୍ୟବସ୍ଥା କରିଛନ୍ତି। ଅର୍ଥାତ୍‌ ନିର୍ଦ୍ଦିଷ୍ଟ ଦିନ ପାଇଁ ଆଇଜିଆର୍‌ (ଇନ୍ସପେକ୍ଟର ଜେନେରାଲ ଅଫ ରେଜିଷ୍ଟ୍ରେଶନ୍‌) ପକ୍ଷରୁ ଏହି ପୋର୍ଟାଲରେ ସ୍ଲଟ୍‌ ଯୋଗାଇ ଦିଆଯାଇଥାଏ। ଯେଉଁମାନେ ଆଗୁଆ ସ୍ଲଟ୍‌ ବୁକିଂ କରିବେ ସେମାନେ ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଜମି କିଣାବିକା ପାଇଁ ସୁଯୋଗ ପାଇବାର ବ୍ୟବସ୍ଥା ଅଛି। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟହ ଜଗତ୍‌ସିଂହପୁର ଜିଲା ସବରେଜିଷ୍ଟ୍ରାର (ଡିଏସ୍‌ଆର୍‌)ଙ୍କ କାର୍ଯ୍ୟାଳୟରେ ଅତିବେଶିରେ ୧୫/୨୦ଟି ଦଲିଲ (କବଲା) ପଞ୍ଜୀକରଣ ହୋଇପାରୁଛି।
ମାତ୍ର ଦୁଃଖର କଥା ହେଲା, ଏହି ସ୍ଲଟ୍‌ ମାଗଣା ପାଇବା ସୁବିଧା ଥିଲେ ସୁଦ୍ଧା ଅର୍ଥ ଦେଇ କିଣିବାକୁ ଲୋକେ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ଦଲାଲମାନଙ୍କ ହାତ ଚିକ୍କଣ ହେଉଥିବାବେଳେ ଲୋକେ କ୍ଷତିରେ ପଡ଼ୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ଅଭିଯୋଗରେ କହିଛନ୍ତି, ପ୍ରତ୍ୟହ ଆଇଜିଆର୍‌ ପକ୍ଷରୁ ଏହି ପୋର୍ଟାଲରେ ରାତି ୧୨ଟାରୁ ଭୋର ମଧ୍ୟରେ ସ୍ଲଟ୍‌ ଛଡ଼ା ଯାଇଥାଏ। ଯେହେତୁ ଏ ସମ୍ପର୍କରେ ଅନେକେ ଜାଣନ୍ତି ନାହିଁ ତାର ଭରପୂର ସୁଯୋଗ ନେଇଥାନ୍ତି ଦଲାଲ। ଦଲାଲମାନେ ସ୍ଲଟ୍‌ ଆସିବା ସମୟକୁ ଅପେକ୍ଷା କରି ରହିଥାନ୍ତି। ଯେତେବେଳେ ଆଇଜିଆର୍‌ ପୋର୍ଟାଲରେ ସ୍ଲଟ୍‌ ଉପଲବ୍ଧ ହୁଏ ସେମାନେ ଏହା ସରିବା ପର୍ଯ୍ୟନ୍ତ ତତ୍କାଳ ଗୋଟାଏ ପରେ ଗୋଟାଏ ବୁକିଂ କରି ଚାଲିଥାନ୍ତି। ଆଉ ଖୁବ କମ ସମୟ ମଧ୍ୟରେ ଅର୍ଥାତ୍‌ ମାତ୍ର ୫/୧୦ ମିନିଟ୍‌ ଭିତରେ ଦିନକର ସମସ୍ତ ସ୍ଲଟ୍‌ ବୁକିଂ ହୋଇ ଯାଇଥାଏ। ଏହାପରେ ଆଉ ଯେଉଁମାନେ ସ୍ଲଟ୍‌ ବୁକିଂ କରିବାକୁ ଚାହିଁଲେ ମଧ୍ୟ ସମ୍ଭବ ହୋଇ ନ ଥାଏ। ଏହି ପ୍ରକ୍ରିୟାରେ ପାଖାପାଖି ୮/୧୦ ଦିନ ପର୍ଯ୍ୟନ୍ତ ସ୍ଲଟ୍‌ ବୁକିଂ ହୋଇଯାଉଥିବାରୁ ଅନେକଙ୍କ ପାଇଁ ଅସୁବିଧା ହୁଏ। ଯେହେତୁ ଜମି କିଣିବା ପାଇଁ ଲୋକଙ୍କ ଭିତରେ ବ୍ୟାକୁଳତା ଥାଏ ଏବଂ ଅଧିକ ବିଳମ୍ବ କରିବାକୁ ଅନେକ ଚାହାନ୍ତି ନାହିଁ, ତେଣୁ ବ୍ଲାକ୍‌ରେ ଦଲାଲଙ୍କଠାରୁ ସ୍ଲଟ୍‌ କିଣିବାକୁ ଚେଷ୍ଟା କରିଥାନ୍ତି। ଦଲାଲମାନେ ଏହାର ସୁଯୋଗରେ ସ୍ଲଟ୍‌ ପିଛା ୪୦୦/୫୦୦ ଟଙ୍କା ଲେଖାଏଁ ଦାବି କରିଥାନ୍ତି। ଏଥିଯୋଗୁ ଜଣକା (ଦଲାଲ) ଭଲ ଦି ପଇସା ପାଇଥାନ୍ତି। କିନ୍ତୁ ଦୁଃଖର କଥା ହେଲା ଅନେକ ସମୟରେ ଦଲାଲମାନେ ମଧ୍ୟ ଲୋକଙ୍କ ସହ ଖେଳ ଖେଳିବାକୁ ପଛାନ୍ତି ନାହିଁ। ସ୍ଲଟ୍‌ ଦେବା ପାଇଁ ଦିନ ସ୍ଥିର କରିବା ପରେ ନିରାଶ କରିଥାନ୍ତି। ଏଥିଯୋଗୁ ଦୂରଦୂରାନ୍ତରୁ ଆସୁଥିବା ଅନେକ ଲୋକ ଶାରୀରିକ, ମାନସିକ କଷ୍ଟ ପାଇବା ସହ ଖର୍ଚ୍ଚାନ୍ତ ହୋଇଥାନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଡିଏସ୍‌ଆର୍‌ ବନମାଳୀ ସେଠୀଙ୍କ ସହ ଯୋଗାଯୋଗ କରିବାରୁ ଏହା ତାଙ୍କ ପରିସରଭୁକ୍ତ ନୁହେଁ। କାରଣ ଆଇଜିଆର୍‌ ପୋର୍ଟାଲରେ ସ୍ଲଟ୍‌ ବୁକିଂ କରିବାକୁ ପଡୁଥିବାରୁ ସେଥିରେ କେହି କିଛି କରିବାର ନାହିଁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଦଲାଲମାନେ ପ୍ରଥମେ ନିଜ ନାଁରେ ସ୍ଲଟ୍‌ ବୁକିଂ କରିଥାନ୍ତି। ଏହି ସମୟରେ ମୋବାଇଲ ନମ୍ବର ଦେବା ବାଧ୍ୟତାମୂଳକ। କାରଣ ବୁକିଂ ପୂର୍ବରୁ ଓଟିପି ଉକ୍ତ ମୋବାଇଲ ନମ୍ବରକୁ ଯାଇଥାଏ। ଯେତେବେଳେ କେହି ନିର୍ଦ୍ଦିଷ୍ଟ ଦିନ ପାଇଁ ଆବଶ୍ୟକ ସଂଖ୍ୟକ ସ୍ଲଟ୍‌ କିଣିବାକୁ ଚାହିଁଥାନ୍ତି ସେତେବେଳେ ଦଲାଲ ପ୍ରଥମେ ଟଙ୍କା ସହ କ୍ରୋତା ଓ ବିକ୍ରେତାଙ୍କ ଆଧାର କିମ୍ବା ପ୍ୟାନ୍‌ କାର୍ଡର ନକଲ ରଖିଥାନ୍ତି। କାରଣ ଏହି ଆଧାର କିମ୍ବା ପ୍ୟାନ୍‌ ନମ୍ବର ବୁକିଂ ପାଇଁ ଆବଶ୍ୟକ ପଡିଥାଏ। ଏହାପରେ ଦଲାଲ ନିଜ ନାଁରେ ରଖିଥିବା ସ୍ଲଟ୍‌ ଉପଯୁକ୍ତ ସମୟରେ କ୍ୟାନସଲ୍‌ (ବାତିଲ) କରିଥାନ୍ତି। ତା’ପରେ କାଳେ କିଏ ଏହି ସ୍ଲଟ୍‌ଟି ହାତେଇ ନେବ ତେଣୁ ସମୟ ବିଳମ୍ବ ନ କରି ତତ୍କାଳ ନୂଆ ଲୋକଙ୍କ ନାଁରେ ସ୍ଲଟ୍‌ ବୁକିଂ କରିିଦେଇଥାନ୍ତି। ଏହି ମାଧ୍ୟମରେ ଦଲାଲମାନେ ଅର୍ଥ ରୋଜଗାର କରି ଚାଲିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?