ଆମ ଜିଲା ଖବର

ବେଆଇନ ମୋରମ ଚାଲାଣ ବେଳେ ଓଲଟିଲା ହାଇଓ୍ବା, ଚାପି ହୋଇଗଲେ ଡ୍ରାଇଭର

ପୁରୁଷୋତ୍ତମପୁର,୨୧ା୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଓ ତହସିଲ ଅନ୍ତର୍ଗତ ଭୂତସରସିଙ୍ଗି ପଞ୍ଚାୟତର ଝରଣ ପାହାଡ଼ରୁ ଗୁରୁବାର ବେଆଇନ ଭାବେ ମୋରମ ଚୋରା ଚଲାଣ ବେଳେ ଓଡି ୦୭ ଏ ଏଚ୍‌ ୩୩୨୭ ନମ୍ବର ବିଶିଷ୍ଟ ହାଇଓ୍ବାଟି ଓଲଟି ପଡ଼ିଛି।…

ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର,୨୧ା୧୨: ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଭୁବନେଶ୍ୱର,ବ୍ରହ୍ମପୁରରେ ଥିବା ଘର ଓ ଅଫିସ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଜାରି…

ରାତିରେ ଖସୁଛି ପାରଦ, ଜି ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର

ଜି ଉଦୟଗିରି, ୨୧।୧୨(ଶିଶିର ପଟ୍ଟନାୟକ ) ରାଜ୍ୟରେ ଦିନକୁ ଦିନ ଶୀତ ବୃଦ୍ଧି ପାଇବାରେ ଲାଗିଛି। ଜି ଉଦୟଗିରି ଲଗାତାର ଭାବେ ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଛି । ଗୁରୁବାର ସକାଳ ୮ ଘଣ୍ଟା ସୁଦ୍ଧା ଜି ଉଦୟଗିରି ସହରର…

ମହିଳାଙ୍କୁ ସ୍ବାବଲମ୍ବୀ କରିଛି କତା କଣ୍ଢେଇ

ଚାରିଛକ, ୨୧ା୧୨(ଶିଶିର ସ୍ବାଇଁ)ସାଧାରଣତଃ ନଡ଼ିଆ ଖାଇସାରିଲା ପରେ ଷଢେଇ ଓ କତାକୁ ଆମେ ଅଦରକାରୀ ଭାବି ଫିଙ୍ଗିଦେଇଥାଉ। ତେବେ କେତେଜଣ ମହିଳା ସେହି ନଡ଼ିଆକତାରେ ଗଦି, ପାପୋଛୋ, ଭଳି ଅନେକ ଘର କରଣା ଜିନିଷ ତିଆରି କରି ସ୍ବାବଲମ୍ବୀ ହେବା ସହ…

ରୋଗୀଙ୍କୁ ଯୋଗାଉଛନ୍ତି ମାଗଣା ଆମ୍ବୁଲାନ୍ସ ସେବା

ବେଗୁନିଆ,୨୧।୧୨(ହର ପ୍ରସନ୍ନ ପଣ୍ଡା)ବର୍ତ୍ତମାନ ସମୟରେ ବ୍ୟସ୍ତ ଜୀବନରେ କିଏ ବା କାହାକୁ ପଚାରେ। ଏଭଳି କ୍ଷେତ୍ରରେ ସାଧାରଣଲୋକଙ୍କ ସେବାରେ ପ୍ରଦୀପ୍ତ କୁମାର ବିଶ୍ୱାଳ ନିଜକୁ ବ୍ରତୀ କରିଛନ୍ତି। ସେମାନଙ୍କ ସୁଖ ଦୁଃଖ ବୁଝିବା ସହ ରୋଗୀ ମାଗଣା ସେବା ଯୋଗାଇ ଯୋଗାନ୍ତି।…

ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ିରେ ଅଣସ୍ବୀକୃତିପ୍ରାପ୍ତ କର୍ମଚାରୀ

ଭଦ୍ରକ, ୨୧ା୧୨(ସନାତନ ରାଉତ)ଭଦ୍ରକ ଜିଲାକୁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମିଳିଥିବା ଭ୍ରାମ୍ୟମାଣ ଗାଡ଼ିରେ ଚିକିତ୍ସା ପାଇଁ ଅଣସ୍ବୀକୃତିପ୍ରାପ୍ତ କର୍ମଚାରୀ ଯାଇଥିବା ବେଳେ ଘଟଣାସ୍ଥଳରେ ହଟହଟା ହେବାକୁ ପଡ଼ିଛି। ସୋମବାର ଭଦ୍ରକ ସହର ଜାନୁଗଞ୍ଜରେ ଏଭଳି ଘଟଣା ଘଟିଥିବା ବେଳେ ମଙ୍ଗଳବାର…

ମିଲେଟ ଚାଷ ପାଇଁ ବଢୁଛି ଆଗ୍ରହ

ଭଦ୍ରକ,୨୧ା୧୨(ସନାତନ ରାଉତ)ଭଦ୍ରକ ଜିଲାରେ ଚଳିତ ଖରିଫ ଋତୁରେ ନୂଆକରି ମିଲେଟ ଚାଷ କରାଯାଇଛି। ବ୍ୟବସାୟିକ ଫାଇଦା ଓ ସରକାରୀ ପ୍ରୋତ୍ସାହନ ବିଶେଷ କରି ମାଣ୍ଡିଆ ଚାଷୀଙ୍କୁ ଆକୃଷ୍ଟ କରିଛି। ମାଣ୍ଡିଆ ଜାତୀୟ ଖାଦ୍ୟଶସ୍ୟର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ମିଲେଟ୍‌ ମିଶନ…

ଉତ୍ପାଦନ ବଢ଼ୁଥିଲେ ବି ଅଭାବ

ବ୍ରହ୍ମପୁର,୨୧ା୧୨(ଅଶୋକ କୁମାର ସାହୁ)ଗଞ୍ଜାମ ଜିଲାରେ ପୂର୍ବାପେକ୍ଷା ମାଛ ଉତ୍ପାଦନ ବଢ଼ିଛି। ଆନ୍ଧ୍ରପ୍ରଦେଶରୁ ମାଛ ଆମଦାନୀ କମିବାରେ ଲାଗିଛି। ଜିଲାର ଚାହିଦା ପୂରଣ କରିବାରେ ଗଞ୍ଜାମ ଆଉ କେଇ ପାଦ ପଛରେ ରହିଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ତଥ୍ୟ ଅନୁସାରେ…

ଦିଗପହଣ୍ଡିର ପ୍ରମୁଖ ସେଚ ପ୍ରକଳ୍ପର ସ୍ଥିତି ଦୟନୀୟ

ଦିଗପହଣ୍ଡି,୨୧ା୧୨(ଅଶେଷ ନାଥ ମିଶ୍ର)ଦିଗପହଣ୍ଡି ବ୍ଲକରେ ଥିବା ପ୍ରମୁଖ ସେଚ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ କଂଗ୍ରେସ କୃଷକ ସେଲ ଉପସଭାପତି ବୃନ୍ଦାବନ ଖଟେଇ ବୁଧବାର ସେଚାଞ୍ଚଳ ଗୁଡ଼ିକୁ ପରିଦର୍ଶନରେ ଯାଇଥିଲେ। ଘୋଡାହାଡ ଡ଼୍ୟାମ, କହ୍ନେଇନାଳ, ଗଣିଆନାଳ କ୍ଷୁଦ୍ରସେଚ ପ୍ରକଳ୍ପର…

ଶାଗ ୩୦ ପଇସାରୁ ୧୦ ଟଙ୍କା

ଦାରିଙ୍ଗବାଡି,୨୧ା୧୨(ଅରୁଣ ସାହୁ)ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମୁଖ୍ୟ ଚାଷ ହଳଦୀରୁ ଚାଷୀ ମୁହଁ ଫେରାଇ ନେଲେଣି। ଉଦ୍ୟାନ ଚାଷ କରି ଏବେ ଚାଷୀ ଲାଭବାନ ହେଉଥିବା ବେଳେ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି। ଏଭଳି ଜଣେ ଉଦ୍ୟାନ ଚାଷରେ କେବଳ ଶାଗ ଚାଷ…

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଲେ ବ୍ରହ୍ମପୁର ଏମ୍‌ପି

ଗୋପାଳପୁର,୨୦ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳାବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗୋଳାବନ୍ଧସ୍ଥିତ ସାମରିକ ବାହିନୀ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ ସହ ପାଚେରି ନିର୍ମାଣ ନେଇ ସ୍ଥାନୀୟ ଲୋକେ ବିଭିନ୍ନ ସମୟରେ ହଇରାଣ ହେଉଥିବା ନେଇ ବ୍ରହ୍ମପୁର ଏମ୍‌ପିଙ୍କୁ ଅବଗତ କରେଇଥିଲେ।…

ସାଇକେଲକୁ ମୁହାଁମୁହିଁ ଧକ୍କା ଦେଲା ବାଇକ୍‌: ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ଛତ୍ରପୁର,୨୦ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ପିଏଚ୍‌ଡି ରାସ୍ତା ଚାରିଛକଠାରେ ସାଇକେଲ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁଇ ଜଣଙ୍କର ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ମୃତକ ଦୁଇ ଜଣ ରୁକୁଣି ଗାଁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri