ରାସ୍ତା ପାଲଟିଛି ସମସ୍ୟା: ଖଟିଆରେ ବୁହାହେଲେ ରୋଗୀ

ବାଲିଗୁଡା,୩୦।୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ବହୁ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପହଞ୍ଚି ପାରିନାହିଁ। ଅନେକ ସମୟରେ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦେଖାଯାଇ ଥାଏ ବିଭିନ୍ନ ପ୍ରକାର ସମସ୍ୟା। କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକର ଆଦିବାସୀ ଅଧୁଷିତ ତଥା ମାଓ ପ୍ରବଣ ଅଞ୍ଚଳ ଭାବେ ପରଚିତ ଦୁର୍ଗାପଙ୍ଗା ପଞ୍ଚାୟତରେ ଏପରି ଅବସ୍ଥା ଦେଖିବାକୁ ମିଳିଛି l ଉକ୍ତ ପଞ୍ଚାୟତ ଅନ୍ତର୍ଗତ କାଣିବାରୁ ଓ ସିନ୍ଧିବାଲି ଆଦି ଗ୍ରାମରେ ଅଖାଦ୍ୟ ଖାଇ ପ୍ରାୟ ୧୫ ରୁ ଊଦ୍ଧର୍‌ବ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ କୋଟଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ଖବର ମିଳିଛି। ତେବେ ଦୁଇ ଦିନରେ ୩ ଜଣଙ୍କର ମୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଧୁଣା ଜାନୀ(୬୦), କୁଡ଼ୁକୁଙ୍ଗା ଆଲୁମାଝୀ (୬୦) ଏବଂ ଟାପାରି ମାଝୀ (୩୨) ବୋଲି ଜଣାଯାଇଛି।

ତେବେ କାଣିବାରୁ ଓ ସିନ୍ଧିବାଲି ଗ୍ରାମକୁ ଯାତାୟତ ପାଇଁ ରାସ୍ତାନଥିବା ଯୋଗୁଁଁ ରୋଗୀ ମାନଙ୍କୁ ଡ଼ାକ୍ତରଖାନା ଆଣିବାରେ ନାହିଁ ନ ଥିବା ସମସ୍ୟା ଉପୁଜିଥିବାର ଦେଖାଯାଇଛି। ରିପୋର୍ଟ ଲେଖାହେବା ସୁଦ୍ଧା ଦୁଇ ଦିନରେ ଉକ୍ତ ଗ୍ରାମ ମାନଙ୍କର ପ୍ରାୟ ୨୦ଜଣଙ୍କର ବିଭିନ୍ନ ପ୍ରକାର ଚିକିତ୍ସା କରାଯାଇଥିବା ବେଳେ ବର୍ତ୍ତମାନ କୋଟଗଡ଼଼ ଡ଼ାକ୍ତରଖାନାରେ ୮ ଜଣ ଓ ଗ୍ରାମରେ ଅନ୍ୟ ମାନେ ଚିକିତ୍ସିତ ହେଉଥିବାର ଜଣାଯାଇଛି। ରାସ୍ତା ନ ଥିବା ଯୋଗୁ ନିଜେ ମୋବାଇଲ ହେଲଥ ୟୁନିଟର ଡାକ୍ତର ଡ଼.ଅଶୋକ କୁମାର ସାମଲ ଓ ଅନ୍ୟମାନେ ରୋଗୀ ମାନଙ୍କୁ ପ୍ରାୟ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଖଟିଆରେ ବୋହି ଆଣିବା ପରେ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ କୋଟଗଡ଼଼ ଡାକ୍ତରଖାନାକୁ ପଠାଇଥିବାର ଜଣାପଡିଛି।

ପ୍ରକାଶ ଯେ, ଦୁର୍ଗପାଙ୍ଗାରେ ଥିବା ଡ଼ାକ୍ତର ଜର୍ଜ ଦୀପକ ଦୁର୍ଗାଦତଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିବା କିଛି ରୋଗୀ କାଣିବାରୁ ଓ ସିନ୍ଧିବାଲିରେ କେତେକ ଲୋକ ଜ୍ୱର , ଝାଡ଼ା , ବାନ୍ତି ଏବଂ ପେଟବଥାରେ ଆକ୍ରାନ୍ତ ଥିବାର ଖବର ଦେବା ପରେ ତୁରନ୍ତ ଡ଼ାକ୍ତରି ଦଳ ଉକ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଥିଲା। ତେବେ ଉକ୍ତ ଗ୍ରାମକୁ ଯାତାୟତ ପାଇଁ ରାସ୍ତା ନ ଥିବା ଯୋଗୁ ଆମ୍ବୁଲାନ୍ସ ଡିମିଲି ପର୍ଯ୍ୟନ୍ତ ଯାଇ ପାରିଥିଲା। ଉକ୍ତ ଦୁଇଟି ଗ୍ରାମ ଡିମିଲି ଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଥିବା ବେଳେ ଗ୍ରାମବାସୀ, ଡାକ୍ତରୀ ଟିମ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ଗୁରୁତର ମାନଙ୍କୁ ନିଜେ ଖଟିଆରେ ବୋହି ଡିମିଲି ପର୍ଯ୍ୟନ୍ତ ଆଣିବା ପରେ ସେଠାରୁ କୋଟଗଡ଼଼ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଉଥିବାର ଡାକ୍ତରମାନେ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ପ୍ରକାରେ ଉକ୍ତ ଗ୍ରାମରେ ଗତ ୩ ତିନ ତଳେ ଏକ ଭୋଜି ହୋଇଥିଲା। ଉକ୍ତ ଭୋଜି ଖାଇବା ପରେ ଅନେକ ଏଭଳି ଭାବେ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। କୋଟଗଡ଼଼ରେ ଏକ ସ୍ବତନ୍ତ୍ର ଟିମ ଆକ୍ରାନ୍ତ ମାନଙ୍କର ଚିକିତ୍ସା ଚଳାଇଥିବାର ଜଣାଯାଇଛି। ଏକାଧିକ ଗୁରୁତର ମାନଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ମଧ୍ୟ ଚିକିତ୍ସା ପାଇଁ ପଠାଯାଇଥିବାର ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଦିନରେ ୧୩ ଜଣ ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ, କିଏ କେଉଁ ଜୋନ୍‌ରୁ ଦେଖନ୍ତୁ ପୂରା ଲିଷ୍ଟ

ଛତ୍ରପୁର,୧୭।୬ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଯୋଜନା କମିଟି ସଦସ୍ୟ ଲାଗି ଆଜି ଶେଷ ଦିନରେ ୧୩ ଜଣ ଜିଲା ପରିଷଦ ସଭ୍ୟ / ସଭ୍ୟା ସେମାନଙ୍କ…

ଅଧା ରହିଗଲା ବିଜୟର ଖୁସି! ସିରାଜ, ତିଳକଙ୍କ ସମେତ ୩ କ୍ରିକେଟରଙ୍କୁ ଲିଗାଲ ନୋଟିସ୍‌, ବଢ଼ିଲା… 

ହାଇଦ୍ରାବାଦ,୧୭।୬: ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରିଦେଶୀୟ ସିରିଜ୍‌ର ଫାଇନାଲ୍‌ରେ ପ୍ରବେଶ କରି ଭାରତୀୟ ଏ-ଦଳ (India A) ଉତ୍ସବ ମନାଉଥିବା ବେଳେ ଅଧିନାୟକ ତିଲକ ବର୍ମାଙ୍କୁ ଏକ ବଡ଼…

ବଲାଙ୍ଗୀର ଜିଲା ଯୁବମୋର୍ଚ୍ଚା କମିଟି ଘୋଷଣା: ଜାଣନ୍ତୁ କାହାକୁ କାହାକୁ ମିଳିଲା ଦାୟିତ୍ୱ

ବଲାଙ୍ଗୀର,୧୭।୬(ସୁନୀଲ କୁମାର ମହାନ୍ତି ): ଆଜି ରାଜ୍ୟ ନିର୍ଦ୍ଦେଶ କ୍ରମେ ଓ ଜିଲା ଭାଜପା ପକ୍ଷରୁ ବିଧିବଦ୍ଧ ଭାବେ ବଲାଙ୍ଗୀର ଜିଲା ଭାଜପା ଯୁବମୋର୍ଚ୍ଚା କମିଟି ଘୋଷଣା…

ଧାର ଟଙ୍କା ପରିଶୋଧକୁ କେନ୍ଦ୍ରକରି ଛୁରୀରେ ମରଣାନ୍ତକ ଆକ୍ରମଣ ; ଜାମିନ ଆବେଦନ ଖାରଜ ହେବାରୁ ୨ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର ଚନ୍ଦନ ସ୍ବାଇଁଙ୍କ ଠାରୁ ଗ୍ରାମର ଏ.ସନ୍ତୋଷ ପାତ୍ର ଗତ ପ୍ରାୟ ୩ ମାସ ପୂର୍ବେ…

ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଶତାଧିକ ଚାଷୀ

ତିହିଡ଼ି,୧୭ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ ଧାନ ଅମଳ…

ଭାଜପାରେ ସାମିଲ ହେଲେ ବିଜେଡି-କଂଗ୍ରେସର ବହୁ କର୍ମକର୍ତ୍ତା

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ସଦର ବ୍ଲକ କଲ୍ୟାଣମଣ୍ଡପଠାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ମାଲକାନଗିରି ବିଧାୟକ…

ପ୍ରବଳ ଖରା ଯୋଗୁ ସକାଳୁଆ ସ୍କୁଲ, ଜାଣନ୍ତୁ କେଉଁ ଜିଲାରେ ହେଲା ଘୋଷଣା

ନୂଆପଡା,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଆନ୍ତଃଜିଲା ବାଇକ ଚୋରି ର଼୍ୟାକେଟ୍‌ର ପର୍ଦ୍ଦାଫାଶ, ୭ ଗିରଫ

ରିଷିଡା ୧୭।୬: (ସୁଶାନ୍ତ ମଲ୍ଲିକ): ମ.ରାମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆନ୍ତଃ ଜିଲା ବାଇକଚୋରି ର଼୍ୟାକେଟ ବର୍ତ୍ତମାନ ପୋଲିସ ହାତରେ । ଦୀର୍ଘଦିନ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri