ଦଡିବାଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତଙ୍କୁ ସମ୍ବର୍ଦ୍ଧନା, ଭଲ ଛାତ୍ର ଗଢ଼ିବା ନିଶା…
ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି କ୍ଲଷ୍ଟର ଦଡିବାଡି ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ସିଂ ମେ’ମାସ ଶେଷରେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଖରାଛୁଟି ରହିଥିବାରୁ ସେହି ସମୟରେ ତାଙ୍କୁ…
କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ସହ କାର୍ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
ବ୍ରହ୍ମପୁର,୨୪ା୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡିଏସ୍ପି ସ୍ନେହଲତା ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହୋଇଥିଲା। ଉକ୍ତ ଟିମ୍ ଶନିବାର…
ଭଡାଘରେ ଝୁଲୁଛି ମହିଳା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ: କ’ଣ ରହିଛି ଏହା ପଛରେ ବଡ଼ କାରଣ
ବାଲେଶ୍ୱର,୨୪।୮: ଭଡାଘରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱରରେ। ଭୋଗରାଇ ବ୍ଲକ କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ଝୁଲନ୍ତା ମୃତଦେହ ଶନିବାର ତାଙ୍କ ଭଡ଼ାଘରୁ ଜବତ କରାଯାଇଛି। ସ୍ଥାନୀୟ ଲୋକେ ଏହା ଜାଣି…
ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ ମେଶିନ ଅଚଳ, ରୋଗୀ ହନ୍ତସନ୍ତ
ବାଲିଗୁଡ଼ା,୨୪ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ’ ମେଶିନ ନ ଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଗୁଡ଼ା ବ୍ଲକର ୮ରୁ ଅଧିକ ପଞ୍ଚାୟତବାସୀ ନିର୍ଭର କରନ୍ତି। ଏଠାରେ ଏକ୍ସ-ରେ’…
ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଯୁବତୀଙ୍କୁ ଆକ୍ରମଣ: ଆକ୍ରମଣକାରୀଙ୍କୁ ଧରିବା ପରେ ଫିଟିଲା ସବୁ ଗୁମର
ଲୋଇସିଂହା,୨୪।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ଭାରତ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ ହୋଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ,ବଲାଙ୍ଗୀର -ବରଗଡ଼ ୨୬ ନଂ ଜାତୀୟ ରାଜପଥ କଡରେ ଥିବା ଉକ୍ତ…
ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ: ସୁରେନ୍ଦ୍ର କୁମାର ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ
ବାଲିଗୁଡା,୨୪।୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): ନବୀନ ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫଟୋଗ୍ରାଫି ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱର ଜୟଦେବ ଭବନଠାରେ ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦ୍ଯାପିତ ହୋଇ ଯାଇଛି।ଏଥିରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗଦେଇ ଚିରାଚରିତ…
ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ଜୀବନ ଗଲା, ଜଣେ ଗୁରୁତର
କୁଚିଣ୍ଡା,୨୪ା୮: ସମ୍ବଲପୁର ଜିଲା କୁଚିଣ୍ଡାରେ ଶ୍ୱାସରୁଦ୍ଧ ହୋଇ ଶନିବାର ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବା ବେଳେ ଏହି ଅଘଟଣ ଘଟିଛି। ଯମନକିରା ଥାନା ପୁକୁଡ଼ା ଗାଁରେ ୪ ଜଣ…
ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ,୨୪ା୮: ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଏବଂ ମରାମତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଏସ୍ଆଇ ଡିଜିଙ୍କୁ ରାତାରାତି ଚିଠି ଲେଖିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏ ସମ୍ପର୍କରେ ଚିଠି ଲେଖିଥିବା ସୂଚନା ଦେଇଛନ୍ତି। ଖୁବ୍ଶୀଘ୍ର ଯାଞ୍ଚ କରି ମରାମତି…
ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ଦର୍ଶନ ବନ୍ଦ
ପୁରୀ,୨୪ା୮: ଶ୍ରୀମନ୍ଦିରରେ ଶନିବାର ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରାହୁ ରେଖା ଲାଗି ହେବ ବୋଲି ଦର୍ଶନ ବନ୍ଦ ରହିବ। ଗୁପ୍ତ ନୀତି…
ବ୍ରିଜ୍ ଉପରେ ସାଇକେଲ ରଖି ମହାନଦୀକୁ ଡେଇଁପଡ଼ିଲେ ଛାତ୍ରୀ
ସମ୍ବଲପୁର,୨୪ା୮: ସମ୍ବଲପୁର ଜିଲାର ଚାଉଁରପୁର ବ୍ରିଜ୍ ଉପରୁ ଜଣେ ଛାତ୍ରୀ ଶନିବାର ମହାନଦୀକୁ ଡେଇଁପଡ଼ିଛନ୍ତି। ଛାତ୍ରୀ ଜଣକ ବ୍ରିଜ୍ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଛନ୍ତି। ପ୍ରାତଃ ଭ୍ରମଣରେ କିଛି ଲୋକ ଆସିଥିବା ବେଳେ ଏହା ଦେଖି ଅଗ୍ନିଶମ ବାହିନୀକୁ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାଜପା ମଣ୍ଡଳ ସଭାପତି, ପର୍ଯ୍ୟଟନର ଉନ୍ନତି ପାଇଁ କଲେ ନିବେଦନ
ଦାରିଙ୍ଗବାଡ଼ି,୨୪ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଭାଜପା ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଦାରିଙ୍ଗବାଡ଼ିରେ ବାକି ରହିଥିବା ବିକାଶ କାର୍ଯ୍ୟ କିଭଳି କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ। ବିଶେଷକରି…
ଇଂରାଜୀ ମାଧ୍ୟମ ସ୍କୁଲରେ ସଂସ୍କୃତ ପ୍ରାର୍ଥନା
ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରସ୍ଥିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବିକାଶ ଫାଷ୍ଟଷ୍ଟେପ୍ରେ ସପ୍ତାହର ଗୋଟିଏ ଦିନ ଛାତ୍ରୀଛାତ୍ର ସମସ୍ତ କାର୍ଯ୍ୟକ୍ରମକୁ ସଂସ୍କୃତ ଭାଷାରେ ଉପସ୍ଥାପନ କରିଥାନ୍ତି। ସେହିଦିନ ପ୍ରାର୍ଥନା ସମେତ ଖବର ପଠନ, ବକ୍ତୃତା, ସାଧାରଣଜ୍ଞାନ ପ୍ରଶ୍ନୋତ୍ତର, ବିଜ୍ଞାନ ଆଧାରିତ ତଥ୍ୟ, କ୍ଷୁଦ୍ର…

