ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ: କେଉଁଠି ରହିବେ ବିପନ୍ନ

ତିହିଡ଼ି,୨୩।୧୦(ସଞ୍ଜିତ ବଳ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଲୋକେ ଆତଙ୍କିତ। ଏହାର ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ବିପନ୍ନଙ୍କ ଆଶ୍ରୟ ପାଇଁ ଖୋଜା ପଡ଼ୁଛି ବାତ୍ୟା ଆଶ୍ରୟସ୍ଥଳ। ତିହିଡ଼ି ବ୍ଲକରେ କେଉଁଠି ଆଶ୍ରୟସ୍ଥଳ ବିପଦସଙ୍କୁଳ ତ କେଉଁଠି ବିଦ୍ୟୁତ୍‌ ସଂଯୋଗ, କବାଟ ଓ ଝରକା ନାହିଁ। ଏପରିକି ଆଶ୍ରୟସ୍ଥଳ ମରାମତି ନାଁରେ ଅର୍ଥ ହରିଲୁଟ୍‌ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ବାତ୍ୟା ଆଶ୍ରୟସ୍ଥଳର ଦୁରବସ୍ଥାକୁ ନେଇ ମଙ୍ଗଳବାର କେତେକ ପଞ୍ଚାୟତର ସରପଞ୍ଚ ଓ ଆଶ୍ରୟସ୍ଥଳର ସମ୍ପାଦକ କ୍ଷୋଭ ପ୍ରକାଶ କରିଛନ୍ତି। ତିହିଡ଼ି ପଞ୍ଚାୟତ ସମିତି ସଭାଗୃହରେ ବିଡିଓ ଜ୍ୟୋତିର୍ମୟ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକରେ ସେମାନେ କ୍ଷୋଭ ପ୍ରକାଶ କରିବା ସହ ଆଶ୍ରୟସ୍ଥଳ ବିପନ୍ନଙ୍କ ଆଶ୍ରୟ ପାଇଁ ଅନୁପଯୁକ୍ତ ବୋଲି କହିବା ପରେ ଏହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ପାଲଟିଛି। ବିଡିଓ ସନ୍ଧ୍ୟା ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳରେ ପାନୀୟ ଜଳ, ବିଦ୍ୟୁତ୍‌ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବାକୁ ବୈଠକରେ ଉପସ୍ଥିତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ପଞ୍ଚାୟତ ଅଧୀନ ତିଆଡ଼ିସାହି ବାତ୍ୟା ଆଶ୍ରୟସ୍ଥଳ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଛାତ ଭାଙ୍ଗି ଖସୁଥିବାରୁ ଆଶ୍ରୟସ୍ଥଳ ଭୁଶୁଡ଼ି ପଡ଼ିବାର ସମ୍ଭାବନା ଥିବା ଅଭିଯୋଗ ହୋଇଥିଲା। ସେଠାରେ ମଧ୍ୟ ପାନୀୟ ଜଳ, ବିଦ୍ୟୁତ୍‌ ବ୍ୟବସ୍ଥା ନ ଥିବା ବେଳେ ଆଶ୍ରୟସ୍ଥଳର ଝରକା କବାଟ ନାହିଁ। ଏଣୁ ସେଠାରେ ବିପନ୍ନଙ୍କ ରହିବା ନିରାପଦ ନୁହେଁ ବୋଲି ସରପଞ୍ଚ ଚକ୍ରଧର ଦାସ ଏବଂ ଆଶ୍ରୟସ୍ଥଳ ସମ୍ପାଦକ ନୃସିଂହ ମହାକୁଡ଼ ଦର୍ଶାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, କରୋନା କାଳରେ ଆଶ୍ରୟସ୍ଥଳ ମରାମତି, କୋଭିଡ଼ ଯନତ୍ ଗୃହ ନିର୍ମାଣ ନିମନ୍ତେ ୮ ଲକ୍ଷ ୧୫ ହଜାର ଟଙ୍କା ଅନୁଦାନ ମିଳିଥିଲା। ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଇ ଅର୍ଥ ହରିଲୁଟ୍‌ ହୋଇଥିବାରୁ ଏପରି ଦୁରବସ୍ଥା ଉପୁଜିଥିବା ସେମାନେ ଦର୍ଶାଇଥିଲେ। ସେହିପରି ବାହାବଳପୁର ବାତ୍ୟା ଆଶ୍ରୟସ୍ଥଳ ସମ୍ପାଦକ ବିପିନ ବେହେରା ଦର୍ଶାଇଥିଲେ ଯେ, ଆଶ୍ରୟସ୍ଥଳରେ ବିଦ୍ୟୁତ୍‌ ସଂଯୋଗ, ଝରକା, କବାଟ ନ ଥିବାବେଳେ ଏହା ପାରାଙ୍କ ନିବାସସ୍ଥଳ ପାଲଟିଛି। ବର୍ଷ ବର୍ଷ ଧରି ମରାମତି ହୋଇ ନ ଥିବାରୁ ସେଠାରେ ବିପନ୍ନଙ୍କ ରହିବା ଆଦୌ ନିରାପଦ ନୁହେଁ। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ ବି ପଦକ୍ଷେପ ନିଆଯାଇ ନ ଥିବା ସେ ପ୍ରକାଶ କରିଥିଲେ। ସେହିପରି ଶ୍ୟାମସୁନ୍ଦରପୁର ବାତ୍ୟା ଆଶ୍ରୟସ୍ଥଳ ଛାତରୁ ପାଣି ଗଳୁଥିବା ସରପଞ୍ଚ ପବିତ୍ର ମୋହନ ଦାସ ଦର୍ଶାଇଥିଲେ। ତେବେ ଆଶ୍ରୟସ୍ଥଳ ସମ୍ପର୍କରେ ବିବରଣୀ ମିଳବା ପରେ ବିପନ୍ନଙ୍କୁ ନିକଟସ୍ଥ ହାଇସ୍କୁଲ ଅଥବା ନିରାପଦ ସ୍ଥାନରେ ଥଇଥାନ କରାଯିବ ବୋଲି ବିଡିଓ ସୂଚନା ଦେଇଥିଲେ। ଗର୍ଭବତୀ ମହିଳାମାନଙ୍କୁ ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯିବା ବ୍ୟବସ୍ଥା ହୋଇଥିବା ବିତ୍ତୀୟ ଅଧିକାରୀ ବିପ୍ଳବ ରଞ୍ଜନ ପତି ସୂଚନା ଦେଇଥିଲେ।
ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଏବିଡିଓ ମାନସ କୁମାର ଜେନା, ଜିପିଓ ପ୍ଲାବନ ପଣ୍ଡା, ତ୍ରିବେଣୀ ଟ୍ରଷ୍ଟର ଅଧ୍ୟକ୍ଷା ରଞ୍ଜୁଲତା ଗାହାଣ ଯୋଗ ଦେଇଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନୀହାର ରଞ୍ଜନ ରାଉତ, ଜଳ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ମାନସୀ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଲଲାଟେନ୍ଦୁ ପାଲ, ଅଲେଖ ତିର୍କୀ, ସରପଞ୍ଚ ଉଦ୍ଧବ ଚରଣ ନାୟକ, ସଞ୍ଜୀବ ବେହେରା, ପୁଷ୍ପାଞ୍ଜଳି ଲେଙ୍କା, କୁନ୍ତଳା ମଲିକ, ଯଶୋଦା ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri