ହିତାଧିକାରୀଙ୍କ ଇ-କଓ୍ବୋଇସି କରିବାକୁ ସୁରଟ ଯାଇଥିଲେ ଯୋଗାଣ ସହାୟକ: ପଡ଼ିଲା ଭାରି ମହଙ୍ଗା, ଆଇଲା ବେଳକୁ ନାହିଁ

ବୁଗୁଡ଼ା,୨୩।୧୦(କାଳିଚରଣ ଦାଶ): କୌଣସି ଅନୁମତି ନ ନେଇ ହିତାଧିକାରୀମାନଙ୍କ ଇ-କେୱାଇସି କରିବା ପାଇଁ ମେଶିନ ଧରି ସୁରଟ ଯାଇଥିବା ବୁଗୁଡ଼ା ବ୍ଲକ ଭାମଶ୍ୟାଳି ପଞ୍ଚାୟତର ଯୋଗାଣ ସହାୟକ ମିଥୁନ ବିଶ୍ୱାଳଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହେଉଥିବା ଅନିୟମିତତା ରୋକିବା ପାଇଁ ସରକାର ହିତାଧିକାରୀମାନଙ୍କ ପାଇଁ ଇ-କେୱାଇସି କରିବା ବାଧ୍ୟତାମୂଳକ କରିଥିଲେ। ଫଳରେ ରାଶନ କାର୍ଡଧାରୀ ହିତାଧିକାରୀମାନେ ଇପୋସ୍‌ ମେଶିିନ ମାଧ୍ୟମରେ ନିଜର ଟିପ ଚିହ୍ନ ଦେଇ ଆଗକୁ ରାଶନ କାର୍ଡ ଜରିଆରେ ମାଗଣା ରାଶନ ପାଇପାରିବେ ବୋଲି ନିୟମ ହେଲା। ତେବେ ଭାମଶ୍ୟାଳି ପଞ୍ଚାୟତର ଯୋଗାଣ ସହାୟକ ମିଥୁନ ନିଜ ପଞ୍ଚାୟତରେ ଅଧିକାଂଶ ହିତାଧିକାରୀଙ୍କ ଇ-କେୱାଇସି କରି ବଳକା ହିତାଧିକାରୀ ଯେଉଁମାନେ ସୁରଟରେ ରହୁଛନ୍ତି ସେମାନଙ୍କ ଟିପଚିହ୍ନ ନେବାକୁ ଇପୋସ୍‌ ମେଶିନ ଧରି ଗତ ମାସରେ ସୁରଟ ଯାଇଥିଲେ। ସେଠାରେ ରହୁଥିବା ଭାମଶ୍ୟାଳି ପଞ୍ଚାୟତର ହିତାଧିକାରୀଙ୍କ ପିଛା ୨ଶହରୁ ୩ ଶହ ଟଙ୍କା ନେଇ ସେମାନଙ୍କ ଇକେୱାଇସି କରିଥିଲେ। ଏ ନେଇ ଭିଡିଓ ଫୁଟେଜ ସହ ଅଭିଯୋଗ ହେବା ପରେ ବିଡିଓ ଏହାର ତଦନ୍ତ କରି ଭଞ୍ଜନଗର ଉପ ଜିଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଏହାକୁ ଭିତ୍ତି କରି ଉପଜିଲାପାଳ ସମ୍ପୃକ୍ତ ଯୋଗାଣ ସହାୟକଙ୍କୁ ବହିଷ୍କାର କରିବା ପାଇଁ ଭାମଶ୍ୟାଳି ସରପଞ୍ଚଙ୍କୁ ଚିଠି କରିଥିଲେ। ତେବେ ସରପଞ୍ଚ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଉପଜିଲାପାଳ କାର୍ଯ୍ୟାଳୟ ପତ୍ରସଂଖ୍ୟା ୭୭୮୬, ତା ୧୮ା୧୦ା୨୪ରେ ସମ୍ପୃକ୍ତ ଯୋଗାଣ ସହାୟକ ମିଥୁନଙ୍କୁ ବହିଷ୍କୃତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବୁଗୁଡ଼ା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ବିଡିଓ ଦାୟିତ୍ୱରେ ଥିବା ତହସିଲଦାର ତାପସ ରାଉତ ଯୋଗାଣ ସହାୟକ ମିଥୁନଙ୍କୁ ବହିଷ୍କୃତ କରିଛନ୍ତି। ଉପଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ବହିଷ୍କୃତ କରାଯାଇଥିବା ତହସିଲଦାର ରାଉତ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ଟି-୨୦: ଟିକେଟ୍ ପାଇଁ ଉଜାଗର, କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼

କଟକ,୫ା୧୨: ଆସନ୍ତା ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରେମୀଙ୍କ...

ମହାନଦୀ ଜଳ ବିବାଦ: ଆଜି ବସିବ ଓଡ଼ିଶା-ଛତିଶଗଡ଼ର ମିଳିତ ବୈଷୟିକ କମିଟି ବୈଠକ

ଭୁବନେଶ୍ୱର,୫ା୧୨: ଦୀର୍ଘ ଦିନର ମହାନଦୀ ଜଳ ବଣ୍ଟନ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଜାରି ରଖି ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ମିଳିତ ବୈଷୟିକ...

ପଞ୍ଚାୟତ ଅଫିସ୍‌କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍‌: ସବୁ ଜିଲାପାଳଙ୍କୁ ଅତିରିକ୍ତ ସଚିବଙ୍କ ଚିଠି

ଭୁବନେଶ୍ୱର,୫ା୧୨(ସୁନିତ୍‌ ମିଶ୍ର):ରାଜ୍ୟର ପ୍ରତି ପଞ୍ଚାୟତ ଅଫିସ୍‌କୁ ପୋଷ୍ଟ ଅଫିସ୍‌ ଶାଖାଗୁଡ଼ିକ ସ୍ଥାନାନ୍ତରିତ ହେବ। ଏନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ...

ଦୁର୍ଘଟଣାଗ୍ରସ୍ତ ସ୍କୁଟିରୁ ବାହାରିଲା ଏମିତି ଜିନିଷ: ପୋଲିସ ଆଶ୍ଚର୍ଯ୍ୟ

ବରଗଡ଼,୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କଫ୍‌ ସିରପ କାରବାର ସାଧାରଣରେ ପରିଣତ ହୋଇଛି। ତେବେ ଗୁରୁବାର ସହର ଉପକଣ୍ଠ ବରାହଗୋଡା କେନାଲ ଛକ ନିକଟରେ ଏକ...

ଧାନକିଣା ବାଟବଣା: ଟୋକନ ଟେନ୍‌ସନରେ ଚାଷୀ

ପଦ୍ମପୁର, ୬।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ସପ୍ତାହେ ବିତିଯାଇଛି, ମାତ୍ର ଚାଷୀଙ୍କ ପାଖରେ ଟୋକନ ପହଞ୍ଚି ପାରି ନ ଥିବାରୁ ଉପଖଣ୍ଡର...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଗାନ୍ଧୀ ବିରୋଧୀ ମନ୍ତବ୍ୟକୁ ନେଇ ଝଡ଼: ୯ ଥରରେ ୧ ଘଣ୍ଟା ୩୩ ମିନିଟ୍‌ ଗୃହ ମୁଲତବୀ

ଭୁବନେଶ୍ୱର,୫ା୧୨(ସୁନିତ୍‌ ମିଶ୍ର):ମହାତ୍ମା ଗାନ୍ଧୀ ଦେଶ ବିଭାଜନକାରୀ ବୋଲି ଭାଜପା ବିଧାୟକ ସନ୍ତୋଷ ଖଟୁଆ କହିଥିବା ଅଭିଯୋଗ କରି ଗୃହ ବାହାରେ ବିରୋଧୀ ଝଡ଼ ସୃଷ୍ଟି କରିଛନ୍ତି।...

ପେପର ଲେସ୍‌ ହେଲା ଜିଲାପାଳଙ୍କ କାର୍ଯ୍ୟାଳୟ

ଛତ୍ରପୁର,୪ା୧୨(ଦିଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପେପର ଲେସ ହୋଇଛି। ଏବେ ଫାଇଲ ସିଷ୍ଟମରେ କାମ ହେଉଛି । ଆଗକୁ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri