ଆମ ଜିଲା ଖବର

ଆଳିସ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୦ ବଖରା ଘର, ୩ ବାଇକ୍‌

ସାକ୍ଷୀଗୋପାଳ,୨୭।୮(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଧୀନ ଆଳିସ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୨ଟି ପରିବାରର ୨୦ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଲିଭାଇବା ବେଳେ ଗୁଣନିଧି…

ଜଳାଶୟକୁ ପଶୁଛି ଡାକ୍ତରଖାନା ଆବର୍ଜନା

ବରଗଡ,୨୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଟୁକୁର୍ଲା (ଖେଦାପାଲି)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାର ଆବର୍ଜନା ନିକଟସ୍ଥ ଏକ ଜଳାଶୟକୁ ପଶୁଥିବା ଯୋଗୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ ସୋମବାର ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟୁକୁର୍ଲା ଗ୍ରାମର ଶତାଧିକ…

ଭଦ୍ରକ ଡେଙ୍ଗୁ ଆତଙ୍କ: ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା

ଭଦ୍ରକ,୨୭ା୮(ସନାତନ ରାଉତ): ଭଦ୍ରକ ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨ ମାସ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ଜୁଲାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଥିବାବେଳେ ଅଗଷ୍ଟରେ ଏପର୍ଯ୍ୟନ୍ତ ୭୬ରେ ପହଞ୍ଚିଛି। ଏବେ ସୁଦ୍ଧା ଜିଲାରେ…

ନିଛାଟିଆ ଘରୁ ଶୁଭିଲା ମହିଳାଙ୍କ ଚିତ୍କାର: ପୋଲିସ ପହଞ୍ଚିବା ପରେ…

ନୀଳଗିରି, ୨୭।୦୮(ପ୍ରଶାନ୍ତ କୁମାର ବିଶ୍ବାଳ): ନିଛାଟିଆ ଗୃହରୁ ମହିଳାଙ୍କୁ ଉଦ୍ଧାର କରିଛି ନୀଳଗିରି ପୋଲିସ। ଏମିତି ଏକ ଘଟଣା ନୀଳଗିରି ଥାନା ଅଧୀନ ସିଆଡିମାଳ ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଗତ ସୋମବାର ସନ୍ଧ୍ୟା ସମୟରେ ନୀଳଗିରି ଥାନା ସିଆଡିମାଳ…

ପ୍ରେମିକାଙ୍କୁ ଠକି ଦେଇଥିଲେ, ଆଉ ଏବେ

ରାଜକନିକା, ୨୮।୮(ରବୀନ୍ଦ୍ର କୁମାର ଦାସ/ସଞ୍ଜୟ କୁମାର ଦାଶ): ଜଣେ ଯୁବତୀଙ୍କୁ ବିବାହିତ ଯୁବକ ପ୍ରେମଜାଲରେ ଛନ୍ଦି ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିଲେ। ଏ ନେଇ ଅଭିଯୋଗ ପରେ ପୋଲିସ ଯୁବକ ଜଣଙ୍କୁ ରବିବାର ଗିରଫକରି ସୋମବାର କୋର୍ଟଚାଲାଣ କରିଛି।…

ପ୍ରଜାକୋର୍ଟରେ ଯୁବକଙ୍କୁ ମାରିଦେଲେ ମାଓବାଦୀ

ମାଲକାନଗିରି,୨୭।୮ (ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ର ବିଜାପୁର ଜିଲାର ଭୈରମଗଡ଼ରେ ମାଓବାଦୀମାନେ ଏକ ପ୍ରଜା କୋର୍ଟକରି ଜଣେ ଯୁବକଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ପୋଲିସ ଇନ୍‌ଫର୍ମର ଅଭିଯୋଗରେ ମାଓବାଦୀମାନେ ଯୁବକଙ୍କୁ ହତ୍ୟାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁଯାୟୀ, ମାଓବାଦୀ ସଙ୍ଗଠନ ଭୈରମଗଡ଼…

ସମୁଦ୍ରରେ ଫସିଛନ୍ତି ୧୨ ମତ୍ସ୍ୟଜୀବୀ

ଅସ୍ତରଙ୍ଗ,୨୭।୮(ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗର ନୂଆଗଡ଼ ଜେଟି ନିକଟରୁ ଚାରିଦିନ ତଳେ ମା’ କାଳୀ ଏବଂ ମା’ ପାର୍ବତୀ ନାମକ ଦୁଇଟି ବୋଟ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା। ଶନିବାର ସକାଳେ ମା’ କାଳୀ ବୋଟ୍‌ ଦେବୀନଦୀ ମୁହାଣ…

ଫୋପାଡି ଥିଲେ ଗରମପାଣି, ହେଲେ ନିଲମ୍ବିତ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ବାଙ୍ଗିରିପୋଷି (ସଞ୍ଜୟ କୁମାର ଅଗ୍ରଓ୍ବାଲା), ୨୭।୮: ବିଳମ୍ବରେ ଅଫିସ ଆସିଲେ ବୋଲି ଅଗ୍ନିଶମ ବିଭାଗର ହାବିଲଦାର ଜଣେ ତଳିଆ କର୍ମଚାରୀଙ୍କ ଉପରକୁ ଗରମ ପାଣି ଫିଙ୍ଗିବା ଆଲୋଚ୍ୟର ବିଷୟ ପାଲଟିଛି। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ…

ପଣ୍ୟବାହୀ ଜାହାଜ ଆଇଟିଟି ପୁମା ବୁଡ଼ିଗଲା

ପାରାଦୀପ,୨୭।୮(ଶରତ ରାଉତ): ପଶ୍ଚିମବଙ୍ଗ ସାଗରଦୀପଠାରୁ ୯୦ ନଟିକାଲମାଇଲ (୧୬୨ କି.ମି.) ଦୂରରେ ରବିବାର ରାତିରେ ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ଆଇଟିଟି ପୁମା କୌଣସି କାରଣବଶତଃ ସମୁଦ୍ରରେ ବୁଡ଼ି ଯାଇଛି। ଖବରପାଇ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ପାଟ୍ରୋଲିଂ ଜାହାଜ ସାରଙ୍ଗ…

ଅଳଙ୍କାର ଦୋକାନ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ 

ଧରାକୋଟ,୨୬ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ସୁନାମୋହି ଗ୍ରାମରେ ଗତ ଜୁଲାଇ ମାସରେ ରୁଦ୍ରସାଇ ଦୋକାନରୁ ସୁନା ଅଳଙ୍କାର ଲୁଟ୍‌ ହୋଇଥିଲା। ଏହି ଘଟଣାର ସୋମବାର ପର୍ଦ୍ଦାଫାଶ ହୋଇଛି। ଏଥିରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା…

ଭଡାଟିଆ ମହିଳାଙ୍କୁ ମାଡ଼ ମାରି ଘରେ ତାଲା ପକାଇ ଦେଲେ ମାଲିକ, ଆଉ ତା’ପରେ

ନୀଳଗିରି,୨୬।୮ବାଲେଶ୍ୱର ଜିଲା ନୀଳଗିର ଅଞ୍ଚଳରୁ ଏକ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭଡାରେ ରହୁଥିବା ଜଣେ ମହିଳାଙ୍କୁ ଘର ମାଲିକ ମାଡ଼ ମାରି ଘରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ଚିକିଟି ମଦମୃତ୍ୟୁ ମାମଲା: ଫେରାର ଥିବା ଆଉ ଜଣେ ଅଭିଯୁକ୍ତ ଗିରଫ

ଚିକିଟି,୨୬ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ମାଉନ୍ଦପୁର ଗ୍ରାମରେ ଘଟିଥିବା ବିଷାକ୍ତ ମଦମୃତ୍ୟୁ ଘଟଣାରେ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି। ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରାଯାଇଛି। ସେ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?