ଶୁନ୍ୟ କ୍ଷୟକ୍ଷତି ଲକ୍ଷ୍ୟରେ ସରକାର: ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନରେ କଥାହେଲେ ଏମ୍‌ପି ଷଡ଼ଙ୍ଗୀ

ବାଲେଶ୍ୱର,୨୪।୧୦(ବାଞ୍ଛାନିଧି ଦେ): ବାତ୍ୟା ମୁକାବିଲା ଏବଂ ପରିଚାଳନା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଗୁରୁବାର ଦିନ ତମାମ ଏମ୍‌ପି ଷଡ଼ଙ୍ଗୀ ବସ୍ତା, ବାଲିଆପାଳ ଏବଂ ଜଳେଶ୍ୱର ବ୍ଲକର ବିଭିନ୍ନ ଅଞ୍ଚଳରୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିଥିବା ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ।

ଏପରିକି ସମସ୍ତଙ୍କ ପାଇଁ ପୌଷ୍ଟିକ ଖାଦ୍ୟ, ପାନୀୟ ଜଳର ବ୍ୟବସ୍ଥା, ବିଶେଷ କରି ଶିଶୁ ଓ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଅଧିକ ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ବିସ୍ଥାପିତଙ୍କ ଘରକୁ ସୁରକ୍ଷା ଦେବା ପାଇଁ ପୋଲିସ ପ୍ରଶାସନକୁ ଅବଗତ କରାଇଥିଲେ। ଶୁନ୍ୟ କ୍ଷୟକ୍ଷତି ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି, ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପୋଲିସ, ପ୍ରଶାସନ, ଅଗ୍ନିଶମ ବାହିନୀ, ଏନ୍‌ଡ଼ିଆରଏଫ, ଓଡ଼ିଆରଏଫ, ବନ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛନ୍ତି। ଏ’ବାବଦରେ ଏମ୍‌ପି ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଫୋନରେ କଥା ହୋଇ ଆଲୋଚନା କରିଥିଲେ।

ଉକ୍ତ ତିନୋଟି ବ୍ଲକର ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ବୁଲି କାର୍ଯ୍ୟର ତଦାରଖ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିୟୋଜିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଲୋକଙ୍କୁ ଭୟଭୀତ ନ ହୋଇ ସରକାରଙ୍କ ସୂଚନା ମୂତାକ ନିର୍ଦ୍ଦେଶ ପାଳନ କରିବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଏମ୍‌ପିଙ୍କ ସହିତ ବହୁ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ l ବାତ୍ୟା ଆଶ୍ରୟସ୍ଥଳୀରେ ଏମ୍‌ପି ନିଜେ ଲୋକଙ୍କୁ ରନ୍ଧା ଖାଦ୍ୟ ପରଷି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri