ଆମ ଜିଲା ଖବର

Puri Rath Yatra: ରଥଯାତ୍ରା ସମୟରେ ହୋଟେଲ ଭଡା ୪ ଗୁଣା ବୃଦ୍ଧି; ଫୁଟପାଥ, ବେଳାଭୂମିରେ ରାତି ବିତାଇଲେ ଶ୍ରଦ୍ଧାଳୁ

ପୁରୀ,୧୮।୭: ପୁଣିଥରେ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଏକ ବିଶାଳ ସମାଗମ ହୋଇଛି। ଦେଶ ବିଦେଶରୁ ଆସୁଥିବା ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରି ଆଧ୍ୟାତ୍ମିକ ଆନନ୍ଦ ଅନୁଭବ କରୁଥିବା ବେଳେ, ଉପଯୁକ୍ତ ରହଣି…

ମହାପ୍ରଭୁଙ୍କ କଚ୍ଛପ ଅବତାର ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼

ରିଷିଡ଼ା,୧୮ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ମାଉସୀମା’ ମନ୍ଦିରଠାରେ ଦଶ ଅବତାର ବେଶ ଅନୁଷ୍ଠିତ ହେଉଥିବା ବେଳେ ମହାପ୍ରଭୁଙ୍କ ଦ୍ବିତୀୟ ଦିନରେ କଚ୍ଛପ ଅବତାର ବେଶ ଶନିବାର ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ…

ଲାଞ୍ଚ ନେଇ ଶିରିଝୋଲି ଆର୍‌ଆଇ ଗିରଫ 

ଜୟପୁର,୧୮।୭(ପବନ ପାଣିଗ୍ରାହୀ)-ଜଣେ ଜମିପଟ୍ଟା ଆବେଦନକାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ରାୟଗଡ଼ା ଜିଲା ଗୁଣପୁର ତହସିଲର ଶିରିଝୋଲି ଆର୍‌ଆଇ ସୁଶାନ୍ତ ମଲ୍ଲିକଙ୍କୁ ଜୟପୁର ଭିଜିଲାନ୍ସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ତାଙ୍କ ଜାମିନ ଆବେଦନ…

ମଦ ଦୋକାନରୁ ୧୦ ଲକ୍ଷ ଟଙ୍କା ଚୋରି: ଟଙ୍କା ଧରି ଦୌଡୁଥିବା ବେଳେ

ତିହିଡ଼ି,୧୮।୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ବିଦେଶୀ ମଦ ଦୋକାନରୁ ଚୋରି କରିଥିବା ଦୋକାନ କର୍ମଚାରୀଙ୍କୁ ଶୁକ୍ରବାର ତିହିଡ଼ି ପୋଲିସ ଗିରଫ କରିଛି। ଗିରଫ କର୍ମଚାରୀ ହେଲେ ବାସୁଦେବପୁର ଏନ୍‌ଏସି ଅଧୀନ ୧୧ନଂ. ୱାର୍ଡର ରାଜକିଶୋର ସାହୁ(୩୮)। ତାଙ୍କଠାରୁ…

ଟାହିଆ ଖୋଲାଯିବା ନେଇ ବାଡ଼ଗ୍ରାହୀଙ୍କ ପ୍ରତିକ୍ରିୟା: ୪୫ ମିନିଟ୍‌ ଧରି ମହାପ୍ରଭୁ ନ ହଲିବାରୁ…

ପୁରୀ,୧୮ା୭: ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ଖୋଲାଯିବା ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜକୁମାର ସ୍ବାଇଁ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା। ଏହାକୁ ଦଇତାପତିମାନେ ଉଠାଇବାରେ ସକ୍ଷମ ହୋଇ ନ ଥିଲେ। ଦୀର୍ଘ…

ବଦଳିଲା ମାଉସୀ ମା’ ଘର ଠିକଣା: ଦର୍ଶନ ପାଇଁ ଜମୁଛି ଭିଡ଼

ଦାରିଙ୍ଗବାଡି,୧୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ଚଳିତ ବର୍ଷ ନିଆରା ଓ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ଚଳିତଥର ଶ୍ରୀ ଜଗନ୍ନାଥଙ୍କ ମାଉସୀ ମା’ଙ୍କ ଠିକଣା ପରିବର୍ତ୍ତନ ହୋଇଯାଇଛି। ପ୍ରତେକ ବର୍ଷ ରଥଯାତ୍ରାରେ ସିମନବାଡି ପତିତପାବନ ଶ୍ରୀ…

ଧରିତ୍ରୀ ପୋର୍ଟାଲ ପ୍ରଭାବ: ଫୁଲତୁଲାଙ୍କୁ ମିଳିଲା ପଲିଥିନ

କର୍ଲାମୁଣ୍ଡା,୧୮ା୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରିପଡ଼ାର ଅସହାୟ ବୃଦ୍ଧା ଫୁଲତୁଲା ସାହୁ( ୭୫)ଙ୍କ ଘର ବର୍ଷା ଯୋଗୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା। ଘରର ଛାତ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ ବର୍ଷାପାଣି…

କଳାହାଣ୍ଡିରେ ୭୧୧ମିମି ବର୍ଷା ରେକର୍ଡ: ଧାନ କଟା ମେଶିନ ଉପରେ ପଡ଼ିଲା ବିରାଟ ଗଛ

ଭବାନୀପାଟଣା,୧୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡିର ବିଭିନ୍ନ ବ୍ଲକରେ ଗୁରୁବାର ଠାରୁ ଲଗାଣ ବର୍ଷା ଜାରି ରହିଛି। ଯାହାଫଳରେ ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଥିବାବେଳେ ଖରିଫ ଚାଷ ପାଇଁ ମଧ୍ୟ ଏହି ବର୍ଷା ସହାୟକ ହୋଇଛି। ଜିଲା ଜରୁରୀକାଳୀନ ପରିଚାଳନା ବିଭାଗ ପକ୍ଷରୁ…

ବୁଣାକାର ପରିବାରର ପୁଅଙ୍କ ବଡ଼ ସଫଳତା: ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ପାଇ ଆଣିଲେ ଗୌରବ

ଅମରପାଲି, ୧୮।୭ (ପୀତାମ୍ବର ସାହୁ) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତର ଆମ୍ବଶରଭଟା ଗ୍ରାମର ଯତୀନ ମେହେର ନିଟ୍‌ ୟୁଜି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଜଣେ ସାଧାରଣ ବୁଣାକାର ପରିବାରରୁ…

ନିଟ୍‌ ପ୍ରବେଶିକା ପରୀକ୍ଷାରେ ସ୍ବରୂପା ପ୍ରିୟଦର୍ଶିନୀଙ୍କ ବଡ଼ ସଫଳତା: ୧୫ରୁ ୧୬ ଘଣ୍ଟା ପଢି…

ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ନିକଟସ୍ଥ ନୂଆଁପଡ଼ା ଗ୍ରାମର ସ୍ବରୂପା ପ୍ରିୟଦର୍ଶିନୀ ମିଶ୍ର ଚଳିତ ବର୍ଷର ନିଟ୍‌ ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗର୍ବର ବିଷୟ ପାଲଟିଛନ୍ତି।…

ବିନା କୋଚିଂରେ ପ୍ରଥମ ପ୍ରୟାସରେ ନିଟ୍‌ରେ କମାଲ କଲେ ଅନୁତ୍ତମ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା ସୁଅ

ସୋନପୁର ୧୮।୭ (ମୃତ୍ୟୁଞ୍ଜୟ ଶତପଥୀ): ଜାତୀୟସ୍ତରର ପ୍ରତିଷ୍ଠିତ ନିଟ୍‌ ପ୍ରବେଶିକା ପରୀକ୍ଷାରେ ସୋନପୁର ଗଡ଼ଭିତର ଅଞ୍ଚଳର ଛାତ୍ର ଅନୁତ୍ତମ ପାଣିଗ୍ରାହୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସମୁଦାୟ ୭୨୦ ନମ୍ବରରୁ ୬୦୧ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୯,୬୬୬ ରାଙ୍କ ହାସଲ…

ଦବିଗଲା ବସ୍‌, ସବୁଆଡ଼େ ଜଳାର୍ଣ୍ଣବ

ବରଗଡ଼,୧୮।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଡ୍ରେନେଜ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ନୂତନ ଡ୍ରେନ୍‌ ନିର୍ମାଣ କରାଯାଉଛି। ମାତ୍ର ତାହା ମଧ୍ୟ ଅଧବାଟେ ଅଟକି ରହିଛି। ଏଭଳି ସ୍ଥିତିରେ ସାମାନ୍ୟ ବର୍ଷାରେ ସହରସ୍ଥିତ ଗଳିକନ୍ଦି ରାସ୍ତା ଜଳାର୍ଣ୍ଣବ ହୋଇ ପଡୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?