ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ବିଜେପୁର ଗ୍ରାମର ରଥ ଦଳେଇ (୪୬) ।

ସୂଚନାନୁସାରେ ରଥ ଘର ବିଜେପୁର ଗାଁରେ ଅଟେ ଏବଂ ସେ ଦୀର୍ଘ ଦଶବର୍ଷ ହେବ ରଘୁନାଥପୁର ଗାଁରେ ଶ୍ବଶୁର ଘର ନିକଟରେ ସ୍ତ୍ରୀ ପାର୍ବତୀ ଏବଂ ପୁଅ ଦିଲେଶ୍ଵର ମିଶି ପରିବାର ସହିତ ରହୁଥିଲେ । ରାଜମିସ୍ତ୍ରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ମଙ୍ଗଳବାର ରାତିରେ ରଥ ଘରୁ ବାହାରି ପୋଖରୀକୁ ଯାଇଥିଲେ ଏବଂ ଘରକୁ ଫେରିନଥିଲେ । ବୁଧୁବାର ସକାଳୁ ସେହି ଗ୍ରାମର ଜଣେ ଲୋକ ପୋଖରୀକୁ ଗାଧୋଇବାକୁ ଯିବା ସମୟରେ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖିଥିଲେ ଏବଂ ଗାଁ ଭିତରକୁ ଯାଇ ଗାଁ ଲୋକଙ୍କୁ ଜଣାଇଥିଲେ ।

ଗାଁ ଲୋକେ ପୋଖରୀକୁ ଯାଇ ଭାସୁଥିବା ଅବସ୍ଥାରେ ଶବ ଦେଖି ରଥ ଦଳେଇ ବୋଲି ଜାଣିବା ପରେ ଲାଞ୍ଜିଗଡ ପୋଲିସକୁ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଲାଞ୍ଜିଗଡ ଥାନାଧିକାରୀ ଯଶବନ୍ତ ହିଆଲଙ୍କ ନେତୃତ୍ୱରେ ଏ.ଏସ.ଆଇ ମୋହନ କୁମାର ପରଜା ଓ ପୋଲିସ ବଳ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଦଳ ମଧ୍ୟ ସେଠାରେ ପହଞ୍ଚିଥିଲେ । ଅଗ୍ନିଶମ ବିଭାଗ ଦ୍ୱାରା ପୋଖରୀରେ ଭାସୁଥିବା ଶବକୁ ପାଣିରୁ ବାହାରକରି କୂଳକୁ ଆଣିଥିଲେ । ଲାଞ୍ଜିଗଡ ପୋଲିସ ତଦନ୍ତ କରି ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ଲାଞ୍ଜିଗଡ ପଠାଇଥିଲେ । ଏ ନେଇ ଲାଞ୍ଜିଗଡ ଥାନା କେଶ ନଂ ୨/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ କରିବାସହ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପରିବାର ଲୋକେ ଶବ ଗ୍ରହଣ କରି ବିଜେପୁର ଗାଁକୁ ନେଇଥିଲେ ଏବଂ ନେଇ ଗାଁ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଦାହ କରିଥିଲେ । ପରିବାରର ଜଣେ ରୋଜଗାରିଆ ମୁରବୀଙ୍କ ଦେହାନ୍ତ ହୋଇଥିବା ବେଳେ ପୁଅ ଦଶମ ଶ୍ରେଣୀରେ ପଢୁଛି ଏବଂ ପରିବାର ବେସାହାରା ହୋଇଯାଇଥିବା ସ୍ତ୍ରୀ ପାର୍ବତୀ ଏବଂ ପୁଅ ଦିଲେଶ୍ଵର ଓ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ପ୍ରବଳ ବର୍ଷାରେ ଭାଙ୍ଗିଗଲା ଆଶାକର୍ମୀଙ୍କ ଘର, ସରକାରୀ ସହାୟତା ପାଇଁ ଦାବି

ଥୁଆମୂଳ ରାମପୁର,୨୬।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ ଅଞ୍ଚଳବାସୀଙ୍କ ଜୀବନଯାପନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ସୋମବାର ରାତିରେ ହୋଇଥିବା ମାତ୍ରାଧିକ…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri