ଆମ ଜିଲା ଖବର

ଜିଲା ଭାଜପା ସଭାପତିଙ୍କୁ କୋଣଠେସା: ହେଉଛି ଚର୍ଚ୍ଚା

ସମ୍ବଲପୁର, ୨୯। ୯(ଭବାନୀ ଶଙ୍କର ଭୋଇ): ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତ ପଣ୍ଡା ଶନିବାର ସମ୍ବଲପୁର ଗସ୍ତରେ ଆସି ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ। ସମ୍ବଲପୁର ହାଟପଡ଼ା, ଜେଲଛକ ଆଦି ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ଅନଲାଇନ୍‌ରେ ଦଳର…

ରାସ୍ତାରେ ନଦୀର ଭ୍ରମ

ଯାଜପୁର,୨୯ା୯ (ହର୍ଷବର୍ଦ୍ଧନ ବେହେରା): ସହରବାସୀ ଏବଂ ପର୍ଯ୍ୟଟକଙ୍କ ଅବସର ବିନୋଦନ ପାଇଁ ରାଜ୍ୟ ସରକାର ବ୍ୟାସ ସରୋବର ପ୍ରକଳ୍ପର ପରିକଳ୍ପନା କରିଛନ୍ତି। କିନ୍ତୁ ଏହି ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ ଏବଂ ଜଙ୍ଗଲ ସୃଷ୍ଟି ଲକ୍ଷ୍ୟ ପରାହତ ହୋଇଛି। ବ୍ୟାସସରୋବର ଛକଠାରୁ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ…

କାମରେ ଆସୁନି ଆମ ବ୍ୟାଙ୍କ

ରସୁଲପୁର,୨୯ା୯(ରଞ୍ଜିତ ରାଉତ): ବ୍ୟାଙ୍କ ନ ଥିବା ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଖୋଲାଯାଇଛି। ଏହା ଜରିଆରେ ଉପଭୋକ୍ତାଙ୍କ ନିକଟରେ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ହେଲେ ଏହି ବ୍ୟାଙ୍କ୍‌ ଲୋକଙ୍କ କାମରେ ଆସୁନାହିଁ। ଆମ ବ୍ୟାଙ୍କ କେନ୍ଦ୍ରରୁ ଅତ୍ୟାବଶ୍ୟକ ସେବା ମିଳୁ…

ସୋସିଆଲ ମିଡିଆ ବିବାଦୀୟ ପୋଷ୍ଟ ଘଟଣା: ପହଞ୍ଚିଲେ ରାପିଡ୍‌ ଆକ୍ସନ ଫୋର୍ସ

ଭଦ୍ରକ,୨୯ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିବା ଯୁବକଙ୍କୁ ଗିରଫ କରାଯାଇଛି।…

ସେପ୍ଟେମ୍ବର ସରିଲାଣି: ଆସିନି ଶୀତ, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳକୁ ଶୀତ ଆସିବାର ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଦିନକୁ ଦିନ ଜଳବାୟୁର ପରିବର୍ତ୍ତନର ପ୍ରଭାବରେ ବର୍ଷାର ଅନିୟମିତତା ସହ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଗରମ ଅନୁଭୂତି ହେବା ଆଉ ସେପ୍ଟେମ୍ବରରୁ…

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ବିଭୂତି ଭୂଷଣ ପ୍ରଧାନ। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ଜିଲା ବିଜେଡି ସଭାପତି ଡା. ନୃସିଂହ ଚରଣ ସାହୁଙ୍କୁ ୩୨,୧୬୨ ଭୋଟରେ ହରାଇ ପ୍ରଥମ ଥର…

ଭୋଟ ପରିଚୟପତ୍ର ସଂଶୋଧନ ପାଇଁ ଶିକ୍ଷକ ନେଲେ ହଜାରେ, ‘ଭୁଲ୍‌’ ପଚାରିବାରୁ ମହିଳାଙ୍କୁ ମାଡ଼

ମହାକାଳପଡ଼ା,୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହିଳାଙ୍କ ଭୋଟ ପରିଚୟପତ୍ର ସଂଶୋଧନ କରିବାକୁ ଜଣେ ଶିକ୍ଷକ ହଜାରେ ଟଙ୍କା ନେଇଥିଲେ। ଏହା ଠିକ୍‌ ଭାବେ ସଂଶୋଧନ ନ ହେବାରୁ ପଚାରିବାରୁ ତାଙ୍କୁ ଶିକ୍ଷକ ଜଣକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ଏଭଳି ଏକ…

ମହାନଦୀ ବଞ୍ଚିଲେ ଚାଷ ବଞ୍ଚିବ

ବରଗଡ଼୍‌,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଶନିବାର ସମାଜବାଦୀ ଚିନ୍ତାନାୟକ କିଶନ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ରହିଥିଲା। ଚଳିତବର୍ଷ ଗ୍ରୀନ୍‌ ନୋବେଲ ପୁରସ୍କାର ବିଜେତା…

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

ସମ୍ବଲପୁର, ୨୮ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରୀ ଗ୍ରାମରେ ୨୦୨୦ ନଭେମ୍ବର ୮ ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ସମ୍ବଲପୁର ସ୍ବତନ୍ତ୍ର ପୋକ୍‌ସୋ ଫାଷ୍ଟଟ୍ରାକ୍‌ କୋର୍ଟ ଅତିରିକ୍ତ ଜିଲାଜଜ୍‌ ଆର୍‌.ଏଲ୍‌.…

ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୁଳ ରାମପୁର,୨୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡିରେ ପୁଣି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି କଳାହାଣ୍ଡି ଜିଲା ଥୁଆମୁଲ ରାମପୁର ଥାନା ମୁଣ୍ତିଘାଟି ଗ୍ରାମର ମନ ମାଝୀ(୪୧)। ଅର୍ଥ ଭାବରୁ…

ଆର୍‌ଏସ୍‌ପିରେ ବଡ଼ ଧରଣର ବିସ୍ଫୋରଣ

ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଷ୍ଟିଲ୍‌ ମେଲ୍‌ଟିଂ ଶପ୍‌ (ଏସ୍‌ଏମ୍‌ଏସ୍‌)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ ଠିକା କର୍ମଚାରୀ ଆହତ ହୋଇଛନ୍ତି। ଆହତମାନେ ହେଲେ ଆରଏସ୍‌ପିର ବରିଷ୍ଠ ଅଧିକାରୀ ଏଚ୍‌. କେ.…

ଭିଜିଲାନ୍ସ ଚଢ଼ାଉ, ଜଣାପଡିଲା ମନରେଗା ଯୋଜନାର ସତ!

କେସିଙ୍ଗା,୨୮।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ କେସିଙ୍ଗା ବ୍ଲକ କଶ୍ରୁପଡା ପଞ୍ଚାୟତର ଘଣ୍ଟଶଳା ଗ୍ରାମରେ ମନେରେଗା ଯୋଜନାରେ ହୋଇଥିବା କାମର କେସ ରେକର୍ଡ ଭିଜିଲାନ୍ସ ଶନିବାର ଜବତ କରି ନେଇଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ, ୨୦୨୩- ୨୪ ଆର୍ଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?