ନନ୍ଦନକାନନକୁ ହାଇଦ୍ରାବାଦରୁ ଆସିଲେ ୨୬ ପ୍ରାଣୀ

ବାରଙ୍ଗ/ତ୍ରିଶୂଳିଆ,୨୬।୧୧(ଲିଙ୍ଗରାଜ ରାଉତ/ତୁଷାରକାନ୍ତ ବେହେରା):କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ହାଇଦ୍ରାବାଦସ୍ଥିତ ନେହେରୁ ଜୁଲୋଜିକାଲ ପାର୍କ ମଧ୍ୟରେ ସୋମବାର ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରୁ ଏକ ୧୭ ଜଣିଆ ଦଳ ୨୬ ପଶୁପକ୍ଷୀଙ୍କୁ ଧରି ନନ୍ଦନକାନନରେ ପହଞ୍ଚତ୍ଛନ୍ତି। ଏଥିମଧ୍ୟରେ ରହିଛନ୍ତି ହଳେ ସାରସ ପକ୍ଷୀ, ହଳେ ଚାମଚଥଣ୍ଟିଆ ଗେଣ୍ଡାଳିଆ, ହଳେ ଧୂସର ଜଙ୍ଗଲୀ କୁକ୍‌କୁଟ, ୨ ମାଈ ଇଗୁଆନା, ୨ ହଳ ଧଳା କପୋତ, ୨ ହଳ ହଗ୍‌ ଡିଅର, ହଳେ କୁଜି ହରିଣ, ହଳେ ନାଲି ବାଲିବୋଡା, ହଳେ ବାଲିବୋଡା, ୨ ଅଣ୍ଡିରା ଗୋଲାଞ୍ଜି ମାଙ୍କଡ଼ ଓ ହଳେ ବୋଡା ସାପ। ଏହି ନୂଆ ଅତିଥି ଆସିବା ପରେ ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟରେ ସେମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ରଖାଯାଇଛି। ତେବେ ପ୍ରତିବଦଳରେ ନନ୍ଦନକାନନରୁ ୩ ସିଆମିଜ କୁମ୍ଭୀର, ୪ ସୁବର୍ଣ୍ଣ କୁକ୍‌କୁଟ, ୨ ଲେଡି ଆମରେଷ୍ଟ କୁକ୍‌କୁଟ, ୨ ହଗ ଡିଅର, ୨ କୁଜି ହରିଣକୁ ମିଶାଇ ଏପରି ୧୩ଟି ପଶୁପକ୍ଷୀ ମଙ୍ଗଳବାର ହାଇଦ୍ରାବାଦକୁ ଯିବେ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି। ଏଥିସହ ଦ୍ୱିତୀୟ ପର୍ଯ୍ୟାୟରେ ସେଠାରୁ ୨ଟି ମାଈ ବନେଟ ମାଙ୍କଡ଼ ଆସିବ ଏବଂ ଏହା ବଦଳରେ ଏଠାରୁ ୨ ହଳ ଲମ୍ବା ଥଣ୍ଟିଆ ବଗ ଓ ୨ ହଳ ଆସାମିଜ ମାଙ୍କଡ଼ ଦିଆଯିବ। ତେବେ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନରେ ଧୂସର ଜଙ୍ଗଲୀ କୁକ୍‌କୁଟ ନୂଆ ପ୍ରଜାତି ଭାବେ ଯୋଡ଼ି ହୋଇଛି। ଏକୁଟିଆ ଥିବା ସାରସ ପକ୍ଷୀ ଓ ଚନ୍ଦନ ବୋଡା ପାଇଁ ସାଥୀ ମିଳିପାରିଛି। ଏହି ପ୍ରକ୍ରିୟା ଯୋଗୁ ବଂଶଗତ ଓ ରକ୍ତ ସମ୍ପର୍କରେ ପରିବର୍ତ୍ତନ ଆସିବ ବୋଲି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୨ ଘଣ୍ଟା ସମୟ ଦେଲେ ସରପଞ୍ଚ ଚାମେଲୀ ଓଝା , କାର୍ଯ୍ୟାନୁଷ୍ଠାନ ନ ହେଲେ ଆପଣାଇବେ ଏହି ପନ୍ଥା…

କେନ୍ଦ୍ରାପଡ଼ା,୨୫ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ସରପଞ୍ଚ ଚାମେଲୀ ଓଝା   ଜଜାଙ୍ଗସ୍ଥିତ ଏସ୍‌ପି ଅଫିସ ସମ୍ମୁଖରେ ନ୍ୟାୟ ଦାବି କରି ବୁଧବାର ଧାରଣାରେ ବସିଥିଲେ।…

ଡେନ୍‌ମାର୍କରେ ମିଳିଲା ‘ଭାଇକିଂ’ ଯୁଗର ବିଶାଳ ବସ୍ତ୍ର ଉତ୍ପାଦନ କେନ୍ଦ୍ର

ସୋଫ୍ଟେନ (ଡେନମାର୍କ), ୨୫ା୬ (ଏପି): ୟୁରୋପର ପ୍ରାଚୀନ ଇତିହାସକୁ ନେଇ ବଡ଼ ପ୍ରତ୍ନତାତ୍ତ୍ୱିକ ସଫଳତା ମିଳିଛି। ଡେନ୍‌ମାର୍କରେ ପ୍ରତ୍ନତତ୍ତ୍ୱବିତ୍‌ମାନେ ଭାଇକିଂ ଯୁଗର ଏକ ବିଶାଳ ବସ୍ତ୍ର ଉତ୍ପାଦନ…

ମୌସୁମୀ ସକ୍ରିୟ, ବଢ଼ିବ ବର୍ଷା: ଏହି ସବୁ ଜିଲାରେ…

ଭୁବନେଶ୍ୱର,୨୫ା୬(ସୌମ୍ୟରଞ୍ଜନ ରାଉତ): ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି ସ୍ଥାନରେ…

ୟୁରୋପରେ ସାଂଘାତିକ ‘ହିଟ୍‌-ଡୋମ୍‌’

ଲଣ୍ଡନ, ୨୫ା୬ (ଏପି): ସମଗ୍ର ପଶ୍ଚିମ ୟୁରୋପରେ ସୃଷ୍ଟି ହୋଇଥିବା ‘ହିଟ୍‌-ଡୋମ୍‌’ (ଉତ୍ତପ୍ତ ବାୟୁ ବଳୟ) ଯୋଗୁ ବ୍ରିଟେନ, ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନ୍‌ ଭଳି ପ୍ରମୁଖ…

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ବିକାଶମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ଆମର ମୁଖ୍ୟ ଲକ୍ଷ୍ୟ: ରାଜସ୍ବ ମନ୍ତ୍ରୀ

ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାକୁ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ ଦିନିକିଆ ଗସ୍ତରେ ଆସିଥିଲେ। ଏହି ସମୟରେ ଭବାନୀପାଟଣା ସ୍ଥିତ ଜିଲା…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri