ଭାଜପାରେ ଯୋଗଦେବେ କି ଅମର ଶତପଥୀ: କହିଦେଲେ ମନର କଥା

ଚଣ୍ଡିଖୋଲ,୨୬ା୧୧(ପ୍ରଦୀପ୍ତ କୁମାର ପୃଷ୍ଟି):ଏବେ ଧୀରେ ଧୀରେ ଆଞ୍ଚଳିକ ଦଳଗୁଡ଼ିକର ପ୍ରଭାବ କମୁଛି। ଜାତୀୟ ଦଳ ସହଯୋଗରେ ଆଞ୍ଚଳିକ ଦଳଗୁଡ଼ିକ ବିଜୟୀ ହୋଇଛନ୍ତି ବୋଲି ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଅମର ଏପରି କହିଛନ୍ତି। ଝାଡ଼ଖଣ୍ଡରେ ଆଞ୍ଚଳିକ ଦଳର ବିଜୟ ନେଇ ବିଜୁ ଜନତା ଦଳ ଖୁସିବ୍ୟକ୍ତ କରିବା ନେଇ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସେଠାରେ କଂଗ୍ରେସ ହେଉଛି ଜାତୀୟ ଦଳ ା ସେହିଭଳି ଆରଜେଡି ମଧ୍ୟ ଜାତୀୟ ଦଳ ା ଏହି ଦଳଗୁଡ଼ିକ ସହିତ ଜେଏମ୍‌ଏମ୍‌ ମେଣ୍ଟ କରିଥିଲା। ସେଥିପାଇଁ ମେଣ୍ଟ ସରକାର ବିଜୟ ଲାଭ କରିଛି। ଠିକ୍‌ ସେହିପରି ମହାରାଷ୍ଟ୍ରରେ ଭାଜପା ସହିତ ଆଞ୍ଚଳିକ ଦଳଗୁଡ଼ିକ ମେଣ୍ଟ କରିଥିଲେ, ଯେଉଁଥିପାଇଁ ସେଠାରେ ମଧ୍ୟ ବିଜୟୀ ହୋଇଛନ୍ତି। ଓଡ଼ିଶାରେ ବିଜେଡି କ୍ଷମତାକୁ ଆସିଥିଲା ଭାଜପା ସହିତ ମେଣ୍ଟ କରି ।
୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟି ନେତା ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ସାରା ଦେଶରେ ଏକ ଲହର ଥିଲା। ବାଜପେୟୀଙ୍କ ଭାବମୂର୍ତ୍ତି ସହ ବିଜେଡି ମିଶି ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲା। କେବଳ ବିଜେଡି ଏକାକୀ ଲଢ଼ି ବିଜୟୀ ହୋଇ ନ ଥିଲା। ଗଣମାଧ୍ୟମର ପ୍ରଶ୍ନ ଥିଲା ଆପଣ ଭାଜପାର କେନ୍ଦ୍ରୀୟ ନେତାଙ୍କ ନିକଟତର ହୋଇଛନ୍ତି। ତେଣୁ ଆପଣ ଭାଜପାରେ ଯୋଗ ଦେଉଛନ୍ତି କି ଉତ୍ତରରେ ସେ କହିଛନ୍ତି, ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ସଦସ୍ୟ ଭାବେ କେନ୍ଦ୍ରୀୟ ନେତାଙ୍କ ସହ ସାମିଲ ହୋଇଥିଲେ। ସେ ଏବେ ବିଜେଡିରେ ନାହାନ୍ତି। ତାଙ୍କ ଲୋକଙ୍କ ସହ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନେବେ। ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ବୋଲି ସେ କହିଛନ୍ତି। ଅମରଙ୍କ ଏହି ମନ୍ତବ୍ୟ ପରେ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri