୮ ଶ୍ରେଣୀକୁ ଜଣେ ଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଅଭିଭାବକ
ହରଭଙ୍ଗା,୨୧ା୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତର ଘୋରଡ଼ା ସ୍କୁଲରେ ଅଭିଭାବକ ଓ ଛାତ୍ରୀଛାତ୍ର ସ୍କୁଲ ତାଲା ପକାଇ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି। ଘୋରଡ଼ା ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିଲେ ମଧ୍ୟ ୮ଟି ଶ୍ରେଣୀକୁ…
ବିସିଜି ଟିକା ନେଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ
ବାଲିଗୁଡ଼ା,୨୧ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ଯକ୍ଷ୍ମା (ଟିବି) ବିରୋଧରେ ଲଢ଼େଇ କରିବାକୁ ଦିଆଯାଉଥିବା ବିସିଜି ଟିକା ନେଇ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ୫୦ରୁ ଊଦ୍ଧର୍ବ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଟିକା ନେବାର ୨/୩ ଦିନ ଯନ୍ତ୍ରଣା ପରେ ଏବେ…
ଛାତ୍ରଙ୍କୁ ଅପହରଣ କରି ନେଉଥିଲେ ଦୁର୍ବୃତ୍ତ, ଅଧାବାଟରେ ଗାଡ଼ିରୁ ଡେଇଁ ବଞ୍ଚାଇଲେ ଜୀବନ
ପାରାଦୀପ,୨୧ା୧୦(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍ ଥାନା ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥ ୧୫ ନମ୍ବର ପାଖରେ ସୋମବାର ସକାଳେ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍କୁଲ ଛାତ୍ରଙ୍କୁ ମାଡ଼ ମାରି ବଳପୂର୍ବକ ଅପହରଣ କରାଯାଇଥିଲା। ସଂପୃକ୍ତ ଅପହରଣକାରୀମାନେ…
ଉଚ୍ଛେଦ ପୂର୍ବରୁ ନିଜ ଘର ନିଜେ ଭାଙ୍ଗିଦେଲେ ପ୍ରଧାନଶିକ୍ଷକ, ୩ ଅଟକ
ତିହିଡ଼ି,୨୧ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ତାଳପଦା ପଞ୍ଚାୟତ ଅଧୀନ ବୈକୁଣ୍ଠସାହି ରାସ୍ତା ଜବରଦଖଲ ହୋଇଥିଲା। ରାସ୍ତାକୁ ମାଡ଼ି ଜଣେ ପ୍ରଧାନଶିକ୍ଷକ ଘର ତିଆରି କରିଥିବା ଅଭିଯୋଗ ହୋଇଥିଲା। ତେବେ ପ୍ରଶାସନ ପକ୍ଷରୁ ସୋମବାର ଜବରଦଖଲ ଉଚ୍ଛେଦ କରାଯିବା ପୂର୍ବରୁ…
ପର୍ଯ୍ୟଟକଙ୍କ ପାଇଁ ନୂଆ ଠିକଣା: ପାଇନ୍ ବଣ ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ଚଲାପଥ
ଦାରିଙ୍ଗବାଡ଼ି,୨୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ିହେଲା ନୂତନ ଚଲାପଥ ତଥା ‘ପାଇନ୍ ବଣ ଓ୍ବାକିଂ ଟ୍ରେଲ୍’ ଯାହାକି ପର୍ଯ୍ୟଟକଙ୍କ ପାଇଁ ସକାଳ ଓ ସନ୍ଧ୍ୟା ଭ୍ରମଣରେ ଦେବ ଅନେକ ଫାଇଦା। ପ୍ରକାଶ ଯେ, ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରରେ…
ପ୍ରେମରେ କଣ୍ଟା ସାଜିଲେ ବାପା, ପ୍ରେମିକ ସହ ମିଶି ଏସିଡ୍ ପକାଇ ମାରି ଦେବାକୁ ଉଦ୍ୟମ କଲେ ଝିଅ
ତୁମୁଡିବନ୍ଧ,୨୧ା୧୦(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଡ଼ା କୁନ୍ଦେଲ ଗ୍ରାମରେ ମୋହନ ପନ୍ଦର ଓ ତାଙ୍କ ପୁଅ ଅନୁଜଙ୍କୁ ଏସିଡ୍ ମାଡ଼ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ମୋହନଙ୍କ ଝିଅ ଓ ତାଙ୍କ ପ୍ରେମିକ ମିଶି…
ବସ୍ ପଛରେ ପିଟିହେଲା ବସ୍: ୨୦ ଆହତ
ମୋହନା,୨୧ା୧୦: ଗଜପତି ଜିଲା ମୋହନାର ରାମଗଡ଼ ଘାଟିରେ ଏକ ବସ୍ ପଛରେ ଆଉ ଏକ ବସ୍ ପିଟିହେବାରୁ ୨୦ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବ୍ରେକ୍ ଫେଲ୍…
କାଉଡ଼ିଆ ନଦୀ, ସମୁଦ୍ରରେ ମିଶିଲା ପାଇପ୍ଲାଇନ ତେଲ
ପାରାଦୀପ,୨୧ା୧୦(ଶରତ ରାଉତ): ପାରାଦୀପରେ ବ୍ୟାପକ ଚୋରା କାରବାର ଘଟଣାକୁ ନେଇ ଅଘଟଣ ଘଟୁଥିଲେ ହେଁ ଏହାର କୌଣସି ପ୍ରଭାବ ପ୍ରଶାସନ ଉପରେ ପଡୁନାହିଁ। ୨ ଦିନ ତଳେ ମାଛଧରା ଡଙ୍ଗାରେ ବିଦେଶୀ ମଦ, ସିଗାରେଟ କାରବାର ସମୟରେ ଜଣେ ଯୁବକ ପାଣିରେ…
ଆଗକୁ ଅଭୟଙ୍କ ଆଇପିଏସ୍ ଲକ୍ଷ୍ୟ
ଅତାବିରା,୨୦।୧୦(ହୃଷୀକେଶ ଖମାରୀ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ (ଓସିଏଏସ୍) ପରୀକ୍ଷାରେ ବରଗଡ଼ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ଅଭୟ ମହାକୁର କୃତକାର୍ଯ୍ୟ ହୋଇଛନ୍ତି। ସେ ୪୦୭ ର଼୍ୟାଙ୍କରେ ରହିଛନ୍ତି। ଅଭୟ ଲରମ୍ଭା ହାଇସ୍କୁଲରେ…
ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଶରା ମହୋତ୍ସବ ଆରମ୍ଭ
କୋକସରା,୨୦।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥିବା ବେଳେ ପ୍ରତି ବର୍ଷ ଦଶରା ଆସିଲେ ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ଗ୍ରାମବାସୀଙ୍କ ମଙ୍ଗଳ କାମନା କରନ୍ତି ଗ୍ରାମ୍ୟ ପୂଜକ। କଳାହାଣ୍ଡି ଜିଲା କୋକସରା…
ଖାଜିପଲ୍ଲୀରେ ଦମ୍ପତିଙ୍କ ଆତ୍ମହତ୍ଯା: ଅନାଥ ହୋଇଗଲେ ଭାଇ ଭଉଣୀ
ପରୁଷୋତ୍ତମପୁର,୨୦ା୧୦( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେ.ଏନ.ପୁର ପଞ୍ଚାୟତର ଖାଜିପଲ୍ଲୀ ଗ୍ରାମରେ ରବିବାର ରାତ୍ରରେ ଦମ୍ପତି ଆତ୍ମହତ୍ଯା କରିଛନ୍ତି। ସେମାନେ ହେଲେ ସନ୍ତୋଷସାହୁ (୪୦) ଓ ତାଙ୍କ ପତ୍ନୀ ସସ୍ମିତା ସାହୁ (୩୩)। ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ଯା…
ୟୁଟ୍ୟୁବ୍ରୁ ପାଠପଢ଼ି ଓଏଏସ୍ ପାଇଲେ ବଣ୍ଡା ଯୁବତୀ
ମାଲକାନଗିରି,୨୦ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅଧୀନ ବଣ୍ଡାଘାଟିର ଜଣେ ବଣ୍ଡା ଜନଜାତି ଛାତ୍ର ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲା ପାଇଁ ଗୌରବ ଆଣିଥିବା ବେଳେ ଶନିବାର ଆଉ ଜଣେ ବଣ୍ଡା ଛାତ୍ରୀ ଓଡ଼ିଶା ପ୍ରଶାସନିକ…

