ଆମ ଜିଲା ଖବର

ମୋ ବସ୍‌ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ, ବସ୍‌କୁ ଅଟକ ରଖିଲେ ସ୍ଥାନୀୟ ଲୋକେ

ବାରଙ୍ଗ,୪।୨(ଲିଙ୍ଗରାଜ ରାଉତ): ମୋ ବସ୍‌ ଧକ୍କାରେ ନାବଳିକାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନନ୍ଦନକାନନ ଥାନା ରଘୁନାଥପୁରରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି। ମୃତ ନାବାଳିକାଙ୍କ ବୟସ ୧୩ ବର୍ଷ ବୋଲି ଜଣାପଡିଛି। ରଘୁନାଥପୁର ଗ୍ରାମବାସୀ ରାସ୍ତାରେ ଟାୟାର ଜାଳି ଓ…

୫ରେ ବିପିୟୁଟିର ସମାବର୍ତ୍ତନ ସମାରୋହ: ଯୋଗଦେବେ ରାଜ୍ୟପାଳ

ରାଉରକେଲା,୩।୨(ଦିନେଶ ମିଶ୍ର): ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ଏକାଦଶ ତମ ସମାବର୍ତ୍ତନ ସମାରୋହ ଆସନ୍ତା ୫ ତାରିଖରେ ବିପିୟୁଟି ନେତାଜୀ ସୁବାଷ ବୋଷ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର…

ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଖେଳ ପଡ଼ିଆ, ନିୟମିତ ସଫେଇ କରୁଛନ୍ତି ପ୍ରାତଃ ଭ୍ରମଣକାରୀ

ଦାରିଙ୍ଗବାଡି,୪।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ଏକମାତ୍ର ଖେଳ ପଡ଼ିଆ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ପଡ଼ିଆ ଉପରେ ନିର୍ଭର କରୁଥିବା ପ୍ରାତଃ ଭ୍ରମଣକାରୀ ଦୈନିକ ପଡ଼ିଆକୁ ସଫେଇ କରୁଥିଲେ ମଧ୍ୟ ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ଯୋଗୁ…

୨ଦିନିଆ ରିମାଣ୍ଡରେ ସମର୍ଥ ସମ୍ପାଦକ

ସମ୍ବଲପୁର,୪ା୨(ପ୍ରମୋଦ ବହିଦାର): ସମ୍ବଲପୁର ନେତାଜୀନଗରରେ ଥିବା ସମର୍ଥ ମାନସିକ ଅନଗ୍ରସର ରୋଗୀ ଥଇଥାନ କେନ୍ଦ୍ରର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶଙ୍କୁ ପୋଲିସ ୨ଦିନିଆ ରିମାଣ୍ଡରେ ନେଇଛି। ଏହି ସମୟରେ ଘଟଣାର ସମର୍ଥ କେନ୍ଦ୍ରରେ ମାନସିକ ବିକାରଗ୍ରସ୍ତ ଅନ୍ତେବାସୀଙ୍କ ଉପରେ ହୋଇଥିବା ନିର୍ଯାତନାର ସତ୍ୟାସତ୍ୟ…

ପ୍ରଶାସନର ପଦକ୍ଷେପ ସତ୍ତ୍ୱେ ଥମୁନି ଝାଡ଼ାବାନ୍ତି

ପୁରୀ,୪ା୨(ଅଜିତ୍‌ କୁମାର ମହାନ୍ତି): ପୂରୀ ଜିଲା କଣାସ ବ୍ଲକରେ ଥମୁନି ଝାଡ଼ାବାନ୍ତି ପ୍ରଶାସନର ବିଭିନ୍ନ ପଦକ୍ଷେପ ସତ୍ତ୍ୱେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜାଗୁଳେଇପଦରରୁ ୩ଜଣ ଝାଡ଼ାବାନ୍ତି ରୋଗୀ ଭର୍ତ୍ତି ହୋଇଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତମାନଙ୍କ ମ୍ୟାପିଂ କରାଯାଇ ଟେଲିଫୋନ…

ଆଜି ପବିତ୍ର ମାଘ ସପ୍ତମୀ: ତ୍ରିଶମ୍ଭୁଙ୍କ ମହାସ୍ନାନ ପରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ,୪।୨: ଆଜି ପବିତ୍ର ମାଘ ସପ୍ତମୀ। ଏହି ପରିପ୍ରେକ୍ଷୀରେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମଙ୍ଗଳବାର ଭୋରରୁ ଲକ୍ଷାଧିକ ସାଧୁ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ବୁଡ଼ ପକାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ…

ଋଣ ବୋଝ ସହି ନ ପାରି ଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର/ବ୍ରହ୍ମବରଦା,୪ା୨ (ହର୍ଷବର୍ଦ୍ଧନ ବେହେରା/ଯଯାତି କେଶରୀ ବେହେରା): ଋଣ ବୋଝ ଅସହ୍ୟ ହେଲା। ମାନସିକ ସନ୍ତୁଳନ ହରାଇ ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ କୋଠାସାହି ଗ୍ରାମର ଏକ ଦମ୍ପତି ବେକରେ ରଶି ବାନ୍ଧି ସୋମବାର ଆମତ୍ହତ୍ୟା କରିଛନ୍ତି। ମୃତକ ହେଲେ ବିଜୟ…

ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ, ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା,୩ା୨(ଉତ୍ତମ କୁମାର ଦାଶ): ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ପରମାନନ୍ଦପୁର ଛକ ନିକଟରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଠାବ ହୋଇଛି। ମୃତା ମହିଳାଙ୍କ ନାମ ସୁସ୍ମିତା ସାହ। ୩ବର୍ଷ ତଳେ ସେ ବିବାହ କରିଥିଲେ। ତାଙ୍କ…

ସରପଞ୍ଚଙ୍କ ବିରୋଧରେ ଜିଲାପାଳଙ୍କୁ ଫେରାଦ

ସୁନ୍ଦରଗଡ,୩ା୨(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତର ସରପଞ୍ଚ ବେନିୟମ କାର୍ଯ୍ୟ କରୁଥିବା ଅଭିଯୋଗ କରି ସୋମବାର ଗ୍ରାମବାସୀ ଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ରବିନାୟଣ ସାହୁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।…

ହେଲ୍‌ଥ ଓ୍ବାର୍କର ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ

କଟକ,୩।୧:ମଲ୍ଟି ପର୍ପସ ହେଲ୍‌ଥ ଓ୍ବାର୍କର(ଏମପିଏଚଡବ୍ଲ୍ୟୁ) ନିଯୁକ୍ତି ଉପରେ ରୋକ ଲଗାଇବାକୁ ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିସନ (ଓଏସଏସଏସ୍‌ସି)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୦୨୪ରେ ଓଏସଏସଏସସି ରାଜ୍ୟରେ ମୋଟ ୨୭୫୩ଟି ପଦବୀ ପୂରଣ କରିବା ଲକ୍ଷ୍ୟରେ ଏମପିଏଚଡବ୍ଲୁର ଫଳାଫଳ ଘୋଷଣା…

ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥାପ୍ରସ୍ତାବ: ୧୪ରେ ଭୋଟ ଗଣତି

ପାଟଣା,୩।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାପାଟଣା ବ୍ଲକ ଅଧ୍ୟକ୍ଷା ଶୁକାନ୍ତି ନାଏକଙ୍କ ବିରୋଧରେ ଜାନୁଆରୀ ୪ ତାରିଖରରେ ଅନାସ୍ଥା ପ୍ରସ୍ତାବପାଇଁ ବ୍ଲକ ସଭାଗୃହରେ ଭୋଟ ହୋଇଥିଲା। ୩୫ଜଣ ସଭ୍ୟ ଭୋଟ କେନ୍ଦ୍ରକୁ ଆସିଥିବା ବେଳେ ୩୪ ଜଣ ବୋଟ ଦେଇଥିଲେ।…

ନାବାଳିକା ଛାତ୍ରୀଙ୍କ ଉଲଗ୍ନ ଫଟୋ ଭାଇରାଲ ଘଟଣା: ଜେଲ ଗଲେ ୨ ଅଭିଯୁକ୍ତ, ଜଣେ ଫେରାର

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୭ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଉଲଗ୍ନ କରି ଭିଡ଼ିଓ ଫଟୋ ଉତ୍ତୋଳନ କରି ପରେ ଭାଇରାଲ କରିଥିବା ପଦ୍ମନ ନାଇକ ଏବଂ ଜି.ଜଗନ୍ନାଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?