ଆମ ଜିଲା ଖବର

ପିଲାମାନଙ୍କ ବୌଦ୍ଧିକ ବିକାଶରେ ଜେଜେ ମା’-ବାପାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

କେସିଙ୍ଗା ତା୮.୧୦(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କେନ୍ଦୁପଡାସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲରେ ଅଧ୍ୟକ୍ଷା ଅର୍ଚ୍ଚନା ଅଗ୍ରୱାଲଙ୍କ ନେତୃତ୍ୱରେ ସ୍କୁଲର ସଭାଗୃହରେ ଜେଜେ ମା’-ଜେଜେ ବାପା ଦିବସ ମଙ୍ଗଳବାର ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ସ୍କୁଲର ଛାତ୍ରୀଛାତ୍ରଙ୍କ ଦ୍ୱାରା ବିଭିନ୍ନ…

ପୋଖରୀରୁ କୁନି ହାତୀ ଛୁଆର ମୃତଦେହ ଉଦ୍ଧାର କଲା ବନବିଭାଗ

ବାରିପଦା,୮।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ରେଂଜ ଅଞ୍ଚଳର ଏକ ପୋଖରୀ ଭିତରୁ ହାତୀ ଛୁଆର ମୃତଦେହକୁ ବନବିଭାଗ ଉଦ୍ଧାର କରିଛି। ତିନି-ଚାରି ଦିନ ପୁର୍ବରୁ ହାତୀ ଶାବକର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ନାଫ୍ରି…

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

କେନ୍ଦୁଝର,୮।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପାଟଖଳି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ବେଷଣରେ ଗ୍ରାମ ନିକଟକୁ ଚାଲିଆସିଥିବା ଏକ ମାଈ ହାତୀ ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅରେ ଖସି ପଡିଥିଲା।…

କାତ୍ୟାୟନୀ ବେଶରେ ମା’ ସମଲେଶ୍ବରୀ: ଜାଣନ୍ତୁ କେମିତି ମାନସିକ ପୂରଣ ସହିତ ପାଇବେ ଶୁଭଫଳ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ମଙ୍ଗଳବାର ମା’ ସମଲେଶ୍ବରୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ସମାଗମ…

ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ: ଆସିଲା ବଡ଼ ରାୟ

କଳାହାଣ୍ଡି,୮।୧୦: କଳାହାଣ୍ଡି ଜିଲା ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଉପରେ ହାଇକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ଖାଲି ପଡ଼ିଥିବା ସମିତି ସଭ୍ୟ ଓ ଅଧ୍ୟକ୍ଷ ପଦ ପାଇଁ ସାନି ବିଜ୍ଞପ୍ତି ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି…

ପୋଲ ଉପରେ ଓଲଟି ପଡିଲା କାର୍‌: ଦମ୍ପତି ଗୁରୁତର

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ନଦୀ ପୋଲ ଉପରେ ମଙ୍ଗଳବାର ଏକ କାର୍‌ ଓଲଟି ପଡ଼ିଛି। ଫଳରେ କାର୍‌ରେ ଥିବା ଦମ୍ପତି ଗୁରୁତର ହୋଇଛନ୍ତି।…

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୮।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଗୋପିନାଥପୁର ଫାର୍ମ ସାହିରେ ୨୦୨୧ରେ ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜି ଜିଲା ଦୌରଜଜ ଅଶୋକ କୁମାର ପଣ୍ଡା ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା…

ଜଙ୍ଗଲରୁ ମିଳିଲା ହାତୀର ମୃତଦେହ: ଗୋଟିଏ ଦାନ୍ତ କାଟି ନେଇଥିବା ସୂଚନା

ବଲାଙ୍ଗୀର,୮।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଅସୁରଡୁଙ୍ଗୁରି ଗାଁ ମଠଖାଇ ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ମିଳିଛି। ହେଲେ ମୃତ ହାତୀର ଗୋଟିଏ ଦାନ୍ତ ନ ଥିବା ଏକ ବଡ଼ ସୂଚନା ମିଳିଛି। ଅନ୍ୟପକ୍ଷେ ଶିକାରୀ ହାତୀକୁ ଶିକାର…

ଝିଅମାନେ ଭଲ ପାଠ ପଢିଲେ କରିପାରିବେ ନିଜ ଭବିଷ୍ୟତ ନିର୍ଦ୍ଧାରଣ: ବେଟି ବଚାଓ, ବେଟି ପଢାଓକୁ ଗୁରୁତ୍ୱ

ଦାରିଙ୍ଗବାଡି, ୮।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି। ଜଣେ ଝିଅ ଭଲ ପାଠ ପଢିଲେ ନିଜ ଭଲ ଭବିଷ୍ୟତ ନିର୍ଦ୍ଧାାରଣ କରିବାରେ ସହାୟକ ହେବେ।…

ନବୀନ ପଟ୍ଟନାୟକଙ୍କ ନୋମିନି ଘୋଷଣା: ଜାଣନ୍ତୁ କିଏ ହେଲେ…

ହିଞ୍ଜିଳିକାଟୁ, ୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ବ୍ଲକ, ପୌରାଞ୍ଚଳ ଓ ଜିଲା ପରିଷଦ ନିମନ୍ତେ ନୋମିନି ଘୋଷଣା କରିଛନ୍ତି। ଗତ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡି ପକ୍ଷରୁ ଢେର…

ଚୋରାଚାଲାଣ ହେଉଥିଲା ଶାଳ ଚୌକାଠ: ମାଡ଼ିବସିଲା ବନବିଭାଗ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କେନ୍ଦୁ ଯୋଡା ରାସ୍ତାରୁ ସୋମବାର ବିଳମ୍ବିତ ରାତିରେ ବନ ବିଭାଗ ଏକ ଶାଳ ଚୌକାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଛି। ପିକଅପ୍‌ରେ ଥିବା ୪୦ ଖଣ୍ଡ ଚୌକାଠର ଆନୁମାନିକ ମୂଲ୍ୟ…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସଫଳ ଚାଷୀ: ଜାଣନ୍ତୁ କାହିଁକି

କେସିଙ୍ଗା,୮।୧୦(ତୁମେଶ୍ୱର ସାହୁ): ଜଳସମ୍ପଦ ବିଭାଗ ସେଚାଞ୍ଚଳ ଉନ୍ନୟନ ବିଭାଜନ ୬ ଭବାନୀପାଟଣା ପକ୍ଷରୁ କେସିଙ୍ଗା ବ୍ଳକର କାଣ୍ଡେଲଗ୍ରାମସ୍ଥିତ କରନାଲି କାଣ୍ଡେଲ-୨ରେ ସଫଳ ଚାଷୀଙ୍କୁ ଜଳସେଚିତ କରିବା କରିବା ପାଇଁ କେନାଲ କାମ ଇତିମଧ୍ୟରେ ସମ୍ପୁର୍ଣ୍ଣ ହୋଇ ଚାଷୀଙ୍କୁ ଜଳସେଚିତ କରିଥିବାରୁ ମୁଖ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri