କାହା ସ୍ବାର୍ଥରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ? ନିର୍ମାଣର ୬ବର୍ଷ ପରେ ମଧ୍ୟ ଆସିଲା ନାହିଁ ଲୋକଙ୍କ କାମରେ

ଥୁଆମୂଳ ରାମପୁର,୧।୪(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାରଙ୍କ ଜଳସେଚନ ପ୍ରକଳ୍ପ ଦ୍ବାରା କୃଷିର ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦରେ ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜରିଆରେ ପ୍ରକଳ୍ପ ଗୁଡିକ ର୍ନିମାଣ କରାଯାଉଛି। କିନ୍ତୁ କିଛି ସ୍ଥାନରେ ଅର୍ଦ୍ଧ ର୍ନିମାଣ ହୋଇ ପଡିରହିଛି ତୋ କେଉଁଠି ର୍ନିମାଣର କିଛି ଦିନ ମଧ୍ୟରେ ଭୂଷୁଡି ପଡିଥିବାବେଳେ ଆଉ କେଉଁ ସ୍ଥାନରେ ପ୍ରକଳ୍ପ ର୍ନିମାଣ କାର୍ଯ୍ୟ ଶେଷ କରାଯାଇଛି ହେଲେ ପାଇପ ସଂଯୋଗ କରାଯାଇନାହିଁ। ଏହା ଫଳରେ ଚାଷୀମାନେ ନାହିଁନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି।

ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ଡୁମେରପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ବାରକାଉଡି ଗ୍ରାମର ନୂଆପଡା ନିକଟରେ ଥିବା ବିଚଲ ଚଞ୍ଚରା ନଦୀ ନାମକ ନଦୀରେ ର୍ନିମାଣ କରାଯାଇଛି ଏକ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ। ଓଡିଶା ସରକାରଙ୍କ ଜଳସେଚନ ବିଭାଗ କଳାହାଣ୍ଡି, କ୍ଷୁଦ୍ର ଜଳସେଚନ ବିଭାଜନ ଭବାନୀପାଟଣା ଦ୍ୱାରା ବିଷମଗିରି ଗ୍ରାମାଞ୍ଚଳରେ ଭିତ୍ତିଭୂମି ଉନ୍ନତି କଲ୍ୟାଣ ପାଣ୍ଠି ଆନୁକୂଲ୍ୟରେ ର୍ନିମାଣ ହୋଇଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଧାପନ୍ତରିଆ ଭାବରେ ଦୀର୍ଘ ବର୍ଷରୁ ପଡିରହିଛି। ରାୟଗଡ଼ା କାଶୀପୁର ବ୍ଳକ ଓ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକର ସୀମାନ୍ତରେ ରହିଥିବା ବିଚଲ ଚଞ୍ଚରା ନଦୀ ଠାରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଏକ ଚୂକ୍ତିଭିତ୍ତିକ ମଧ୍ୟରେ ହାରାହାରି ୨ କୋଟି ଟଙ୍କା ବ୍ୟୟବରାଦରେ ଆର୍ଥିକ ବର୍ଷ ୨୦୧୮/୧୯ ରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦୁଃଖ ଓ ପରିତାପର ବିଷୟ ଏହା ଯେ ଅଞ୍ଚଳର ଚାଷୀମାନେ ଏହି ପ୍ରକଳ୍ପ ନିର୍ମାଣ ଶେଷ ହୋଇଥିଲେ ସେମାନେ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ପାରିବା ବଦଳରେ ସେ ଆଶା ବର୍ତ୍ତମାନ ଫସର ଫାଟି ଯାଇଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

ଏନେଇ ବାରକାଉଡ଼ିର
ଚାଷୀ ଗୁଣ୍ଡୁ ମାଝୀ କୁହନ୍ତି ଆମ ଚାଷୀ ମାନଙ୍କ ଚାଷ କ୍ଷେତ୍ରରେ ସୁବିଧା ପାଇଁ ଏକ କ୍ଷୁଦ୍ର ଡ୍ୟାମ ର୍ନିମାଣ କରି ପାଇପ ଯୋଗେ ଆମ ଜମି ମାନଙ୍କରେ ପାଣି ଆସିବ ବୋଲି ଆମେ ସ୍ବପ୍ନ ଦେଖିଥିଲୁ ହେଲେ ଏହି ଡ୍ୟାମ ର୍ନିମାଣ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଆମେ ପାଣି ପାଇ ପାରିଲୁ ନାହିଁ । ଯଦି ପାଣି ପାଇଥାନ୍ତୁ ତେବେ ଆମେ ଚାଷ କରି ସେଥିରୁ ଦୁଇ ପଇସା ରୋଜଗାର କରି ନିଜ ପରିବାରର ପ୍ରତିପୋଷଣ କରିପାରନ୍ତେ ହେଲେ ତାହା ହୋଇ ପାରିଲା ନାହିଁ l ଆମକୁ ଆଉ ଆଗ ଭଳି ଚାଷ କରିବା ପାଇଁ ମନ ଲାଗୁନାହିଁ, ଯେଉଁ ଚାଷୀ ପାଖରେ ପଇସା ଅଛି ସେ ପାଣି ଉଠାଇବା ମୋଟର ଏବଂ ଅନ୍ୟାନ୍ୟ ଚାଷ କ୍ଷେତ୍ରରେ କାମ କରିବା ଉପକରଣ କିଣି ଚାଷ ରେ ନିୟୋଜିତ କରୁଛନ୍ତି l ସରକାର ଆମ ଚାଷୀମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ସତ ହେଲେ ତାହା ଆମ ମାନଙ୍କ ପାଇଁ ନୁହଁ କେବଳ ବଡ଼ ବଡ଼ ଠିକାଦାର ଏବଂ ଅଫିସର୍‌ ବାବୁ ମାନଙ୍କ ପାଇଁ , ସେଥିରୁ ଯାହା ବଞ୍ଚେ ଆମ ପାଖକୁ ପହଞ୍ଚିବା ସମୟରେ ସବୁ ସରିଯାଇଥାଏ l


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri