Odisha Elections 2024

ଆମ ଜିଲା ଖବର

‘କଭି ଅଲ୍‌ ବିଦା ନା କେହନା’ ମେସେଜ୍‌ ଲେଖି ଜୀବନ ହାରିଲେ ଯୁବତୀ

ବଲାଙ୍ଗୀର ଅଫିସ,୬ା୧୧: ବଲାଙ୍ଗୀର ରେଳଷ୍ଟେଶନ ନିକଟ ଖୁଜେନ ପାଲିି ରେଲଓ୍ବେ ଚେକ୍‌ ଗେଟ୍‌ ରେଳ ଧାରଣାରେ ଜଣେ ଯୁବତୀଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ଯୁବତୀ ବଲାଙ୍ଗୀର ସହରର ତାଲପାଲି ପଡ଼ାର ସାରିକା ସାଏ (୩୮)।...

ପଶ୍ଚିମବଙ୍ଗ ଚାଲାଣ ବେଳେ ୫୦୦ ଗୋରୁ ଉଦ୍ଧାର

ଜଳେଶ୍ୱର,୬।୧୧(ଡି.ଏନ.ଏ.): ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବାରମ୍ବାର ଯାଞ୍ଚ ହୋଇ ଚଢାଉ କରାଯାଉଥିଲେ ମଧ୍ୟ ପଶ୍ଚିମବଙ୍ଗକୁ ଗୋଚାଲାଣ ଥମିବାରେ ନଁା ଧରୁନି। ଶନିବାର ବିଳମ୍ବିତ ରାତିରେ ଜଳେଶ୍ୱର ପୋଲିସ ୮ଟି ଗୋରୁ ବୋଝେଇ ଗାଡି ଜବତ କରିବା ସହ ୫୦୦ରୁ...

ମିଲର୍ସଙ୍କ ପାଇଁ ମଣ୍ଡି ଖୋଲିବାରେ ବିଳମ୍ବ

ସମ୍ବଲପୁର,୬।୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ନଭେମ୍ବର ୨୫ରୁ ଧାନ ସଂଗ୍ରହ ଆରମ୍ଭ ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି। ହେଲେ ଚାଷୀଙ୍କ ସମସ୍ୟାକୁ ଚିନ୍ତା ନ କରି ମିଲର୍ସଙ୍କ ପାଇଁ ଧାନ ସଂଗ୍ରହ ପ୍ରାୟ ଏକ ମାସ ବିଳମ୍ବ କରାଯାଇଥିବା ଚାଷୀମାନେ...

ପଦ୍ମପୁର ଉପନିର୍ବାଚନ: ପ୍ରାର୍ଥିତ୍ୱକୁ ନେଇ ବଢ଼ିଲା ଉତ୍କଣ୍ଠା

ବରଗଡ଼ ଅଫିସ୍‌.୬।୧୧: ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଉପନିର୍ବାଚନ ହେବ। ଏଥିପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ଘୋଷଣା ହେବା ପରେ କେବଳ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି...

ରଦ୍ଦିରେ ବିକ୍ରି ହେଲା ପଢ଼ାବହି

ପାରାଦୀପ,୬।୧୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ମାଗଣାରେ ଦିଆଯାଉଥିବା ବହିଗୁଡ଼ିକୁ ଶନିବାର ରଦ୍ଦିରେ ବିକ୍ରି କରାଯାଇଛି। ପାରାଦୀପ ନୂଆବଜାରସ୍ଥିତ ସଞ୍ଜୟ ଗାନ୍ଧୀ ସ୍କୁଲରେ ଏଭଳି ଘଟଣା ଘଟିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଜ୍ଜ୍ୱଳ...

ଭାଗ୍ୟ ବଦଳାଉଛି ତେଲିଆ ମାଛ

ଭୋଗରାଇ,୬।୧୧(ଡି.ଏନ୍‌.ଏ.): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଗଭୀର ସମୁଦ୍ର ଉପକୂଳରୁ ଶନିବାର ୩୬ କେଜିର ଏକ ବିରଳ ପ୍ରଜାତିର ତେଲିଆ ଭୋଲା ମାଛ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା। ଏହି ମାଛକୁ ଦୀଘା ମୁହାଣ ଆନ୍ତର୍ଜାତିକ ମାଛ ବିକ୍ରି କେନ୍ଦ୍ରକୁ...

ଯୁକ୍ତ ୨ ଛାତ୍ରଙ୍କୁ ପୋଡ଼ି ହତ୍ୟା

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୬।୧୧: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଡିଣ୍ଡିରାଗାଁ ପଞ୍ଚାୟତ ଗଞ୍ଜୁଖୋଲ ଗାଁ ନିକଟରେ ଯୁକ୍ତ ୨ ପଢୁଥିବା ଜଣେ ଛାତ୍ରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଶନିବାର ପୋଲିସ ଜବତ କରିଛି। ସେ ହେଲେ ଗୋଚ୍ଛାପଡା ଥାନା କ୍ରାଣ୍ଡିବାଲି ଗାଁର ବଉଦୁ...

ରାସ୍ତାରେ ବଉଳା କୁମ୍ଭୀର, ଲୋକେ ଆତଙ୍କିତ

ରାଜନଗର,୬।୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ଭିତରକନିକା ଜନଗହଳି ରାସ୍ତାର ଜୁଣଗଡିରୁ ଘଡିଆମାଳ ମଧ୍ୟରେ ଶୁକ୍ରବାର ବିଳମ୍ବିତ ରାତିରେ ୧୦ଫୁଟ ଲମ୍ବର ଏକ ବଉଳାକୁମ୍ଭୀର ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା। ଦେଖଣାହାରୀ କୁମ୍ଭୀରକୁ ଦେଖି ପାଟି କରିବା ସହିତ ବନବିଭାଗକୁ ସୂଚନା...

ଆଜି ଆସିବ ଧାମନଗର ଭୋଟ ଫଳାଫଳ

ଭୁବନେଶ୍ୱର, ୬।୧୧(ବ୍ୟୁରୋ)/ଭଦ୍ରକ ଅଫିସ୍‌: ଧାମନଗର ବିଧାନସଭା ଉପନିର୍ବାଚନ ଭୋଟଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ରବିବାର ସକାଳ ୮ରୁ ଭୋଟଗଣନା କାର୍ଯ୍ୟ ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ୍‌ ଗଣନା କରାଯିବ। ସକାଳ ୮ଟା...

ଟ୍ରକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୫ା୧୧(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଖାରୁମୁଣ୍ଡା ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ ଧକ୍କାରେ ଜଣେ ଯୁବକର ଜୀବନ ଯାଇଛି। ମୃତକ ଜଣକ ବାରକୋଟ ଥାନା ଅନ୍ତର୍ଗତ ଝୁମ୍ପୁରା ଗ୍ରାମର ସନ୍ତୋଷ ପାତ୍ର ବୋଲି ଜଣାପଡ଼ିଛି।...

ଝରଣାପାଣିକୁ ନେଇ ଦୁଇ ପଞ୍ଚାୟତରେ ବିବାଦ: କାର୍ଯ୍ୟ ବନ୍ଦ ରଖିଲେ ତହସିଲଦାର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେରାଣ୍ଡିମାଳ ପାହାଡ଼ରୁ ଆସୁଥିବା ଝରଣାପାଣିକୁ ନେଇ ବି.ତୁରୁବୁଡ଼ି ଓ ବଡଡୁମୁଳା ପଞ୍ଚାୟତ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହି ବିବାଦୀୟ ଅଭିଯୋଗ ଦିଗପହଣ୍ଡି ତହସିଲ୍‌ରେ ପହଞ୍ଚିବା ପରେ ତହସିଲଦାର ସିପକ୍‌ କୁମାର...

କାର୍‌ ଚକା ଫାଟିଯିବାରୁ ବାଇକ୍‌ ସହ ମୁହାଁମୁହିଁ ଧକ୍କା: ଶାଶୁଙ୍କ ଜୀବନ ଗଲା, ଜ୍ୱାଇଁ ଗୁରୁତର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ବଜାର ନିକଟରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଦ୍ରୁତ ଗତିରେ ଆସୁଥିବା ବେଳେ ଡେଙ୍ଗାଓସ୍ତା ବଜାର ନିକଟରେ କାର୍‌ ଆଗଚକା ଫାଟିଯିବାରୁ ଭାରସାମ୍ୟ ହରାଇ ବିପରୀତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri