ବୁଦ୍ଧ ପୂର୍ଣ୍ଣିମା ପାଇଁ ଶୈବପୀଠ ଚଳଚଞ୍ଚଳ

ନୂଆପଡ଼ା,୧୨ା୫ (ମକାରୁ ବେମାଲ):ନୃସିଂହ ଚତୁର୍ଦ୍ଦଶୀ ଓ ବୁଦ୍ଧ ପୂର୍ଣ୍ଣିମା ପାଇଁ ନୂଆପଡ଼ା ଜିଲାର ଶୈବପୀଠଗୁଡ଼ିକ ଶନିବାରଠାରୁ ଚଳଚଞ୍ଚଳ ହୋଇଉଠିଛି। ପବିତ୍ର ବୃଦ୍ଧ ପୂର୍ଣ୍ଣିମାରେ ବୁଡ ପକାଇ ଶୈବାଳୟରେ ଜଳ ଅର୍ପଣ ପାଇଁ ଶ୍ରଦ୍ଧାଳୁମାନେ ପୂର୍ବରୁ ଆସି ଡେରା ପକାଇଛନ୍ତି। ନୂଆପଡ଼ା ସଦର ବ୍ଲକ ପତୋରା ଯୋଗେଶ୍ୱର ମନ୍ଦିର ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଲାଣି। ଏଥିରେ ନୂଆପଡ଼ା ଜିଲା ସମେତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ଛତିଶଗଡ଼ ରାଜ୍ୟ କୋମାଖାନ, ବାଗବାହାରା, ମହାସମୁନ୍ଦ, ଗରିଆବନ୍ଧ, ଛୁରା ଆଦିର ଶ୍ରଦ୍ଧାଳୁମାନେ ଆସିଥାନ୍ତି। ସେହିପରି ବୋଡେନ ବ୍ଲକ ପାତାଳଗଙ୍ଗାଠାରେ ଭକ୍ତଙ୍କ ଗହଳି ଲାଗି ରହିଛି। ପାତାଳଗଙ୍ଗାକୁ ମଧ୍ୟ ବୁଡ ପକାଇବା ପାଇଁ ଜିଲା ସମେତ ଜିଲା ବାହାର ଓ ଛତିଶଗଡ଼ ଅଞ୍ଚଳର ଲୋକେ ଆସିଥାନ୍ତି।
କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଖୋଳିଗାଁଠାରେ ରହିଥିବା ରାଣୀମୁହାସର ଗୁପ୍ତଗଙ୍ଗାରେ ବୁଡ଼ ପକାଇବା ପାଇଁ ଦୁଇ ଦିନ ପୂର୍ବରୁ ଶ୍ରଦ୍ଧାଳୁମାନେ ଆସି ଅପେକ୍ଷାରେ ଅଛନ୍ତି। ପାହାଡ଼ ଶିଖର ବର ଓ ଆମ୍ବ ଗଛର ମିଳନ ସନ୍ଧିରୁ ଗୁପ୍ତ ଭାବରେ ବାହାରୁଥିବା ଝରଣା ଗୁପ୍ତଗଙ୍ଗା ଭାବରେ ନାମକରଣ ପାଇଛି। ସେଥିରେ ଶ୍ରଦ୍ଧାଳୁମାନେ ବୁଡ ପକାଇବା ଓ ବହୁ ପୁରାତନ ମନଲୋଭା କୀର୍ତ୍ତିରାଜିକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଆସିଥାନ୍ତି ା ସେଠାରେ ବଡ ଘୁମେର ଓ ସାନ ଘୁମେର ବୋଲି ଦୁଇ ଜଳପ୍ରପାତ ରହିଛି। ପାହାଡ଼ ଉପରେ ଶ୍ୱେତଗଙ୍ଗା, ସୁନାପାଣି, ରୁପାପାଣି, ରାଣୀମୁହାସ, ଗୁପ୍ତଗଙ୍ଗା, ଥାଳିପାଣି ଭଳି ଅନେକ ପୁରାତନ କୀର୍ତ୍ତିରାଜି ରହିଛି। ଝରଣାର କୁଳୁ କୁଳୁ ତାନ ଓ ପଶୁପକ୍ଷୀଙ୍କ କିଚିରିମିଚିରି ସ୍ବରରେ ଭକ୍ତମାନେ ବିମୋହିତ ହୋଇଉଠନ୍ତି। ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ କଟିଙ୍ଗପାଣି ଗାଁ ଗୋଧସ, କୋମନା ବ୍ଲକ ବୃଦ୍ଧିକୋମନା ପାତାଳେଶ୍ୱର ମନ୍ଦିର, ଧରମସାଗର ଶିବ ମନ୍ଦିର, ଧରମପୁର ଶିବ ମନ୍ଦିର, ଶୁକ୍ଳିମୁଣ୍ଡି ଗୁପ୍ତେଶ୍ୱର ଶିବ ମନ୍ଦିର ଆଦି ସ୍ଥାନରେ ବିଶେଷ କାର୍ଯ୍ୟକ୍ରମମାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶ ରାଜନୀତିରେ ବଡ଼ ହଲଚଲ: ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ…

ନୂଆଦିଲ୍ଲୀ, ୧୦।୯: ବହୁଜନ ସମାଜ ପାର୍ଟି (BSP)ରେ ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ଅଶୋକ ସିଦ୍ଧାର୍ଥ। BSP ସୁପ୍ରିମୋ ମାୟାବତୀଙ୍କ ଭଣଜା…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଅଙ୍ଗନବାଡ଼ି କର୍ମୀଙ୍କ ୧୨ହଜାର ଯାଏ ବଢିଲା ଦରମା, ଆଉ ସହାୟିକାଙ୍କୁ…

ନୂଆଦିଲ୍ଲୀ,୧୦।୯: ଉତ୍ତର ପ୍ରଦେଶର ୨.୯୧ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଉପହାର ଦେଇଛନ୍ତି। ଅଙ୍ଗନୱାଡ଼ି କର୍ମୀମାନଙ୍କର ମାସିକ ପାରିଶ୍ରମିକ…

ଗ୍ରାହକଙ୍କୁ ଆପଲର ବଡ଼ ଝଟକା! ୧୭ ହଜାର ମହଙ୍ଗା ହେଲା iPhone 17, 17e ସହ…

ନୂଆଦିଲ୍ଲୀ, ନିକଟରେ ଆପଲ (Apple) ନିଜର ନୂଆ ଆଇଫୋନ ୧୮ ପ୍ରୋ ସିରିଜ (iPhone 18 Pro Series) ଏବଂ ପ୍ରଥମ ଫୋଲ୍ଡେବଲ ଫୋନ ଆଇଫୋନ ଡୁଓ…

ଲଞ୍ଚ ହେଲା iPhone 18 Pro- Pro Max: ଦାମ୍‌, ଫିଚର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: Apple ନିଜର ସେପ୍ଟେମ୍ବର ଲଞ୍ଚ ଇଭେଣ୍ଟରେ iPhone 18 Pro ଓ iPhone 18 Pro Maxକୁ ବଜାରକୁ ଆଣିଛି। ନୂଆ Pro ମଡେଲର କ୍ୟାମେରା,…

ସିଜେପି ବିକ୍ଷୋଭକାରୀଙ୍କୁ ନୋଟିସ ପଠାଇବାକୁ କିପରି ସାହସ କଲ

ନୂଆଦିଲ୍ଲୀ,୧୦ା୯: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ପରିଚାଳିତ ବିକ୍ଷୋଭରେ ଭାଗ ନେଇଥିବା ଜଣେ ଛାତ୍ରଙ୍କୁ ନୋଟିସ ଜାରି କରିଥିବାରୁ ଗ୍ରେଟର ନଏଡ଼ାର କାର୍ଯ୍ୟନିର୍ୱାହୀ ମାଜିଷ୍ଟ୍ରେଟ୍‌ଙ୍କୁ ସୁପ୍ରିମକୋର୍ଟ…

ସକାଳୁ ସକାଳୁ ତେଲ ବଜାରରେ ହଲଚଲ, ପେଟ୍ରୋଲକୁ ନେଇ ଆସିଲା ବଡ଼ ଅପଡେଟ୍‌!

ନୂଆଦିଲ୍ଲୀ,୧୦।୯: ଅନ୍ତର୍ଜାତୀୟ ବଜାରରେ କଚ୍ଚା ତେଲ (ଅଶୋଧିତ ତେଲ)ର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୧୦୦ ଡଲାର ପାର୍‌ କରିଛି। ଏହାଯୋଗୁଁ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକର…

ଜେଲେନସ୍କିଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ! ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି, ସୁରକ୍ଷାରେ ବଡ଼ ତ୍ରୁଟି

ଓସ୍ଲୋ: ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଖବର ସାମ୍ନାକୁ ଆସିଛି। ମୋଲଦୋଭାରୁ ନରୱେ ଯାଉଥିବା ସମୟରେ ତାଙ୍କ ବିମାନ…

୬ଷ୍ଠ ଶ୍ରେଣୀ ପିଲାଙ୍କୁ ତ୍ରିଭାଷା ନୀତିରେ କୋହଳ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୦।୯: ସିବିଏସ୍‌ଇର ତ୍ରିଭାଷା ନୀତିକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟ ଚଳିତ ଶିକ୍ଷାବର୍ଷ ପାଇଁ ୬ଷ୍ଠ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଏହି ନୀତିରୁ ବାଦ୍‌ ଦେବାକୁ ବିଚାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri