ମନ୍ଥର ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ: ଏ ଯାଏଁ ସରିନି ୪୦ ପ୍ରତିଶତ କାମ

ଭବାନୀପାଟଣା,୧୨ା୫ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ରେଳ ଷ୍ଟେଶନର ନିର୍ମାଣ କାମ ଅତ୍ୟାଧୁନିକ ଢାଞ୍ଚାରେ ହେବା ପାଇଁ ସ୍ଥାନୀୟ ଲୋକେ ଆଶା କରୁଥିଲେ। ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନଧରି ଆରମ୍ଭ ହୋଇଥିବା ସତ୍ତ୍ୱେ ପରେ ମନ୍ଥର ଗତିରେ ଚାଲିବା ଓ କାର୍ଯ୍ୟ ଅଟକିଯିବା ଯୋଗୁ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଥିଲା। କିଛିଦିନର ବ୍ୟବଧାନ ପରେ ଗତ ୭ଦିନ ହେବ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି। ତାହା କେତେଦିନ ଚାଲିବ କି ବନ୍ଦ ହେବ କୌଣସି ଗ୍ୟାରେଣ୍ଟି ନାହିଁ। କେନ୍ଦ୍ର ସରକାରଙ୍କ ଅମୃତ ଭାରତ ଯୋଜନାରେ ଭବାନୀପାଟଣା ରେଳ ଷ୍ଟେଶନକୁ ସାମିଲ କରିବା ବର୍ଷେ ପୁରିଲାଣି। ହେଲେ ଏଯାବତ ୪୦ପ୍ରତିଶତ ନିର୍ମାଣ କାର୍ଯ୍ୟ ହୋଇପାରିନାହିଁ।
ଅମୃତ ଭାରତ ଯୋଜନାରେ ଦେଶର ୫୦୮ଟି ରେଳ ଷ୍ଟେଶନର ପୁନଃବିକାଶ କରିବା ଲକ୍ଷ୍ୟ ରଖାଯାଇଥିଲା। ତାଲିକାରେ ଓଡ଼ିଶାର ୨୫ଟି ଷ୍ଟେଶନ ମଧ୍ୟରୁ ଭବାନୀପାଟଣା ରେଳ ଷ୍ଟେଶନ ସ୍ଥାନ ପାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭବାନୀପାଟଣା ରେଳ ଷ୍ଟେଶନର ଶିଳାନ୍ୟାସ କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ଅମୃତ ଭାରତ ଯୋଜନା ମାଧ୍ୟମରେ ଭବାନୀପାଟଣା ରେଳ ଷ୍ଟେଶନ ପାଇଁ ସରକାର ପ୍ରଥମ ପର୍ଯ୍ୟାୟରେ ୨୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଯାହାଦ୍ୱାରା ଭବାନୀପାଟଣା ରେଳ ଷ୍ଟେଶନ ବିଶ୍ୱ ସ୍ତରୀୟ ଷ୍ଟେଶନ ଭାବେ ପରିଣତ ହେବ। ଜିଲାର ଅନ୍ୟତମ କେସିଙ୍ଗା ରେଳ ଷ୍ଟେଶନକୁ ମଧ୍ୟ କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିବାର ପ୍ରସ୍ଥାବ ଥିବା ଜଣାପଡିଥିଲା। ବିଳମ୍ବ କାରଣରୁ ପୂର୍ବ ଏଷ୍ଟିମେଟଠାରୁ ଆଉ ୩କୋଟି ଟଙ୍କା ବୃଦ୍ଧି ପାଇବବୋଲି ସୂଚନା ମିଳିଛି। ଅମୃତ ଭାରତ ଷ୍ଟେଶନ ଯୋଜନାରେ ସାମିଲ ହୋଇଥିବା ଭବାନୀପାଟଣା ରେଳ ଷ୍ଟେଶନର ନବୀକରଣ କାର୍ଯ୍ୟ ଚାଲୁଛି ଯେତିକି ଝୁଣ୍ଟୁଛି ସେତିକି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ଫଳରେ ଯାତ୍ରୀମାନେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ବରିଷ୍ଠ ନାଗରିକଙ୍କ ପକ୍ଷରେ ଅଧିକ କଷ୍ଟ ଦାୟକ ପରିସ୍ଥିତି ଉପୁଜୁଥିବା ଲକ୍ଷ୍ୟ କରାଯାଇଛି। ଷ୍ଟେଶନ ନିର୍ମାଣ ଅବଧି ଶେଷ ହୋଇଥିଲେ ହେଁ ଆସନ୍ତା ବର୍ଷା ଋତୁ ପୂର୍ବରୁ ନିର୍ମାଣ କାର୍ଯ୍ୟ ସାରିବ ବୋଲି ସମ୍ବଲପୁର ରେଳ ବିଭାଗ ପକ୍ଷରୁ କୁହାଯାଇଛି। ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିବା ଯୋଗୁ ଉନ୍ନତମାନର ନିର୍ମାଣ କ୍ଷେତ୍ରରେ ସେତିକି ବିଶ୍ୱସନୀୟତା ରହୁନାହିଁ। କଳାହାଣ୍ଡି ରେଳ ଯାତ୍ରୀ ସଂଘର ଅଧ୍ୟକ୍ଷ ଡ. ଭବାନୀ ନିଆଲ ଓ ଅନ୍ୟମାନେ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ସୁବାଷଚନ୍ଦ୍ର ଚୌଧରୀଙ୍କୁ ଭେଟି ଜିଲାର ରେଳପଥ ସମସ୍ୟା ଏବଂ ଭବାନୀପାଟଣାସ୍ଥିତ ନିର୍ମାଣଧିନ ଷ୍ଟେଶନର ବାସ୍ତବ ଚିତ୍ର ସମ୍ପର୍କରେ ଆଲୋଚନା କରିଥିଲେ। ଜିଲାର ରେଳ ସେବା କ୍ଷେତ୍ରରେ ଜୁନାଗଡ଼-ଭୁବନେଶ୍ୱର ରେଳକୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ, ନର୍ଲା ଜମି ସମ୍ବନ୍ଧିତ ସମସ୍ୟାକୁ ସମାଧାନ କରି ନର୍ଲା ଲୋକମୋଟିଭ ପ୍ରୋଜେକ୍ଟକୁ ଅତିଶୀଘ୍ର ଆରମ୍ଭ କରିବା, କେସିଙ୍ଗା ଷ୍ଟେଶନରେ ଉଭୟ ଏକ୍ସପ୍ରେସ ଏବଂ ପାସେଞ୍ଜର ଟ୍ରେନରେ ଅନଲୋଡିଂ ସୁବିଧା, କେସିଙ୍ଗାଠାରୁ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ, ସପ୍ତାହରେ ୩ ଦିନ କେସିଙ୍ଗା ସମସ୍ତ ଡାଉନ ଟ୍ରେନ ୪ ନଂ ପ୍ଲାଟଫର୍ମରେ ଦେବା, କେସିଙ୍ଗା ଷ୍ଟେଶନର ନବୀକରଣ କାର୍ଯ୍ୟ ହାତକୁ ନେବା, ନର୍ଲା, ରୁପ୍ରା ରୋଡ, ଲାଞ୍ଜିଗଡ ରୋଡ ଜୁନାଗଡ, ଧର୍ମଗଡ଼, ରାମଚନ୍ଦ୍ରପୁର, ଦେପୁରରର ବିଭିନ୍ନ ଦାବି, ନର୍ଲାରୋଡ଼ ଷ୍ଟେଶନରେ ସମତା, ତିରୁପତି ଓ ଧନବାଦ ଏକ୍ସପ୍ରେସ ଟ୍ରେନ ରହଣି ଏବଂ ଭବାନୀପାଟଣା ଓ ଜୁନାଗଡ଼ ରେଲୱେ ଷ୍ଟେଶନରେ ଦ୍ୱିତୀୟ ନଂ ପ୍ଲାଟଫର୍ମ ନିର୍ମାଣ ପ୍ରମୁଖ ଦାବି ଉପରେ ରେଳ ମନ୍ତ୍ରାଳୟ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି। ସର୍ବୋପରି ଭବାନୀପାଟଣା ରେଳ ଷ୍ଟେଶନର ଉନ୍ନତିକରଣ କ୍ଷେତ୍ରରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘଦିନ ବିତିଯିବା ସତ୍ତ୍ୱେ ଆଖିଦୃଶିଆ କାର୍ଯ୍ୟ ହେଉ ନ ଥିବା ବିଷୟରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ଏନେଇ ଦାୟିତ୍ୱରେ ଥିବା ସମ୍ବଲପୁର ରେଳ ବିଭାଗର ଯନ୍ତ୍ରୀ ଉଦିତ କିଚିନିଆଙ୍କୁ ପଚାରିବାରୁ, ନିର୍ମାଣ କାର୍ଯ୍ୟ ଧନବାଦସ୍ଥିତ ଏକ କନଷ୍ଟ୍ରକଶନ ଗ୍ରୁପକୁ ଦିଆଯାଇଛି। ଶୀଘ୍ର ଯେପରି କାମର ଅଗ୍ରଗତି ହେବ ସେ ନେଇ ଆମେ ତଦାରଖ କରୁଛୁ । ଦୀର୍ଘ ଦିନର ଅନ୍ତର ପରେ ଗତ କିଛିଦିନ ହେବ ନିର୍ମାଣ କାର୍ଯ୍ୟ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?