
ବାଲେଶ୍ୱର, ୧୨।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବଳରାମଗଡି ମେରାଇନ ଥାନା ଅନ୍ତର୍ଗତ ନାଉପାଳଗଡିଠାରେ ଥିବା ଏକ ଗ୍ୟାସ ସିଲିଣ୍ଡର ଦୋକାନରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି l ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଛାରଖାର ହୋଇଥିବା ଜଣାପଡିଛି l ଦୋକାନ ଭିତରେ ଥିବା ୫ଟି ଗ୍ୟାସ ସିଲିଣ୍ଡର ଏକାବେଳେ ବିସ୍ଫୋରଣ ଘଟିଥିଲା l ବାଲେଶ୍ୱର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l