ଆମ ଜିଲା ଖବର

୯ ବର୍ଷ ହେଲା ଆଇଆର୍‌ବି ବାଟାଲିୟନକୁ ଜମି ମିଳୁନି

ଭଞ୍ଜନଗର,୨୦।୧୦(ଡି.ଏନ.ଏ): ଇଣ୍ଡିଆନ ରିଜର୍ଭ ବାଟାଲିୟନ (ଆଇଆରବି)ର ୮ମ ସ୍ବତନ୍ତ୍ର କାର୍ଯ୍ୟାଳୟ ପାଇଁ କନ୍ଧମାଳ ଜିଲାରେ ଜମି ମିଳୁ ନ ଥିବାରୁ ୯ବର୍ଷ ହେଲା ସ୍ଥାୟୀ କୋଠା ହୋଇପାରୁନାହିଁ। ଅନ୍ୟପଟେ ଭଞ୍ଜନଗରରେ ଓଡ୍ରାଫ୍‌ ୟୁନିଟ୍‌ ଖୋଲିବା ପାଇଁ ମଧ୍ୟ ଜମି ମିଳୁନାହିଁ...

ଅସ୍ବାସ୍ଥ୍ୟକର ପରିବେଶରେ ପୌରପାଳିକା ମାର୍କେଟ, ଜମା ହୋଇ ରହୁଛି କୁଢ଼କୁଢ଼ ଅଳିଆ

କେନ୍ଦୁଝର,୨୦ା୧୦(ସ୍ବ.ପ୍ର.): କେନ୍ଦୁଝର ସହରର କେନ୍ଦ୍ରସ୍ଥଳ ଗାନ୍ଧୀଛକ ନିକଟରେ ଥିବା ପୌରପାଳିକା ମାର୍କେଟ ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି। ମାର୍କେଟ ମଧ୍ୟରେ ଏବଂ ଡ୍ରେନ୍‌ ଗୁଡ଼ିକରେ କୁଢ଼କୁଢ଼ ଅଳିଆ ଜମା ହୋଇ ରହୁଛି। ମଇଳା ଆବର୍ଜନା ସଫେଇ ହେଉ ନ ଥିବାରୁ ଦୁର୍ଗନ୍ଧମୟ...

ଶୁଣିଲାନି ପ୍ରଶାସନ: ଗ୍ରାମବାସୀ ତିଆରି କଲେ ଅସ୍ଥାୟୀ ପୋଲ

ମୋରଡା, ୨୦ା୧୦(ଡି.ଏନ.ଏ.): ବହୁଦିନର ଦାବି ପରେ ମଧ୍ୟ ଶୁଣିଲାନି ପ୍ରଶାସନ। ଗ୍ରାମବାସୀ ମିଶି ତିଆରି କରିଛନ୍ତି ଏକ ଅସ୍ଥାୟୀ ବାଉଁଶ ପୋଲ। ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଦାନ୍ତିଆମୁହାଁର ମାଛୁଆ ପୋଲ ବେତନଟୀ ବ୍ଲକର କେତେକ ପଞ୍ଚାୟତକୁ ସଂଯୋଗ...

ଭଦ୍ରକ ଜିଲାପାଳ,ଏସ୍‌ପିଙ୍କୁ ଏନ୍‌ସିଏସ୍‌ଟିଙ୍କ ସମନ

ଭଦ୍ରକ ଅଫିସ, ୨୦।୧୦: ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ତ୍ରିକୋଣା ଛକ ନିକଟରେ ଗତ ମାର୍ଚ୍ଚ ୨୮ ତାରିଖରେ ଅଫୁଟା ବୋମା ବିସ୍ଫୋରଣରେ ୩ ଆଦିବାସୀ ନାବାଳିକା ଗୁରୁତର ହୋଇଥିଲେ। ଏହି ଘଟଣାରେ ଜାତୀୟ ଜନଜାତି ଆୟୋଗ...

୭ ବର୍ଷର ନାତି ସହ ଅପ୍ରାକୃତିକ ଯୌନ ସମ୍ପର୍କ, ଅଜା ଗିରଫ

ଉଦଳା,୨୦ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳର ୭ ବର୍ଷର ନାତିକୁ ଜଙ୍ଗଲକୁ ଡାକି ନେଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ପୋଲିସ ସମ୍ପର୍କୀୟ ଅଜାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଜଙ୍ଗଲକୁ ପକ୍ଷୀ ଶିକାର କରିବାକୁ ଯିବାକୁ...

ଖୁଡ଼ୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ପୁତୁରା ଗିରଫ

ଆନନ୍ଦପୁର,୨୦।୧୦(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ସମ୍ପର୍କୀୟ ଖୁଡ଼ୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ପୁତୁରାକୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବିଜୟ ମହାନ୍ତ। ପୋଲିସ ସୂଚନା ମୁତାବକ ନିଜ ସମ୍ପର୍କୀୟ ଖୁଡ଼ୀଙ୍କର ମୋବାଇଲରେ ଥିବା...

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଅଟୋରିକ୍ସା, ହ୍ବିଲ୍‌ଚେୟାର

ଭଦ୍ରକ ଅଫିସ, ୨୦ା୧୦: ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ ଗ୍ରହଣ ଥିବା ବେଳେ ଭୋଟ ଦେବା ଲାଗି ବୁଥ୍‌କୁ ଆସିବାକୁ ଅସମର୍ଥ ଥିବା ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ଭାରତର ନିର୍ବାଚନ ଆୟୋଗ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ...

ବାରିପଦା ସହରରେ ବଢୁଛି ବେଆଇନ ବାଣ ବିକ୍ରି, ଅଘଟଣ ଘଟିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଦାବି

ବାରିପଦା ଅଫିସ,୨୦।୧୦: ମୟୂରଭଞ୍ଜ ଜିଲା ବାରିପଦା ସହରରେ ବେଆଇନ ବାଣ ମହୁଜୁଦ ଓ ବିକ୍ରି ଚାଲିଛି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବା ବେଳେ ବିପଦସଙ୍କୁଳ ସ୍ଥାନରେ ବାଣ ମହଜୁଦ୍‌ ରଖାଯାଉଛି। ପ୍ରଶାସନିକ ଅବହେଳାରୁ କୋଟି କୋଟି...

ଅଭିନବ ଉପାୟରେ ନିଶା କାରବାର: କୋଲ୍ଡ ଡ୍ରିଙ୍କ୍‌ସରେ ମିଶାଉଥିଲେ ନିଶା

ବଲାଙ୍ଗୀର ଅଫିସ, ୨୦ା୧୦: ଅଭିନବ ଉପାୟରେ ନିଶା କାରବାର ଚଳାଇଥିବା ଜଣେ ବ୍ୟକ୍ତି ଓ ତାଙ୍କ ନାବାଳକ ପୁଅକୁ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ମଙ୍ଗଳବାର ରାତିରେ ଧରିଛି। କୋଲ୍ଡ ଡ୍ରିଙ୍କ୍‌ସରେ ନିଶା ମିଶାଇ ଏହାକୁ ସେମାନେ ସହରରେ ବିକ୍ରି...

କୋଟିଆ ଲୋଭ ଛାଡୁନାହିଁ ଆନ୍ଧ୍ର

ପଟ୍ଟାଙ୍ଗୀ, ୨୦ା୧୦(ଡି.ଏନ୍‌.ଏ.): ଆନ୍ଧ୍ର ଆଖିରେ ଲାଖିଯାଇଛି କୋଟିଆ ଲୋଭ। ସେଇଥିପାଇଁ କଳେବଳେ, କୌଶଳେ ଓଡ଼ିଶାର ପ୍ରାଚୁର୍ଯ୍ୟଭରା ଭୂଖଣ୍ଡକୁ ହାତେଇବା ପାଇଁ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ ଚଳାଇଛି। ସୀମାନ୍ତ ଗ୍ରାମକୁ କବ୍‌ଜା କରିବା ଲାଗି ପ୍ରଥମେ ପ୍ରଶାସନିକ ଅଧିକାରୀ ବାରମ୍ବାର...

ଓଟିଇଟି ଲାଗି ଆବେଦନ ତାରିଖ ବଢ଼ିଲା

କଟକ ଅଫିସ,୧୯ା୧୦- ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ ଦ୍ୱିତୀୟ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆବେଦନ ତାରିଖ ବୃଦ୍ଧି କରାଯାଇଛି। ଆସନ୍ତା ୨୬ ତାରିଖ ୧୧ଟା ୪୪ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ। ଏ ନେଇ ବୋର୍ଡ...

ନିଯୁକ୍ତି ପାଇ ତାମିଲନାଡୁ ଗଲେ କଳାହାଣ୍ଡିର ୨୦୦ ଯୁବତୀ

ଭବାନୀପାଟଣା,୧୯ା୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ଗତ ୨୪.୯.୨୦୨୨ରେ ନିଯୁକ୍ତି ପାଇଥିବା ଜିଲାର ୨୨୦ ଜଣ ଯୁବତୀ ବୁଧବାର ତାମିଲନାଡୁ ଜିଲାର ହୋସୁର ସହରକୁ ଗସ୍ତ କରିଛନ୍ତି। କଳାହାଣ୍ଡି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri