ନର୍ସିଂହୋମରେ ପ୍ରସୂତି, ନବ ଜାତକଙ୍କ ମୃତ୍ୟୁଘଟଣା: ଅଭିଯୁକ୍ତା ମହିଳା ସ୍ବାସ୍ଥ୍ୟକର୍ମୀ ଗଲେ ଜେଲ୍‌

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ପ୍ରସୂତି ଏବଂ ନବଜାତକଙ୍କ ମତ୍ୟୁ ଘଟଣାରେ ମହିଳାଙ୍କ ସ୍ବାମୀ ବାବୁ ନାୟକ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୪/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।
ସୋମବାର ଏହି ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତାଙ୍କୁ ତଦନ୍ତକାରୀ ଅଧିକାରୀ ଏସଆଇ ଜ୍ୟୋତି ରଞ୍ଜନ ବେହେରା ଗିରଫକରି ବିଳମ୍ବିତ ସନ୍ଧ୍ୟାରେ କୋର୍ଟଚାଲାଣ କରିଛନ୍ତି। ଅଭିଯୁକ୍ତା ଜଣକ ହେଲେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବୈକୁଣ୍ଠ ନଗର ୪ର୍ଥ ଲେନରେ ରହୁଥିବା ମଧୁ ଓରଫ ମଧୁସ୍ମିତା ପଟ୍ଟନାୟକ। ସେ ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀଭାବେ କାର୍ଯ୍ୟକରନ୍ତି। ଅଭିଯୁକ୍ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁଯାୟୀ, ଡେଙ୍ଗାଓସ୍ତା ଗ୍ରାମ ନିକଟ ସିଙ୍ଗପୁରର ରୋଜି ପ୍ରାୟ ବର୍ଷକ ପୂର୍ବେ କରାଖଣ୍ଡି ଗ୍ରାମର ବାବୁ ନାୟକଙ୍କୁ ବିବାହ କରିଥିଲେ। ବାବୁ ଗୁଜୁରାଟର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ରୋଜି ଗର୍ଭବତୀ ହେବାପରେ ସିଙ୍ଗପୁର ଗ୍ରାମର ବାପଘରେ ରହୁଥିଲେ। ସେ ପ୍ରାୟ ୯ ମାସର ଗର୍ଭବତୀ ଥିଲେ। ରବିବାର ମଧ୍ୟାହ୍ନରେ ପେଟରେ ଯନ୍ତ୍ରଣା ହେବାରୁ ବାପଘର ଲୋକେ ତାଙ୍କୁ ଉକ୍ତ ନର୍ସିଂହୋମ ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଆଲଟ୍ରାସାଉଣ୍ଡ କରାଯାଇଥିଲା। ପରେ ତାଙ୍କ ଅଧିକ ପ୍ରସବ ବେଦନା ହେବାରୁ ଉପସ୍ଥିତ ନର୍ସିଂହୋମ କର୍ମଚାରୀ ବୃନ୍ଦ ତାଙ୍କ ପ୍ରସବ କରାଇବା ପାଇଁ ରୋଜିଙ୍କ ପରିବାର ଲୋକଙ୍କୁ କହିଥିଲେ। ସେଠାରେ ତାଙ୍କ ପ୍ରସବ କରାଯାଇଥିଲା। ଏକ ମୃତ ଶିଶୁପୁତ୍ର ଜନ୍ମ ହେବାପରେ ରାତି ପ୍ରାୟ ୧୦ଟାରେ ରୋଜିଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ନର୍ସିଂହୋମ କର୍ତ୍ତୃପକ୍ଷ ରୋଜିଙ୍କ ପରିବାରଲୋକଙ୍କୁ ନ ଜଣାଇ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଦର୍ଶାଇ ୧୦୨ ଆମ୍ବୁଲାନ୍ସ ଡ଼କାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କୁ କରାଖଣ୍ଡି ଗ୍ରାମକୁ ନିଆଯାଇ ସୋମବାର ଗାଁ ଶ୍ମଶାନ ରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି। ଘଟଣା ପରଠାରୁ ନର୍ସିଂହୋମ ବନ୍ଦ ରହିଛି। ଖବରପାଇ ରୋଜି ଙ୍କ ସ୍ବାମୀ ବାବୁ ଘରେ ପହଞ୍ଚିଥିଲେ। ସ୍ତ୍ରୀ ଙ୍କ ମୃତ୍ୟୁ ରେ ସେ ଗଭୀର ମର୍ମାହତ ହୋଇପଡ଼ିଥିଲେ। ତାଙ୍କ ମା’ ତାଙ୍କୁ ଫୋନ୍‌ କରି ସ୍ତ୍ରୀ ଏବଂ ପୁଅ ମୃତ୍ୟୁ ନେଇ ଜଣାଇଥିବା ସେ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?