ଆମ ଜିଲା ଖବର

ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଅଣ୍ଡର ୧୫ ଫୁଟବଲ ଚମ୍ପିୟାନସିପ ଶୁଭ ଉଦ୍‌ଘାଟନ

ଦେବଗଡ଼,୮।୪(ଶଶାଙ୍କ ଶେଖର ଝାଙ୍କର): ଜିଲା କ୍ରୀଡା ସଂଘ ଓ ଜିଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ସୋମବାର ଅପରାହ୍ନ ୪ଟାରେ ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଅଣ୍ଡର ୧୫ ଫୁଟବଲ ଚମ୍ପିୟାନସିପ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୭ ଏପ୍ରିଲ…

ପୁରୀରେ ଜଳିଗଲା ଟୁରିଷ୍ଟ ବସ୍‌

ପୁରୀ,୮।୪: ପୁରୀ ମାଳତିପାଟପୁର ବସ୍‌ ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟୁରିଷ୍ଟ ବସ୍‌ରେ ନିଆଁ ଲାଗିଯାଇଛି। ହେଲେ ବସ୍‌ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ମାଳତିପାଟପୁର…

ଜାଲ ଦସ୍ତାବିଜ ବଳରେ ଜମି ବିକ୍ରି ଉଦ୍ୟମ : ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କଲେ ଜିଲା ଉପନିବନ୍ଧକ

ଦେବଗଡ଼,(ଶଶାଙ୍କ ଶେଖର ଝାଙ୍କର): ଜାଲ ଦସ୍ତାବିଜ ବଳରେ ଦେବଗଡ ପୌରାଞ୍ଚଳ ବାବୁସାହି(ୟୁନିଟ-୮)ର ଏକ ମୂଲ୍ୟବାନ ଜମି ବିକ୍ରୀ ଉଦ୍ୟମ ହେଉଥିବା ଜିଲା ଉପନିବନ୍ଧକଙ୍କ ଦ୍ୱାରା ଧରା ପଡିଛି । ଏନେଇ ଜିଲା ଉପ ନିବନ୍ଧକ ଦେବଗଡ ଥାନାରେ ଲିଖୀତ ଅଭିଯୋଗ କରିବାପରେ…

ସରକାରୀ ଜମିରୁ ଜବରଦଖଲ ମୁକ୍ତ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଖାଲି ହେଲା ଗୋଚର, ଗ୍ରାମ୍ୟ ରାସ୍ତା ଜମି

ମହାକାଳପଡ଼ା, ୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଖରିନାସୀ ପଞ୍ଚାୟତ ହରିଆବାଙ୍କ ଗ୍ରାମର କେତେଜଣ ବ୍ୟକ୍ତି ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲକରି ଦୀର୍ଘବର୍ଷ ଧରି ରହି ଆସୁଥିଲେ। ଏହି ଜମିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ଉପସ୍ଥିତିରେ ମାପଚୁପ…

ନାଗରିକ ମଞ୍ଚର ଦାବି ପରେ ଚେତା ପଶିଲା: ୧୬୦ କଳାକାରଙ୍କୁ ଆକାଉଣ୍ଟକୁ ଗଲା ସହାୟତା ରାଶି

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚଳିତବର୍ଷ ଉତ୍ସାହର ଉଦ୍ଦୀପନାର ସହିତ ଉଦ୍‌ଯାପିତ ହୋଇଥିଲା । ଅନ୍ୟବର୍ଷ ତୁଳନାରେ ଏଥର ମହୋତ୍ସବର ଆକର୍ଷଣ ସହିତ ଦର୍ଶକଙ୍କ ସଂଖ୍ୟା ମଧ୍ୟ ବଢ଼ିଥିବା ପରିଲକ୍ଷିତ ହୋଇଥିଲା। ନୂଆ ଭାଜପା ସରକାର…

ଆଜି ଚୈତ୍ର ମଙ୍ଗଳବାର ଶେଷ ପାଳି: ବାସନ୍ତିକ ଦୁର୍ଗା ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀ

ପୁରୁଷୋତ୍ତମପୁର,୮।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଉଦ୍‌ଯାପିତ ହୋଇଯାଇଛି। ଶେଷ ପାଳିରେ ମା’ ତାରାତାରିଣୀ ବାସନ୍ତିକ ଦୁର୍ଗା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଚୈତ୍ରମାସରେ ମା’ଙ୍କୁ ଶେଷ ଦର୍ଶନ କରି ଭକ୍ତମାନେ…

ଜଣଙ୍କ ଘରୁ ୮ ବସ୍ତା ରାଶନ ଚାଉଳ ଜବତ

ମହାକାଳପଡ଼ା, ୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଡିଢ଼ି ଗ୍ରାମ ଖୁଚୁରା ବିକ୍ରୟ କେନ୍ଦ୍ରର ୮ ବସ୍ତା ଚାଉଳ ଜଣକ ଘରୁ ଯୋଗାଣ ବିଭାଗ ଅଧିକାରୀ ଓ ପୋଲିସ ଟିମ୍‌ ଚଢ଼ାଉ କରି ସୋମବାର ରାତି ୯ଟାରେ ଜବତ କରିଛନ୍ତି।…

ଶ୍ରୀକ୍ଷେତ୍ରରେ ଧୁମ୍‌ଧାମ୍‌ରେ ଚାଲିଛି ସାହିଯାତ: ମନମୋହୁଛି ସମରକଳା

ପୁରୀ, ୮ା୪(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ସାହିଯାତ ଧୁମ୍‌ଧାମ୍‌ରେ ଚାଲିଛି। ପ୍ରଥମ ଦିବସ ରବିବାର କାଳିକାଦେବୀ ସାହି ଆଖଡ଼ା ପକ୍ଷରୁ ରାମ ଜନ୍ମନୀତି ପ୍ରସ୍ତାବ ଆଗତ କରାଯିବା ସହ ଶ୍ରୀରାମ ଜନ୍ମନୀତି ସମ୍ପନ୍ନ ହୋଇଥିଲା। ସୋମବାର ଦ୍ୱିତୀୟ ଦିବସରେ ଯଜ୍ଞରକ୍ଷା ସହ…

କ୍ଷମତା ଯିବା ପରେ କାମୁଛି ଦବଦବା: ପୌରାଧ୍ୟକ୍ଷାଙ୍କ ବ୍ୟାନରରେ ରହିଲାନି ନବୀନଙ୍କ ଫଟୋ

ଭଦ୍ରକ,୮।୪(ସନାତନ ରାଉତ): ୱକ୍‌ଫ ବିଲ୍‌ରେ ବିଜେଡିର ରାଜ୍ୟ ସଭା ସଦସ୍ୟଙ୍କ ଭୋଟିଂକୁ ନେଇ ସାରା ରାଜ୍ୟରେ ରାଜନୀତି ହଲ୍‌ଚଲ୍‌ ହୋଇଥିବା ବେଳେ ଭଦ୍ରକରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ରବିବାର ଶ୍ରୀରାମ ନବମୀ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ପାଇଁ ବିଭିନ୍ନ…

ପୂର୍ବତନ ବିଧାୟକଙ୍କ ପରଲୋକ

ଢେଙ୍କାନାଳ,୮।୪: ପୂର୍ବତନ ବିଧାୟକ ପ୍ରଫୁଲ ଭଞ୍ଜଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଛି । ଢେଙ୍କାନାଳ ସହର ମିନାବଜାର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟ ଜନିତ କାରଣରୁ ସେ କିଛିଦିନ ହେବ ଅସୁସ୍ଥ ଥିଲେ। ଘରେ…

ପୁରୁଣା ବ୍ୟାରିକେଡ୍‌ରେ ଅଗ୍ନିକାଣ୍ଡ, ନିଆଁ ଲଗାଇ ଦେଇଥିବା ସନ୍ଦେହ

ପୁରୀ,୮।୪: ପୁରୀ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ପୂରୁଣା ବ୍ୟାରିକେଡ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ମହଜୁଦ ଥିବା ପୁରୁଣା ବ୍ୟାରିକେଡ୍‌ରେ ନିଆଁ ଲାଗି ପରିବେଶ ଧୂଆଁମୟ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ପୋଲରେ ପିଟି ହୋଇ ଜଳିଗଲା କାର୍‌

ଅନୁଗୋଳ,୮।୪: ଅନୁଗୋଳ ଜିଲା ସଦର ଥାନା କୁଇଓ ନିକଟରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଛି। ହେଲେ କାର୍‌ ଡ୍ରାଇଭର ସୁରକ୍ଷିତ ରହିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, କାର୍‌ଟି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ କୁଇଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?