ଚାଷଜମିରୁ ମିଳିଲା ନିଖୋଜ ଚାଷୀଙ୍କ ମୃତଦେହ
ଦିଗପହଣ୍ଡି,୧୦ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ପଞ୍ଚାୟତ ଗୁଣସାଗର ଗ୍ରାମ ନିକଟ ଚାଷଜମିରୁ ଗୁରୁବାର ସକାଳେ ଜଣେ ବୃଦ୍ଧ ଚାଷୀଙ୍କ ଗଳିତ ମୃତଦେହ ପାଟପୁର ପୋଲିସ ଉଦ୍ଧାର କରିଛି। ମୃତ ଚାଷୀ ଜଣକ ହେଲେ ଗୁଣସାଗର ଗ୍ରାମର…
ଶୁଭାରମ୍ଭ ଅପେକ୍ଷାରେ ‘ଆୟୁଷ୍ମାନ ଯୋଜନା’: ଉପକୃତ ହେବେ ହଜାର ହଜାର ହିତାଧିକାରୀ
ଦାରିଙ୍ଗବାଡ଼ି,୧୦ା୪(ଅରୁଣ ସାହୁ): ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା। ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପଣ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଯାହାକି ସ୍ବାସ୍ଥ୍ୟସେବାରେ ଲୋକମାନେ ଅନେକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ…
ନାବାଳିକା ଛାତ୍ରୀ ଅପହୃତ: ଘରୁ ବ୍ୟାଙ୍କ ଜମାଖାତା, ସାର୍ଟିଫିକେଟ୍ ସବୁ ଗାଏବ, ମାମଲା ରୁଜୁ କଲା ପୋଲିସ
ଦିଗପହଣ୍ଡି,୧୦ା୪(ଅଶେଷ ନାଥ ମିଶ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗ୍ରାମର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଘରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଏକ ସରକାରୀ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ବିଭାଗରେ…
ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରୁ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାକୁ ପଠାଗଲା
ବଲାଙ୍ଗୀର, ୧୦।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ ହୋଇଥିଲା। ଏହି ଘଟଣା ପ୍ରଘଟ ହେବାର କିଛି ଘଣ୍ଟା ପରେ ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଲାରୁ ଉକ୍ତ ଶିଶୁପୁତ୍ରକୁ ପ୍ରଶାସନିକ ଟିମ ଉଦ୍ଧାର…
ମା’ ଦକ୍ଷିଣକାଳୀଙ୍କ ଦଣ୍ଡଯାତ୍ରା: ଭକ୍ତଙ୍କୁ ଆକୃଷ୍ଟ କରୁଛି ଧୂଳିଦଣ୍ଡ
ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଗଞ୍ଜାମ ଜିଲା ପ୍ରସିଦ୍ଧ ମା’ କାଳୀଙ୍କ ଦଣ୍ଡଯାତ୍ରା ପର୍ବ ଆସନ୍ତା ମେରୁ ସଂକ୍ରାନ୍ତିରେ ଶେଷ ହେବ। ବିଭିନ୍ନ ଗ୍ରାମର ଦଣ୍ଡୁଆମାନେ ମା’ କାଳୀଙ୍କ ଘଟଧାରୀ ମାନସିକଧାରୀ ଦୁଆରେ ଦଣ୍ଡନାଟ ପରିବେଷଣ କରୁଛନ୍ତି। ଗୁରୁବାର…
ଜାଲ୍ନୋଟ୍ କାରବାର ଚାଲିଥିବାବେଳେ ଜବତ କଲା STF
ଟିଟିଲାଗଡ଼,୧୦ା୪(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବୈଷ୍ଣବଦେବୀ ମନ୍ଦିର ସମ୍ମୁଖରେ ଜାଲ୍ ନୋଟ୍ କାରବାର ଚାଲିଥିବା ବେଳେ ମାଡ଼ିବସିଛି ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍)। ଏସ୍ଟିଏଫ୍ ଟିମ ଦ୍ୱାରା ୪୯୦୦୦ଟଙ୍କାର ଜାଲ୍ ନୋଟ ଜବତ ହୋଇଛି। ସବୁ ନୋଟ୍ ୫୦୦ ଟଙ୍କିଆ। ଜାଲ…
୫୦ ପରିବାରକୁ ମିଳୁନି ପିଇବା ପାଣି,ରାସ୍ତାକୁ ଓହ୍ଲାଇଲେ ମହିଳା
ମୋରଡ଼ା,୧୦ା୪(ସ୍ମାରକ ମାଜୀ): ସାରା ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ପାଣି ସମସ୍ୟା ଦେଖାଦେଇଛି l ସୂଚନାନୁଯାୟୀ, ଉକ୍ତ ବ୍ଲକ ଅଧୀନ ସୁରେଇଡିହି ପଞ୍ଚାୟତର ଚାକୁଣ୍ଡାପଦା ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ପରିବାର…
ରାଇକିଆ ଚଳଚଞ୍ଚଳ: ଅଷ୍ଟଦଣ୍ଡ ପାଇଁ ବଢୁଛି ଭକ୍ତଙ୍କ ଗହଳି
ରାଇକିଆ,୧୦ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଗୁରୁବାର ଅନୁଷ୍ଠିତ ହେଉଛି ଅଷ୍ଟ ଦଣ୍ଡ ମିଳନ କାର୍ଯ୍ୟକ୍ରମ। ଏଥିପାଇଁ ରାଇକିଆ ସହର ଚଳଚଞ୍ଚଳ ହୋଇଉଠିଛି। ସକାଳୁ ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଦଣ୍ଡନୃତ୍ୟ ଦଳମାନେ ପହଞ୍ଚିଥିବା ବେଳେ ଶ୍ରଦ୍ଧାଳୁଙ୍କର ମଧ୍ୟ ଭିଡ଼…
ବିନା ନୋଟିସ୍ରେ ଗରିବଙ୍କ ଦୋକାନ ଧୂଳିସାତ୍
ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୌର ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସହର ଉଠୁଛି ଓ ପଡୁଛି। କେତେବେଳେ ବିନା ନୋଟିସ୍ରେ ବୋଲଡୋଜର ଲଗାଇ ଗରିବଙ୍କ ଠେଲା ଦୋକାନଠାରୁ ଆରମ୍ଭ କରି ଛୋଟିଆ ଘରକୁ ଧୂଳିସାତ୍ କରି ଦିଆଯାଉଛି ତ ଆଉକେବେ ଉଚ୍ଚ…
ଅବକାରୀ ବିଭାଗର ମହୁଲ ଜବତ ଘଟଣା: ଦୁଇ ସ୍ଥାନରୁ ୨ ହଜାର ୪୫ କେଜି ମହୁଲ ଜବତ
ଦାରିଙ୍ଗବାଡି, ୧୦।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅବକାରୀ ବିଭାଗ ଏବେ ଆକ୍ସନ ମୁଡ଼ରେ। ବିଭାଗ ବୁଧବାର ୨ଟି ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ମହୁଲ କିଣା ବିକା କରୁଥିବା ଗୋଦାମରୁ ୨ ହଜାର ୪୫ କେଜି…
ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ବୀରତ୍ୱ ଦିବସ ପାଳିତ
ବାଲିଗୁଡ଼ା,୯।୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ସିଆରପିଏଫ’ର ୧୨୭ ବାଟାଲିୟନ ପକ୍ଷରୁ ସାହସୀ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦେଶ୍ୟରେ କ୍ୟାମ୍ପ ପରିସରରେ ବୀରତ୍ୱ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ କମାଣ୍ଡାଣ୍ଟ ପଙ୍କଜ ବର୍ମା ଏବଂ ଅନ୍ୟାନ୍ୟ…
ସ୍ୱାମୀ ସ୍ତ୍ରୀ କଳହରୁ ଡିନାମାଇଟ ବିସ୍ଫୋରଣ: ଉଡ଼ିଲା ଛାତ ଅଳ୍ପକେ ବର୍ତ୍ତିଲେ ୩ ପରିବାର
ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ବୋମା ବିସ୍ଫୋରଣରେ ୩ ଘରର ଛାତ ଉଡ଼ି ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ଗାଁ’ରେ ଚାଲିଥିବା ମା’ ଦଣ୍ଡକାଳୀଙ୍କ ନାଚ ଦେଖିବାକୁ…

