ବିଜେଡି ଯୁବନେତାଙ୍କୁ ସଂଘବଦ୍ଧ ଆକ୍ରମଣ

ଗଞ୍ଜାମ,୨୨।୫(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ବିଜେଡି ଯୁବନେତା ତଥା ସାନ ବଜାର ବଣିକ ସଙ୍ଘ ସଭାପତି ସୁଧୀର କୁମାର ପାଢ଼ୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ନେଇ ଗଞ୍ଜାମ ଥାନାରେ ଏକ ଅଭିଯୋଗ ହୋଇଛି l

ମିଳିଥିବା ସୂଚନା ମୁତାବକ, ସାନ ବଜାରର ଏକ ପାନ ଦୋକାନରେ କିଛି ଯୁବକ ପାନ ଦୋକାନୀଙ୍କ ସହ ବଚସା କରୁଥିବା ସୁଧୀର ଖବର ପାଇଥିଲେ। ଫରେ ସେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ସେ ଲୋକଙ୍କୁ ବୁଝାଶୁଝା କରିଥିଲେ। ସେତିକିବେଳେ ଦୁଇଜଣ ଯୁବକ ଅତର୍କିତ ଭାବେ ସୁଧୀରଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଖବର ପ୍ରଚାରିତ ହେବା ପରେ ଶତାଧିକ ସମର୍ଥକ ଚିକିତ୍ସାଳୟରେ ପହଞ୍ଚି ଥିଲେ। ଏନେଇ ଉତ୍ତେଜନା ପରିସ୍ଥିତି ପରିସ୍ଥିତି ଦେଖାଦେଇଥିଲା। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବି କରି ସମର୍ଥକମାନେ ହୋହାଲ୍ଲା କରିଥିଲେ l ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲେ l ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗକୁ ଭିତ୍ତି କରି ଗଞ୍ଜାମ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ସୁଧୀରଙ୍କ ଡାହଣ ଆଖିରେ ଗଭୀର ଆଘାତ ଲାଗିଛି। ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରାଯାଇଥିବା ସହରରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି-ରାଇକିଆ ରାସ୍ତାରେ ଗୋଡ଼ିମୋଟର ଚଳାଚଳ ବନ୍ଦ, ଲୋକେ ହଟହଟା

ଦାରିଙ୍ଗବାଡ଼ି,୧୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ନିର୍ମାଣାଧୀନ ପୋଲ ନିକଟ ଡାଇଭର୍ସନ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଗୋଟିଏ...

ହଠାତ୍‌ ଟ୍ରମ୍ପଙ୍କୁ ଫୋନ୍‌ କଲେ ମୋଦି: ଏମିତି କ’ଣ ହେଲା ଆମେରିକା ଯିବାକୁ ମନା କରିଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍‌ରେ ଅପରେଶନ ସିନ୍ଦୂର ବିଷୟରେ କଥା ହୋଇଛନ୍ତି। ଦୁଇ ନେତା ପ୍ରାୟ ୩୫...

ଟ୍ରମ୍ପଙ୍କ ପାକିସ୍ତାନୀ ପ୍ରେମ: ଭାରତର ବଡ଼ ଶତ୍ରୁଙ୍କ ସହ କରିବେ ଲଞ୍ଚ୍‌

ୱାଶିଂଟନ,୧୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଲଞ୍ଚରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବେ। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି...

ସ୍ବାମୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ, ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ ବେଳେ…

ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗାଁରୁ ଆସିଛି ପୁଣି ପାରିବାରିକ କଳହର କରୁଣ ପରିଣତି। ସ୍ବାମୀଙ୍କୁ ହତ୍ୟା କରି...

ମୋଦିଙ୍କ ସହ ଫଟୋ ଶେୟାର କରି ହୃଦୟର କଥା କହିଦେଲେ ମେଲୋନି: ପ୍ରଧାନମନ୍ତ୍ରୀ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡାର କାନାନାସ୍କିସ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ...

କଳିଙ୍ଗା ଘାଟିରେ ଧସିଲା ମାଟି ଅତଡ଼ା, ପାହାଡ଼ ତଳକୁ ଖସିଲା ୨ ଜେସିବି

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଳିଙ୍ଗା ଘାଟିରେ ମାଡ଼ି ଅତଡ଼ା ଧସିଛି। ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଧସି ପଡ଼ିଥିବା ଜଣାପଡ଼ିଛି। ତେବେ ଘାଟି...

ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି, ଫସି ରହିଲେ ଜୁଏଲ ଓରାମ

ଭୁବନେଶ୍ୱର/ନୂଆଦିଲ୍ଲୀ,୧୮ା୬: ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୪ ଘଣ୍ଟା ଧରି ଫସି ରହିଥିଲେ ଯାତ୍ରୀ। ଏହି ବିମାନରେ...

କୋଉଠି ଲୁଚିଛ, ସରେଣ୍ଡର କର: ‘ସୁପ୍ରିମ ଲିଡର୍‌’ଙ୍କୁ ଅଲ୍ଟିମେଟମ୍‌ ଦେଲେ ଟ୍ରମ୍ପ

ଜେରୁଜେଲମ,୧୮।୬:ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସୁପ୍ରିମ ଲିଡର୍‌ ଖାମେନେଇଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଖାମେନେଇଙ୍କ ନାମ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri