
ରାୟଗଡ଼ା,୨୨।୫(ଆଶିଷ ରଞ୍ଜନ ପଣ୍ଡା:): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପୋଖରୀ ଖନନ ନାଁରେ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜଳଛାୟା ମିଶନ ଓ ମୃତ୍ତିକା ସଂରକ୍ଷଣ ବିଭାଗର ୪ଜଣ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରଛି।
କାଶୀପୁର ବ୍ଲକରେ MGNREGA ଯୋଜନାରେ ପୋଖରୀ ଖନନ ନାଁରେ ଦୁର୍ନୀତି ହୋଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ବେଳେ କେବଳ କାଗଜପତ୍ରରେ ପୋଖରୀ ଖନନ ଦର୍ଶାଇ କାଶୀପୁର ବ୍ଲକରେ ୨୩ଟି ପୋଖରୀ ନାମରେ ୨୦ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାପଡିଥିଲା। ଦନ୍ତକୁ ଭିତ୍ତି କରି ରାୟଗଡ଼ା ଜିଲା ଜଳଛାୟା ମିଶନ ଓ ମୃତ୍ତିକା ସଂରକ୍ଷଣ ବିଭାଗର ୪ଜଣ କର୍ମଚାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ବେଆଇନ ଭାବେ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଜିଲା ଜଳଛାୟା ପ୍ରକଳ୍ପର ଏପିଡି ରାଜେନ୍ଦ୍ର ନାଥ ନାୟକ, ଓଭରସିୟର ଯୋଗେନ୍ଦ୍ର ଖୋସଲା, ଦୀପକ କୁମାର ସାହୁ ଏବଂ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ ଶ୍ରୀକୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି।