ଆମ ଜିଲା ଖବର

ଏଥିର ଜଳଖିଆରେ ରହିବ ‘ପାଳୁଅ ଲଡୁ’: ସରକାରୀ ଅଧିକାରୀଙ୍କୁ କଡ଼ାକଡ଼ି ନିର୍ଦ୍ଦେଶ

ଭଦ୍ରକ/ଭୁବନେଶ୍ୱର,୨୦।୫(ସନାତନ ରାଉତ/ରବି ନାରାୟଣ ଜେନା): ଭଦ୍ରକ ଜିଲାରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଓ ବୈଠକରେ ବଣ୍ଟନ କରାଯାଉଥିବା ଜଳଖିଆରେ ରହିବ ‘ପାଳୁଅ ଲଡୁ’। ଏନେଇ ଜିଲାପାଳ ଦିଲୀପ ରାଉତରାଏ ସୋମବାର ଜିଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରୁ…

ଠିକ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି ଅଧିକାରୀ : ସେବା ନ ପାଇ ଫେରୁଛନ୍ତି ହିତାଧିକାରୀ

ଥୁଆମୂଳ ରାମପୁର,୨୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟାଳୟଗୁଡିକରେ ଅଧିକାରୀଙ୍କ ମରୁଡି ପଡ଼ିଥିବା ଦେଖିବାକୁ ମିଳୁଛି l ଠିକ ସମୟରେ କାର୍ଯ୍ୟଳୟକୁ ଆସୁନାହାନ୍ତି ବିଭାଗର କର୍ମଚାରୀ କିମ୍ବା ଅଧିକାରୀ l ଯାହାଫଳରେ ନୂତନ ଭତ୍ତା…

ଆମ୍ବ ତୋଟାରେ ବୃଦ୍ଧାଙ୍କୁ ଦଳିଦେଲା ହାତୀ

ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା କପିଳାସ ରେଞ୍ଜ ଆମ୍ବନାଳି ଗାଁ ନିକଟରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଆମ୍ବ ତୋଟାରେ ଜଣେ ବୃଦ୍ଧାଙ୍କୁ ଏକ ଦନ୍ତାହାତୀ ଦଳି ଦେଇଛି। ଫଳରେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବର ପାଇ ବନ ବିଭାଗ କର୍ମଚାରୀ…

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ଖୁସିଖବର: ନୂତନ ୩୩ କେ.ଭି. ଫିଡର୍‌ ଲାଇନର ଶୁଭାରମ୍ଭ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବିଦ୍ୟୁତ୍‌ ବିତରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ଼ ତରଫରୁ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାତକୁ ନିଆଯାଇଛି। ଏହାକୁ ସୂଚାର ରୂପେ…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଲୋକଙ୍କ ଆସ୍ଥା ବଢ଼ିଛି: ମୋହନ

ଭୁବନେଶ୍ୱର, ୧୯ା୫(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୧ତମ ପାଳି ଶେଷହୋଇଛି। ଭୁବନେଶ୍ୱର ୟୁନିଟ୍‌-୨ସ୍ଥିତ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା, ଦୁଃଖ ଶୁଣିବା ସହ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍କାଳ…

ବାଇକ୍‌ ଆରୋହୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌: ପୋଡ଼ିଦେଲେ ବାଇକ୍‌

ଦଶପଲ୍ଲା,୨୦।୫: ନୟାଗଡ଼ ଜିଲା ଦଶପଲ୍ଲା-ଭଞ୍ଜନଗର ରାସ୍ତା ସାକେଣୀ ଗାଁରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଜଣେ ବାଇକ୍‌ ଆରୋହୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଲୁଟ କରିବା ସହ ବାଇକ୍‌ ପୋଡ଼ି ଫେରାର ହୋଇଯାଇଛି। ଏହି ଘଟଣା ଜିଲାରେ ଚାଞ୍ଚଲ୍ୟ…

କାମ ଦେଲାନି କୀଟନାଶକ, ଧାନ ହେଲା ଅଗାଡି

ଭେଡେନ,୧୯।୫(ହୃଷୀକେଶ ଖମାରୀ)- ବରଗଡ଼ ଜିଲାରେ ଚାଷୀଙ୍କ ଦୁଃଖ ସରୁନି। ଧାନ ଫସଲ ଅମଳ ସମୟରେ ଫସଲରେ ରୋଗପୋକ ଉପଦ୍ରବ ଏବଂ ସେଥିରେ କୀଟନାଶକ ପ୍ରୟୋଗ ସତ୍ତ୍ବେ ତାହା କିଛି କାମକୁ ଆସି ନଥିବା ଅଭିଯୋଗ ହୋଇଛି। ଦେଶଭଟଲି ଗ୍ରାମର ଜଣେ ଭାଗଚାଷୀ…

କାର୍‌-ବାଇକ୍‌ ଧକ୍କା: ୨ ଯୁବକଙ୍କ ମୃତ୍ୟୁ

ଭବାନୀପାଟଣା,୧୯ା୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ଥାନା ଚିଚୈଗୁଡା ଛକଠାରେ ସୋମବାର ସାରେ ଏକ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ୍‌ରେ ଥିବା ୨ ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଭବାନୀପାଟଣା ନୂଆପଡ଼ାର ସାହିଲ…

ନର୍ସିଂହୋମରେ ପ୍ରସୂତି, ନବ ଜାତକଙ୍କ ମୃତ୍ୟୁଘଟଣା: ଅଭିଯୁକ୍ତା ମହିଳା ସ୍ବାସ୍ଥ୍ୟକର୍ମୀ ଗଲେ ଜେଲ୍‌

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ପ୍ରସୂତି ଏବଂ ନବଜାତକଙ୍କ ମତ୍ୟୁ ଘଟଣାରେ ମହିଳାଙ୍କ ସ୍ବାମୀ ବାବୁ ନାୟକ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।…

ଗ୍ରିଲ ଭାଙ୍ଗି ନେଇଥିଲେ ୧୪ ଭରି ସୁନା, ଏବେ..

ଦିଗପହଣ୍ଡି,୧୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘର ମଧ୍ୟରୁ ପ୍ରାୟ ୧୪ ଭରି ସୁନା, ୨୮ ଭରି ରୂପା ଅଳଙ୍କାର ଏବଂ ନଗଦ ୨ ହଜାର ଟଙ୍କା…

ଘରେ ଛାଡ଼ିଦେବେ କହି ଯୁବତୀଙ୍କୁ ଅଟୋରେ ନେଇଗଲେ: ୭ ଦିନ ଭଡ଼ାଘରେ ରଖି କଲେ ଗଣ ବଳାତ୍କାର, ପରେ…

ବାଲିଗୁଡ଼ା,୧୯ା୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଛି। ଯୁବତୀଙ୍କୁ ଅଟୋରେ ଘରକୁ ଛାଡ଼ି ଦେବାକୁ କହି ୩ଜଣ ସାଙ୍ଗ ୭ଦିନ ଏକ ଭଡ଼ାଘରେ ରଖି ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।…

୩ ସାସ ହେଲା ଜଳ ଯୋଗାଣ ବନ୍ଦ: କୂଅ ପାଣି ପିଉଛନ୍ତି ଗ୍ରାମବାସୀ

ଖଡ଼ିଆଳ,୧୯ା୫ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ପଞ୍ଚାୟତର ଜଙ୍ଗଲଆ ଗାଁ ସମାଡ଼ପଦରକୁ ୩ମାସ ହେଲା ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ଗ୍ରାମବାସୀ ଖୋଲା କୂଅର ଗୋଳିଆ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?