ବିପଦକୁ ଆମନ୍ତ୍ରଣ କରୁଛି ଥୁଆମୂଳରାମପୁର ରାସ୍ତା

ଥୁଆମୂଳରାମପୁର,୧୧ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲ ପାଟଣାଠାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ନିର୍ମାଣରେ ଅନିୟମିତତା ହେଉଥିବା ସହ କାଲଦୁଦା ଘାଟି ମୁଖ୍ୟ ରାସ୍ତା କାଦୁଅରେ ପଚପଚ ହୋଇ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳୁଛି।

ମିଳିଥିବା ସୂଚନାନୁସାରେ, ଗତ କିଛିଦିନ ତଳର ଲଗାଣ ବର୍ଷାରେ କାଲଦୁଦା ଘାଟି ଉଭୟ ପାର୍ଶ୍ୱର ଥିବା ମାଟି ଅତଡ଼ା ଧସି ମୁଖ୍ୟ ରାସ୍ତାରେ ପଡ଼ିବା ଫଳରେ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଆରମ୍ଭରୁ ଅନେକ ସ୍ଥାନରେ ଛୋଟ ବଡ଼ ଖାଲଖମା ସହ କୃତ୍ରିମ ପୋଖରୀ ସୃଷ୍ଟି ହେବା ସହ କାଦୁଅ ପଚ ପଚ ହେବା ଫଳରେ ପଥଚାରୀଙ୍କଠାରୁ ଆରମ୍ଭ କରି ଯାନବାହନ ଚଳାଚଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଉଛି । ଏମିତିକି ଲୋକେ ବାଇକ୍‌ରେ ଯାତାୟାତ ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ଜରୁରୀକାଳିନ ଆମ୍ବୁଲାନ୍ସ ଗାଡ଼ି ସମେତ ଅନେକ ଛୋଟ ବଡ଼ ଗାଡ଼ି ସେ ରାସ୍ତା ଦେଇ ଯିବା ସମୟରେ ରାସ୍ତାର ଅବସ୍ଥା ପାଇଁ ଘଣ୍ଟା ଘଣ୍ଟା ଧରି ଫସି ରହୁଥିବା ଦୃଶ୍ୟ ସାମ୍ନାକୁ ଆସୁଛି। ରାସ୍ତା ନିର୍ମାଣ କାମ କରୁଥିବା ଠିକାଦାର ମନଇଚ୍ଛା ରାସ୍ତା ନିର୍ମାଣ କରୁଥିବା ବିଷୟରେ ସ୍ଥାନୀୟ ଲୋକେ ଅନେକ ଥର ଅଭିଯୋଗ କରିବା ସତ୍ତ୍ୱେ ବିଭାଗୀୟ ଅଧିକାରୀ ଚୁପ ରହିବା ଘଟଣାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ମତାମତ ମିଳିପାରିନାହିଁ। ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ଜିଲାସ୍ତରୀୟ ଅଧିକାରୀ ରାସ୍ତା ନିର୍ମାଣ ସହ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ କାଦୁଅ ସରସର ହେଉଥିବା ସ୍ଥାନରେ ତୁରନ୍ତ ମରାମତି କିମ୍ବା ବିଏମ୍‌୍‌ଡବ୍ଲ୍ୟୁ ପକାଇବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ପୁଣି ଭୂସ୍ଖଳନ: ଫନିରେ ଯେଉଁଠି ଧସିଥିଲା ପାହାଡ଼, ସେହି ସ୍ଥାନରେ ପୁଣି ଅଘଟଣ

ଦାରିଙ୍ଗବାଡ଼ି, ୨୯।୧୦(ଅରୁଣ ସାହୁ):୨୦୧୯ ମସିହାରେ ବାତ୍ୟା ‘ଫନି’ ସମୟରେ ଗାଜଲବାଡ଼ି ଘାଟିରେ ଘଟିଥିବା ଭୂସ୍ଖଳନର ସ୍ମୃତି ପୁଣି ତାଜା ହୋଇଛି। ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଏହି ଘାଟିରେ…

ଭାରତ ଉପରେ ‘ଏଲ ନିନୋ’ (El Ni୦o) ର ଗମ୍ଭୀର ପ୍ରଭାବ; ଦେଶରେ ୬ ମାସ ମଧ୍ୟରେ ୫୫ହଜାର ଲୋକଙ୍କର ହୋଇପାରେ ମୃତ୍ୟୁ!

ନୂଆଦିଲ୍ଲୀ,୨୯।୧୦: ‘ସୁପର’ ଏଲ ନିନୋ ଯୋଗୁ, ବିଶ୍ୱ ବୃଷ୍ଟିପାତ ଢାଞ୍ଚା ପରିବର୍ତ୍ତନ ହେଉଛି ଏବଂ 2026 ରେ ତାପମାତ୍ରା ବୃଦ୍ଧି ପାଉଛି। ପ୍ରତିକ୍ରିୟା ସ୍ବରୂପ, ‘କ୍ଲାଇମେଟ ଇମ୍ପାକ୍ଟ…

ଖବର ପ୍ରସାରଣ ପରେ ସନ୍ତୋଷୀଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ

ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁ ଗଞ୍ଜାମ ସହର ସାନ ବଜାରସ୍ଥିତ ଓ୍ବାର୍ଡ ନଂ ୭ ବାଲିସାହି ସନ୍ତୋଷୀ…

ନିର୍ଜନ ଜଙ୍ଗଲ ଭିତରକୁ ଆଲିଆଙ୍କୁ ନେଇଗଲେ ରଣବୀର, ହଠାତ୍‌ ଗାଡ଼ି ରଖି କହିଲେ…

ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀକୁ ନେଇ ପୁଣି ଚର୍ଚ୍ଚା। ୧୪ ଏପ୍ରିଲ ୨୦୨୨ରେ ବିବାହ କରିଥିବା ଏହି ଯୋଡ଼ିଙ୍କ…

ଏହି ବ୍ୟାଙ୍କ୍‌ ଖାତାରେ ଟଙ୍କା ଅଛି କି? ଡିସେମ୍ୱର ୧ରୁ ବଦଳିବ ନିୟମ, ଜାଣନ୍ତୁ ନଚେତ୍‌ ପସ୍ତେଇବେ

ନୂଆଦିଲ୍ଲୀ,୨୯।୧୦: ଆକ୍ସିସ ବ୍ୟାଙ୍କ (Axis Bank) ନିଜର କୋଟି କୋଟି ଖାତାଧାରୀଙ୍କ ପାଇଁ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। ଏବେ ଆକାଉଣ୍ଟରେ କମ ଟଙ୍କା ରଖିବା, ନଗଦ…

ଧସିଲା ପାହାଡ଼: ମା’ ସିଦ୍ଧ ବାଙ୍କେଶ୍ୱରୀଙ୍କ ପୀଠକୁ ଯୋଗାଯୋଗ ବିଚ୍ଛିନ୍ନ

ଦିଗପହଣ୍ଡି,୨୯ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ଗ୍ରାମ ନିକଟସ୍ଥ କେରାଣ୍ଡିମାଳ ପର୍ବତ ଶୀର୍ଷରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ…

ଚତୁର୍ଥ ଟି-୨୦ରୁ ବୈଭବଙ୍କୁ ବାହାର କରିବାକୁ ପଡିବ? କାହିଁକି ଏପରି କହିଲେ ଅଶ୍ୱିନ, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପରବର୍ତ୍ତୀ ମୁକାବିଲା ଏବେ ଅକଲାଣ୍ଡରେ ଖେଳାଯିବ। ଶୁକ୍ରବାର, ଅକ୍ଟୋବର ୩୦ ତାରିଖରେ ଉଭୟ ଦଳ ଚତୁର୍ଥ…

ପ୍ରଥମ ଥର କରୱା ଚୌଥ ବ୍ରତ ପାଳନ କଲେ ଶିଖର ଧୱନଙ୍କ ପତ୍ନୀ; କହିଲେ, ‘ମୁଁ ବହୁତ ଭାଗ୍ୟଶାଳୀ’

ନୂଆଦିଲ୍ଲୀ,୨୯।୧୦: ଆଜି ହେଉଛି କରୱା ଚୌଥ ପର୍ବ, ଯେଉଁ ଦିନ ପତ୍ନୀମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ ରଖିଥାନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?