ବୃଦ୍ଧି ପାଉଛି ଗୟଳ ବଂଶ: ଘୁମୁସର ବନଖଣ୍ଡ ପାଲଟିଛି ବନ୍ୟପ୍ରାଣୀଙ୍କ ସୁରକ୍ଷିତ ବାସସ୍ଥଳୀ

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ବନ୍ୟପ୍ରାଣୀଙ୍କ ସୁରକ୍ଷିତ ବାସସ୍ଥଳୀ ପାଲଟିଯାଇଛି। ତେଣୁ ଏହି ବନଖଣ୍ଡରେ ବିରଳ ଗୟଳ ବଂଶ ଇତିମଧ୍ୟରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଥିସହ କୃଷ୍ଠସାର ମୃଗ, ହାତୀ, କଲରାପତରିଆ ବାଘ ସଂଖ୍ୟା ମଧ୍ୟ ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି। ଏହି ବନଖଣ୍ଡର ଏକ ରେଞ୍ଜରେ କଳା କଲରାପତରିଆ ବାଘ ମଧ୍ୟ ଥିବା ଲୋକେ ଆଲୋଚନା କରୁଛନ୍ତି। କଳା ବାଘ ଏକ ବିରଳ ବନ୍ୟପ୍ରାଣୀ। ଉଜ୍ଜଳା ଯୋଜନା ଆସିବା ପରେ ଜାଳେଣି କାଠ ଆବଶ୍ୟକତା ବହୁତ କମିଯାଇଛି।

ଅନ୍ୟପଟେ ଦିନକୁ ଦିନ ଜଙ୍ଗଲ ଆଇନ କଡାକଡି ଭାବେ ପାଳନ ହେଉଥିବା ଯୋଗୁ ଅବାଧ ଗଛକଟା ମଧ୍ୟ କମିଛି। କିନ୍ତୁ ଏବେବି କେତେକ ଜଙ୍ଗଲରେ ଜବରଦଖଲ, କାଠ ଚୋରୀ, ଶିକାର ସମସ୍ୟା ଅଛି। ତଥାପି ଘୁମୁସର ଉତ୍ତର ବନଖଣ୍ଡ ଜଙ୍ଗଲ ପ୍ରାୟ ସୁରକ୍ଷିତ ଥିବା ଅନୁମାନ କରାଯାଉଛି। ଗତବର୍ଷ ଜଙ୍ଗଲ ପୋଡି ବହୁତ କମିଥିଲା। ଏହା କେବଳ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଯୋଗୁ ସମ୍ଭବପର ହୋଇପାରିଛି।
ବର୍ତ୍ତମାନ ଏହି ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ମାଳତୀ ସଂରକ୍ଷିତ ଜଙ୍ଗଲରେ ଶତାଧିକ ଗୟଳ ସୁରକ୍ଷିତ ଭାବେ ଚଳପ୍ରଚଳ କରୁଛନ୍ତି। ଉକ୍ତ ବଂଶର ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ସଂମ୍ପୃକ୍ତ ଜଙ୍ଗଲରେ ନୂତନ ପୋଖରୀ ନିର୍ମାଣ ହେଉଛି। ଏଥିସହ ପୁରାତନ ପୋଖରୀ ଗୁଡ଼ିକର ପୁନରୁଦ୍ଧାର କରାଯାଉଛି । ଚାରଣ ଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି । ଆଗାମୀ ଦିନରେ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ୱାଚ ଟାୱାର ନିର୍ମାଣ ହେବ।

ଗୟଳ ଗଣନା ଏହି ବନଖଣ୍ଡରେ ହୋଇ ନ ଥିବାବେଳେ ଆଗାମୀ ଦିନରେ ତାହାର ଗଣନା ପାଇଁ ପ୍ରସ୍ତୁତି ଚାଲିଛି। ମହାବଳ ବାଘର ଖାଦ୍ୟ ହେଉଛି ଗୟଳ। କିନ୍ତୁ ଏହି ବନଖଣ୍ଡରେ ମହାବଳ ବାଘ ନ ଥିବା ବେଳେ ଶିକାରୀମାନେ ତାହା ଉପରେ ନଜର ପକାଉ ନାହାନ୍ତି। ତେଣୁ ବଂଶ ଧିରେ ଧିରେ ବୃଦ୍ଧି ପାଉଛି। କିଛି ମାସ ପୂର୍ବେ ମହାରାଷ୍ଟ୍ରରୁ ଏହି ବନଖଣ୍ଡକୁ ଚାଲିଆସିଥିବା ମହାବଳ ବାଘଟି ଦୁଇଟି ଗୟଳ ମାରି ଖାଇଥିଲା।

ଏଥିସହ ଏହି ବନଖଣ୍ଡର ଗାଲେରୀ ରେଞ୍ଜ ଚନ୍ଦ୍ରଗିରି ଏବଂ ଆମ୍ବଝାରି ଜଙ୍ଗଲରେ ଗୟଳ ଦେଖାଯାଆନ୍ତି। ରାଜ୍ୟର ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ, ଦେବ୍ରୀଗଡ ଅଭୟାରଣ୍ୟ ସମେତ ଆଉ କିଛି ଅଞ୍ଚଳରେ ମଧ୍ୟ ଗୟଳ ଦେଖାଦିଅନ୍ତି। ଏନେଇ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି, ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। କେତେକ ବିରଳ ବନ୍ୟପ୍ରାଣୀ ଏହି ବନଖଣ୍ଡରେ ଅଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ଏହିଭଳି ପରିସ୍ଥିତିରେ ଶୁକ୍ରବାର ଠାରୁ ପାଞ୍ଚ ଦିନିଆ ଗଞ୍ଜାମ, କନ୍ଧମାଳ ଏବଂ ବଉଦ ଜିଲା ଗସ୍ତରେ ଆସୁଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ ।
ଶୁକ୍ରବାର ପିସିସିଏଫ ବ୍ରହ୍ମପୁର ବନଖଣ୍ଡର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିବେ। ଶନିବାର ଦିଗପହଣ୍ଡି ରେଞ୍ଜ ସମେତ ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ ଏବଂ ଉତ୍ତର ବନଖଣ୍ଡର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ। ରବିବାର ମୁଜାଗଡ଼ ଠାରେ ଏକ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ବାଲିଗୁଡା ବନଖଣ୍ଡର ଦାରିଙ୍ଗିବାଡି
ଅଭିମୁଖେ ଯିବେ। ମଙ୍ଗଳବାର ବଉଦ ବନଖଣ୍ଡ ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି। ପିସିସିଏଫଙ୍କ ଗସ୍ତ ପୂର୍ବରୁ ବନ ବିଭାଗ ଅଧିକାରୀମାନେ ତତ୍ପର ହୋଇପଡ଼ିଲେଣି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?