କେବେ ଆରମ୍ଭ ହେବ ରେଳ ପ୍ରକଳ୍ପ କାର୍ଯ୍ୟ, ଚାହିଁ ବସିଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୨୧/୭(ବାବୁଲା ପ୍ରଧାନ)-ଦେଶ ସ୍ବାଧୀନତା ଲାଭ କରିବାର ଇତିମଧ୍ୟରେ ୭୮ ବର୍ଷ ବିତିଗଲାଣି। କନ୍ଧମାଳ ଜିଲାବାସୀ ଏବଂ ଭଞ୍ଜନଗର ଉପଖଣ୍ଡବାସୀ ନିଜ ଅଞ୍ଚଳରେ ରେଳ ସେବା ଦେଖିନାହାନ୍ତି। ଆଗକୁ କେବେ ରେଳ ଲାଇନ ଦେଖିବେ ତାହା ମଧ୍ୟ ସଠିକ କିଛି ଜଣା ପଡୁନାହିଁ। ଉକ୍ତ ଅଞ୍ଚଳବାସୀ ରେଳ ଲାଇନ ପାଇଁ ଆଜିକୁ ବହୁବର୍ଷ ହେବ ଦାବି କରିଆସୁଛନ୍ତି। ଏନେଇ ବାରମ୍ବାର ଆନ୍ଦୋଳନ ମଧ୍ୟ ହେଉଛି। ସରକାର ପରେ ସରକାର ବଦଳୁଛି। କିନ୍ତୁ ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଇତିମଧ୍ୟରେ ସର୍ଭେ କାର୍ଯ୍ୟ ଚାଲିଛି। ସର୍ଭେ ସରିନାହିଁ। ସର୍ଭେ କାର୍ଯ୍ୟ ବିଳମ୍ବ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି। ଏଭଳି ପରିସ୍ଥିତିରେ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ କିଭଳି ହୋଇପାରିବ ସେନେଇ ଆଲୋଚନା କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ସଂସଦୀୟ କ୍ଷେତ୍ର ଅଧିନରେ କନ୍ଧମାଳ, ବୌଦ୍ଧ ଜିଲା, ଦଶପଲ୍ଲା ଓ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଆସୁଛି । ଉକ୍ତ ଅଞ୍ଚଳର ସ୍ଥାୟୀ ଏବଂ ଚତୁର୍ମୁଖୀ ବିକାଶ ଉଦ୍ଦେଶ୍ୟରେ ଏମପି ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଏମପି ତାଙ୍କ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଏହି ଅବସରରେ ସେ ଗୋପାଳପୁର ଭାୟା ଭଞ୍ଜନଗର ଫୁଲବାଣୀ ରେଢ଼ାଖୋଲ ରେଳ ଲାଇନ, ଉଡାଣ ଯୋଜନାରେ ଫୁଲବାଣୀକୁ ବିମାନ ସଂଯୋଗୀକରଣ, ଭଞ୍ଜନଗରରୁ କଳିଙ୍ଗା ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୯ର ପ୍ରଶସ୍ତୀକରଣ, କନ୍ଧମାଳ ଲୋକସଭାର ସମସ୍ତ ଦୁର୍ଗମ ଅଞ୍ଚଳକୁ ଟେଲିକମ ସେବା ଉପରେ ଆଲୋଚନା କରିଥିଲେ। ଏଥିସହ ସ୍ବାସ୍ଥ୍ୟ, ଶିକ୍ଷା, ପରିମଳ, ପାଇପଜଳ ଯୋଗାଣ, ସମସ୍ତ ବିଦ୍ୟୁତ ନ ଥିବା ଗ୍ରାମ ଗୁଡ଼ିକର ବିଦ୍ୟୁତୀକରଣ, ଜଳସେଚିତ ଅଞ୍ଚଳ ବୃଦ୍ଧି, ଜୀବିକା, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଭିତ୍ତିଭୂମି ସୁଦୃଢ଼ କରିବା ନେଇ ମଧ୍ୟ ଏମପି ପାଣିଗ୍ରାହୀ
ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛି ।

ଏମପିଙ୍କ ଏହିଭଳି ପ୍ରସ୍ତାବକୁ ସାମାଜିକ କର୍ମୀ ସତ୍ୟ ପ୍ରିୟ ମହାନ୍ତି ସ୍ବାଗତ କରିଛନ୍ତି । ଏହାଦ୍ବାରା କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀର ବିକାଶ ହେବ। ଏଥିସହ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ହେଲେ ଲୋକଙ୍କ ଆର୍ଥିକ ମାନଦଣ୍ଡରେ ମଧ୍ୟ ଉନ୍ନତି ଆସିବ। ଅପରପକ୍ଷେ ଏନେଇ କଂଗ୍ରେସ ନେତା ଦେବୀ ବିଷୋୟୀଙ୍କୁ ପଚାରିବାରୁ ସେ ଏଠାରେ କହିଛନ୍ତି, ପ୍ରଥମେ ରେଳ ଲାଇନ ପାଇଁ ବଜେଟରେ ଅର୍ଥ ଅନୁମୋଦନ କରି ଜମି ଅଧିଗ୍ରହଣ କରନ୍ତୁ। ଫୁଲବାଣୀକୁ ବିମାନ ସଂଯୋଗ ଯୋଜନା ଭଲ ପଦକ୍ଷେପ । ଦେଖାଯାଉ ଏମପି କେବେ ଅଞ୍ଚଳବାସୀଙ୍କ ସପ୍ନ ପୂରଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri