ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ, ଜିଲା ପ୍ରଶାସନର ନୀରବତା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ ୫ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ
ଛତ୍ରପୁର, ୨୧।୬ (ଦିଲ୍ଲୀପ ସାମଲ): ଗୋଟେ ପଟେ ମତ୍ସ୍ୟଜୀବୀମାନେ ନିଜ ପେଟ ପାଟଣା ନିମନ୍ତେ ଚିନ୍ତାରେ ରହିଥିବା ବେଳେ ଅନ୍ୟପଟେ ଆର୍ଯ୍ୟପଲ୍ଲୀ ଲୀନ ହେବାର ଆଶଙ୍କା ନେଇ ଖୁବ ଭୟଭିତ ରହିଛନ୍ତି ପଞ୍ଚାୟତ ବାସୀ, ସେମାନଙ୍କ ସମସ୍ୟା ନେଇ ଜିଲା ପ୍ରଶାସନ,…
ପୁରୁଷୋତ୍ତମପୁର କୋର୍ଟରେ ନୂତନ ପ୍ରଥମଶ୍ରେଣୀ ବିଚାରପତିଙ୍କ ଯୋଗଦାନ
ପୁରୁଷୋତ୍ତମପୁର,୨୧।୬,(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ନୂତନ ବିଚାରପତି ଭାବେ ଅନନ୍ୟା ଅପର୍ମିତା ଶନିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ବ୍ରହ୍ମପୁର ଜେଏମଏଫସି (ଟ୍ରାନ୍ସପୋର୍ଟ )ବିଭାଗୀୟ ଅଦାଲତରେ କାର୍ଯ୍ୟରତ ଥିଲେ। ଏଠାରେ ଥିବା…
ଗୋପାଳପୁର ଗଣବଳାତ୍କାର: ଚିହ୍ନାଇଦେଲେ ପୀଡ଼ିତା, କିଏ ସେ ରାକ୍ଷାସ
ବ୍ରହ୍ମପୁର,୨୧।୬(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଚାଲିଛି। ଏହି ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଥିବା ଅଭିଯୁକ୍ତମାନଙ୍କୁ ଶୁକ୍ରବାର ଟିଆଇ ପରେଡ୍ରେ ପୀଡ଼ିତା ଚିହ୍ନଟ କରିଛନ୍ତି। ଘଟଣାଟି ଅତ୍ୟନ୍ତ…
କାମରେ ଆସୁନି ମାଲିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ
ଲାଞ୍ଜିଗଡ଼,୨୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ ଲାଞ୍ଜି ପଞ୍ଚାୟତ କାଣ୍ଡମାଠାରେ ମାଲିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଆସୁନାହିଁ। ସୂଚନାନୁସାରେ ୨୦୦୩ ମସିହାରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିବାବେଳେ ୨୦୦୪ ସୁଦ୍ଧା ପ୍ରାୟ ୭୦ ପ୍ରତିଶତ ଶେଷ…
ଦୋକାନରୁ ଜିନିଷ କିଣି ଘରକୁ ଫେରିବାବେଳେ ନାବାଳିକାଙ୍କୁ ଯୌନ ଅସଦାରଣ, ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ
ସମ୍ବଲପୁର/ଜମନକିରା,୨୧ା୬ (ପ୍ରମୋଦ ବହିଦାର/ରବିନ୍ଦ୍ର ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ ମାଧଡିହୀ ଗ୍ରାମରେ ନାବାଳିକାଙ୍କୁ ଯୌନ ଅସଦାଚରଣ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ସମ୍ବଲପୁର ଅତିରିକ୍ତ ଜିଲା ଜଜ୍ ତଥା ପୋକ୍ସୋ ଅଦାଲତ ସ୍ବତନ୍ତ୍ର ବିଚାରପତି ଅଭିଳାଷ ସେନାପତି…
ତୁମୁଡିବନ୍ଧରେ ଅନ୍ତର୍ଜାତୀୟ ଯୋଗ ଦିବସ: କ’ଣ ରହିଛି ଯୋଗର ଆବଶ୍ୟକତା
ତୁମୁଡିବନ୍ଧ,୨୧।୬:(ଦୀପକ କୁମାର ପରାସେଠ): ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ପୂରା ଆବଶ୍ୟକତା ରହିଛି। ଯାହାକି ଉତ୍ତମ ସ୍ବାସ୍ଥ୍ୟ ସହିତ ସୁସ୍ଥ ଜୀବନଯାପନ କାରବାର ଏକ ମାର୍ଗ । ଏହି ବାର୍ତ୍ତା ସାର୍ବଜନୀନ ପାଇଁ ଶନିବାର ପୂର୍ବାହ୍ନରେ କନ୍ଧମାଳ…
ମଣ୍ଡିରେ ନାଁକୁ ସିସି କ୍ୟାମେରା
ସୋନପୁର,୨୧।୬(ମୃତ୍ୟୁଞ୍ଜୟ ଶତପଥୀ): ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା ଲାଗି ସମସ୍ତ ସରକାରୀ ମଣ୍ଡିରେ ସିସି କ୍ୟାମେରା ଲଗାଇବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା। ତଦନୁଯାୟୀ ସୁବର୍ଣ୍ଣପୁର ଜିଲାରେ ୨୦୨୪ ଖରିଫ୍ ଋତୁଠାରୁ ମଣ୍ଡିଗୁଡିକରେ ସିସି କ୍ୟାମେରା…
ଡାଇରିଆ ସ୍ଥିତିରେ ପରିବର୍ତ୍ତନ: ରାତିରୁ ସକାଳ ଭିତରେ…
ଧର୍ମଶାଳା,୨୧।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଡାଇରିଆ ସ୍ଥିତି ଧିରେଧିରେ ସୁଧୁରିଛି। ଧର୍ମଶାଳାରେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଶୁକ୍ରବାର ରାତି ୧୨ରୁ ଶନିବାର ସକାଳ ୮ଟା ମଧ୍ୟରେ ଜଣେ ରୋଗୀ ଭର୍ତ୍ତି ହୋଇଥିବା ବେଳେ ଗୋଷ୍ଠୀ ସ୍ବାସ୍ତ୍ୟକେନ୍ଦ୍ରରେ ୪୨ଜଣ…
‘ଯୋଗ ଦ୍ୱାରା ମାନସିକ-ଶାରୀରିକ ବିକାଶ ହୋଇଥାଏ’
କେସିଙ୍ଗା,୨୧ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଖେଳ ଭବନଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଶନିବାର ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୬ାରେ ନାମ ପଞ୍ଜୀକୃତ…
ଘରୁ ରାତିରେ ସୁନା ଅଳଙ୍କାର ଚୋରି କରି ଖସି ଯାଇଥିଲେ ୨ ନାବାଳକ, ସକାଳୁ ପୋଲିସ ଜିମା ଦେଲେ ଗ୍ରାମବାସୀ
ଧର୍ମଶାଳା,୨୧ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ଚୋରି କରି ନେଇ ଚାଲି ଯାଇଥିବା ପରେ ଭୋର୍ ସମୟରେ ସ୍ଥାନୀୟ ଅଞ୍ଚଳରୁ ଚୋରି କରିଥିବା ଦୁଇ…
ଫାଟିଲା ଲକ୍ଷ୍ମୀବରାହ ଜୀଉ ମନ୍ଦିର ଦଧିନଉତି: ଶ୍ରଦ୍ଧାଳୁ କହିଲେ…
ଆଳି,୨୧ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀଲକ୍ଷ୍ମୀବରାହ ଜୀଉ ମନ୍ଦିରରେ ବିଭିନ୍ନ ସମସ୍ୟା ଲାଗି ରହିଛି। ସମାଧାନ ଦିଗରେ ମନ୍ଦିର ଟ୍ରଷ୍ଟ ନା ପ୍ରଶାସନିକ କଳ କେହି ଚେଷ୍ଟା କରୁନାହାନ୍ତି। ମନ୍ଦିରକୁ ଅଣଦେଖା କରାଯାଉଥିବାବେଳେ ଉନ୍ନତି…
ପ୍ରାଣୀମିତ୍ରଙ୍କ କ୍ଷେତ୍ର ପରିଦର୍ଶନ, ବିଭିନ୍ନ ପ୍ରତିଷ୍ଠାନ ବୁଲି ଦେଉଛନ୍ତି ପରାମର୍ଶ
ଭଞ୍ଜନଗର,୨୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପ୍ରାଣୀ ସମ୍ପଦ ବିକାଶ ବିଭାଗ କର୍ମଚାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ସମ୍ପ୍ରସାରଣ ତାଲିମ କେନ୍ଦ୍ରରେ ଗତ ୧୦ ତାରିଖଠାରୁ ୧୭ ଦିନିଆ ପ୍ରାଣୀମିତ୍ର ତାଲିମ ଶିବିର ଚାଲିଛି। ଶିବିରରେ ଚିକିଟି, ବେଗୁନିଆପଡ଼ା, ଛତ୍ରପୁର ବ୍ଲକର…
Archives


