ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ ଦୁଇଭାଗ ହୋଇପଡିଥିବାର ଏକ ନିଛକ ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଛି ଯେ, ପୁରୁଷୋତ୍ତମପୁର ଏସଡିପିଓ ଅଫିସ ନିକଟସ୍ଥ ତହସିଲ କାଯ୍ୟାଳୟ ସମ୍ମୁଖ ବିଚରାସ୍ତାରେ ଦୁଇ ନିର୍ୱାଚନ ମଣ୍ଡଳୀର ଦୁଇ ବିଧାୟକ ପ୍ରାର୍ଥିଙ୍କ ମଧ୍ୟରେ ହାତାହାତି ହୋଇ ଏକପ୍ରକାରର ଅପ୍ରିତିକର ପରିସ୍ଥିତି ଦେଖାଦେଇଛି। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ସହ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଯାହା ଦଳ ପାଇଁ ଏକ ଲଜ୍ୟାକର ଘଟଣା ପାଲଟିଛି। ଏପରିକି ଏହିଘଟଣାର ଅଭିଯୋଗ ଗଞ୍ଜାମ ଏସପିଙ୍କ ପଯ୍ୟନ୍ତ ଯାଇଥିବାର ଜାଣିବାକୁ ମିଳିଛି।

ଘଟଣାରୁ ଜାଣିବାକୁ ମିଳିଛି ଯେ, ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ଭୀମପୁର ରୁଷିକୁଲ୍ୟା ନଦୀ ବାଲିଘଟକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଛି। ଗତ ନିର୍ୱାଚନରେ ଦଳପକ୍ଷରୁ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ହୋଇଥିବା ରଜନିକାନ୍ତ ପାଢୀ ଓ ପିସିସି ସଭ୍ୟ ଭୋକାଲି ସେଠୀ ଆସି ଭୀମପୁର ନଦୀଘାଟରୁ ବାଲିଉଠାଣରେ ଅନିୟମିତା ଘଟି ଚାଲିଥିବାର ନେଇ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନକରି ବାହାରକୁ ଆସିଥିଲେ। ଏହିସମୟରେ ଖଲ୍ଲିକୋଟ ବିଧାୟକପ୍ରାର୍ଥୀ ଚିତ୍ରସେନ ବେହେରା ଓ ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାଶଙ୍କ ସମେତ କିଛିକର୍ମୀ ବାହାରେ ରହିଥିବାବେଳେ କୌଣସି କାରଣକୁନେଇ ଉଭୟପକ୍ଷଙ୍କ ମଧ୍ୟରେ କଥାକଟାକଟି ଓ ବଚ୍ଚସା ହୋଇ କଥା ହାତାହାତି ପଯ୍ୟନ୍ତ ଯାଇଥିଲା। ଯାହାକି କିଛିସମୟ ଧରି ମୁଖ୍ୟରାସ୍ତା ଉପରେ ହାଇଡ୍ରାମା ଚାଲି ଅପ୍ରିତିକର ପରିସ୍ଥିତି ଦେଖାଦେଇଥିଲା।

ଏହାକୁନେଇ ଭୋକାଲି ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବାଲିଘାଟରେ ହେଉଥିବା ଅନିୟମିତତାର ଖବରପାଇ ଆମ୍ଭେ ସାମାଜିକକର୍ମୀ ଭାବରେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ଦେଇ ଫେରିବା ବେଳେ ଅଫିସ ଆଗରେ ରହିଥିବା ଚିତ୍ରସେନ ବେହେରା, ମନୋରଞ୍ଜନଦାଶ ଓ ଅନ୍ୟ ପାଞ୍ଚଜଣ ବ୍ୟକ୍ତିମିଶି ବାଲିଘାଟ ବିରୋଦ୍ଧରେ କାହିଁକି ଅଭିଯୋଗ କରିଛ କହି ଜାତିଆଣରଆକ୍ଷେପ କରି ଗାଳିଗୁଲଜ କରିବାସହ ରଜନିକାନ୍ତ ପାଢୀଙ୍କୁ ମଧ୍ୟ ବାଳିଗୁଲଜକରି ସାର୍ଟ କଲର ଧରି ଆକ୍ରମଣ କରିବା ସହ ହତ୍ୟାଧମକ ଦେଇଥିଲେ। ଏହାକୁନେଇ ଗଞ୍ଜାମ ଏସପିଙ୍କଠାରେ ଲିଖିତ ଭାବରେ ଅଭିଯୋଗ କରାଯାଇଛି।

ତେବେ ଜଣେ ସାମାଜିକ କର୍ମୀଭାବରେ ସବୁସ୍ଥାନରେ ଅଭିଯୋଗ କରିବାର ଅଧିକାର ରହିଛି ବୋଲି କହି ଏହା କୌଣସି ଦଳିୟ ଘଟଣାନୁହେଁ ବୋଲି କହିଛନ୍ତି । ଅପର ପକ୍ଷରେ ମନୋରଞ୍ଜନ ଦାଶଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ ବାଲିଘଟରୁ ସେ ବଟି ମାଗିଲେ ନଦେବାରୁ ତହସିଲଦାରଙ୍କଠାରେ ଅଭିଯୋଗ କରିଛନ୍ତି । ସେ ହିଞ୍ଜିଳିର ବିଧାୟକପ୍ରାର୍ଥୀ ଏଣୁ ତାଙ୍କ ଅଞ୍ଚଳର କଥା ସେ ବୁଝନ୍ତୁ ଏହି ଅଞ୍ଚଳର କଥା ଓ ସମସ୍ୟା ଏଠିକା ବିଧାୟକ ପ୍ରାର୍ଥୀ ବୁଝିବେ ବୋଲି କୁହାଯାଇଛି । କୌଣସି ପ୍ରକାରର ଗାଳିଗୁଲଜ, ଧମକଚମକ କି ଆକ୍ରମଣ କରାଯାଇନାହିଁ। ଗତ ନିର୍ୱାଚନରେ ଭୋକାଲି ସେଠୀ ଖଲ୍ଲିକୋଟ ବିଧାୟକପ୍ରାର୍ଥୀଲାଗି ଟିକେଟ ଆଶାୟୀ ରହିଥିଲେ ମାତ୍ର ତାଙ୍କୁ ମିଳିନଥିଲା ଯାହାକି ମୋ ଯୋଗୁଁ ତାଙ୍କୁ ଟିକେଟ ମିଳିନଥିବାର ଭାବି ସେ ବ୍ୟକ୍ତିଗତ ଭାବରେ ଅକ୍ରୋଶ ମନୋଭାବରଖି ଏଭଳି ମଥ୍ୟା ଅଭିଯୋଗ କରିଛନ୍ତି ବୋଲି ମନୋରଞ୍ଜନ କହିଛନ୍ତି। ଏପରିକି ସେମାନଙ୍କ ବିରୋଧରେ ପୁରୁଷୋତ୍ତମପୁର ପୋଲିସରେ ଅଭିଯୋଗ କରାଯିବ ବୋଲି କହିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?