ନୟାଗଡ଼

ଜବରଦଖଲ ଉଚ୍ଛେଦ କଲା ପୌର ପ୍ରଶାସନ

ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ପୌର ପ୍ରଶାସନ ପକ୍ଷରୁ ଏମ୍‌ଆଇ କଲୋନୀ ନିକଟସ୍ଥ ୬ ନଂ ଓ୍ବାର୍ଡର ବଳରାମ ପାହାଡ଼ ପାଦଦେଶରେ ଗଢ଼ି ଉଠିଥିବା ଜବରଦଖଲ ଉଚ୍ଛେଦ ସୋମବାର ଆରମ୍ଭ ହୋଇଛି। ଏଠାରେ ୨୦ଟି ବେଆଇନ ଘର ଗଢ଼ି ଉଠିଥିଲା। ପୌର ପଶାସନର…

ଫ୍ଲୋରୋସିସ୍‌ ରୋଗ ଯୋଗୁ ଅକାଳ ବାର୍ଦ୍ଧକ୍ୟ

ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଭୋଗବାଡି ପଞ୍ଚାୟତ ପୁଟୁବାରୀ ଗାଁର ଦଳିତ ଲୋକେ ବିକଳ୍ପ ନ ଥିବାରୁ ଫ୍ଲୋରାଇଡ୍‌ ଯୁକ୍ତ ପାଣି ପିଇ ଦନ୍ତ ଓ ଅସ୍ଥି ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଫ୍ଲୋରୋସିସ ରୋଗ ଯୋଗୁ ଅକାଳ…

ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ

ବୋଲଗଡ/ବେଗୁନିଆ,୨୫। ୧ (ଡି.ଏନ୍‌.ଏ.): ବୋଲଗଡ଼-ବେଗୁନିଆର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କର ରବିବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା…

ଟାଙ୍କି ଅଛି, ପାଇଖାନା ନାହିଁ

ନୟାଗଡ଼ ଅଫିସ,୨୨।୧: ନୟାଗଡ଼ ଜିଲାରେ ସ୍ବଚ୍ଛ ଭାରତ ମିଶନ ଯୋଜନା ଏକପ୍ରକାର ଦିଗହରା ହୋଇଛି। ଏହି ଜିଲାର ଅଧିକାଂଶ ଗାଁରେ ପାଇଖାନା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ତଥାପି ବାହ୍ୟ ମଳମୁକ୍ତ ଗାଁ ଦର୍ଶାଇ ଅର୍ଥ ହଡ଼ପ କରାଯାଇଛି। ଏହାର ତଦାରଖ…

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପରତା

ନୟାଗଡ଼ ଅଫିସ,୨୨।୧: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚେଇଁ ଶୋଇଥିବା ନୟାଗଡ଼ ଜିଲା ପ୍ରଶାସନ ତତ୍ପର ହୋଇଛି। ଗୁରୁବାର ସନ୍ଧ୍ୟାରେ ପାଣିପୋଇଲାସ୍ଥିତ ଚିନିକଳକୁ ଜିଲାପାଳ ପୋମା ଟୁଡୁ, ଏସ୍‌ପି ସିଦ୍ଧାର୍ଥ କଟାରିଆ ଓ ଡିଏଫ୍‌ଓ ଏଚ୍‌.ଡି. ଧନରାଜ ଅଚାନକ ପରିଦର୍ଶନ କରି ଫେରିଛନ୍ତି।…

ଚିଲ୍‌ଡ୍ରେନ୍‌ କୋର୍ଟକୁ ଗଲା ପରୀ ହତ୍ୟା ମାମଲା

ନୟାଗଡ଼ ଅଫିସ,୨୧।୧: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା ଚିଲ୍‌ଡ୍ରେନ କୋର୍ଟକୁ ସ୍ଥାନାନ୍ତର ହୋଇଛି। ବୁଧବାର ଜୁଭେନାଇଲ ଜଷ୍ଟିସ ବୋର୍ଡ(କିଶୋର ନ୍ୟାୟ ପରିଷଦ)ରେ ଜଣେ ମନସ୍ତତ୍ତ୍ୱବିତ୍‌ଙ୍କ ଦ୍ୱାରା ଧାରା ୧୫ ଅନୁସାରେ ବାଳସୁଧାର ଗୃହରେ ଥିବା କଲେଜ ଛାତ୍ରଙ୍କୁ ପଚରାଉଚୁରା କରାଯାଇଥିଲା। ଏହାପରେ…

ପେଟ୍ରୋଲ ପମ୍ପ୍‌ରେ ବୋମାମାଡ଼: ଦୁର୍ବୃତ୍ତ ଫେରାର

ନୟାଗଡ଼ ଅଫିସ, ୧୫।୧: ସାମାନ୍ୟ ବଚସାରୁ ବିବାଦ। ପରେ ଉତ୍ତେଜିତ ହୋଇ ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ନୟାଗଡ ଜିଲା ଖଣ୍ଡପଡା ଥାନା ସିଙ୍ଗାପଡା ଥାନା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ଉପରକୁ ବୋମାବାଡ଼ କରିଛନ୍ତି। ଏଥିରେ ପେଟ୍ରୋଲ ପମ୍ପର ମାପ…

ବ୍ରେନ୍‌ ମ୍ୟାପିଂ ପାଇଁ ମନାକଲେ ଅଭିଯୁକ୍ତ

ନୟାଗଡ଼ ଅଫିସ,୧୪।୧:ପରୀ ହତ୍ୟା ମାମଲାରେ ଗିରଫ କଲେଜ ଛାତ୍ରଙ୍କ ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଜୁଭେନାଇଲ ଜଷ୍ଟିସ ବୋର୍ଡ(କିଶୋର ନ୍ୟାୟ ପରିଷଦ)ରେ ବୁଧବାର ଶୁଣାଣି ହୋଇଛି। ଶୁଣାଣି ସମୟରେ ଆଇନକୁ ନେଇ ଦ୍ୱନ୍ଦରେ ଥିବା କଲେଜ ଛାତ୍ର…

ବଦଳୁ ନାହିଁ ଝୁମ୍ପୁଡ଼ି ଭାଡ଼ି, ପାଲଟଣା ଘରର ଚିତ୍ର

ନୟାଗଡ଼ ଅଫିସ,୧୩।୧: ନୟାଗଡ଼ ଜିଲା ରଣପୁର ସହରର ଦଳିତ ସାହିରେ ଜାଗାମିଶନ ଅପହଞ୍ଚ। ସ୍ବାଧୀନତାର ୭୩ ବର୍ଷ ପରେ ବି ରଣପୁର ଏନଏସିରେ ଥିବା ଝୁମ୍ପୁଡି ଭାଡି ଓ ପାଲଟଣା ଘରର ଚିତ୍ର ବଦଳି ପାରୁନାହିଁ। ସବୁ ବାସହୀନଙ୍କୁ ଜାଗା ମିଶନରେ ସାମିଲ…

ନୟାଗଡ଼ରେ ପୁଣି ଶିଶୁ ନିଖୋଜ

ଖଣ୍ଡପଡ଼ା,୧୩ା୧(ସ୍ବ.ପ୍ର): ନୟାଗଡ଼ ଜିଲା ଖଣ୍ଡପଡା ବ୍ଲ୍ଳକ ଅଧୀନ କିଆଝର ପଞ୍ଚାୟତର କିଆଝରପାଟଣା ଗ୍ରାମର ଜଣେ ୬ ବର୍ଷର ଶିଶୁ ମଙ୍ଗଳବାର ଅପରାହ୍ନରୁ ନିଖୋଜ ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ ଖଣ୍ଡପଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି ।…

ତଦନ୍ତ ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କଲେ କୋର୍ଟ

କଟକ/ନୟାଗଡ଼ ଅଫିସ,୧୩ା୧: ନୟାଗଡ଼ ୫ବର୍ଷର ଶିଶୁକନ୍ୟା ପରୀ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି)ର ତଦନ୍ତରେ ମଙ୍ଗଳବାର ହାଇକୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି। ପଦ୍ମାଳୟା ମହାପାତ୍ର କରିଥିବା ଆବେଦନର ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି କରି ମୁଖ୍ୟ ବିଚାରପତି ଏସ୍‌.ମୁରଲୀଧର…

ସ୍କୁଲ, କଲେଜରେ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ : ମନ୍ତ୍ରୀ

ନୟାଗଡ଼ ଅଫିସ,୧୨।୧: ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୋମବାର ନୟାଗଡ଼ ଜିଲା ଗସ୍ତରେ ଆସି ଇଟାମାଟିର ବାମନ ଅବକାଶ ହାଇସ୍କୁଲ ଓ ନାରାୟଣୀ ନୋଡାଲ ଗାଲର୍ସ ସ୍କୁଲ, ରାଜପାଟଣା ନିକଟସ୍ଥ ଆଙ୍କୁଲାଇ ନୋଡାଲ ହାଇସ୍କୁଲ ଏବଂ ନୟାଗଡ଼ ଜୁନିୟର କଲେଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri