ନକଲି ଚାଷୀଙ୍କଠାରୁ ଧାନକିଣା

ନୟାଗଡ଼ ଅଫିସ,୫।୨: ନୟାଗଡ଼ ଜିଲାର ବିଭିନ୍ନ ଧାନମଣ୍ଡିରେ ନକଲି ଚାଷୀ ଧାନ ବିକ୍ରି କରୁଛନ୍ତି। ଏଭଳି ଅଭିଯୋଗ ବହୁ ପୁରୁଣା ହୋଇଥିଲେ ହେଁ ପ୍ରଶାସନର ଲଗାମ ନାହିଁ। ସେଥିପାଇଁ ପ୍ରତିବର୍ଷ ଏପରି ଚାଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରକୃତ ଚାଷୀଙ୍କ ଟାର୍ଗେଟ ପୂରଣ ହେଉ ନ ଥିଲା ବେଳେ ନକଲି ଚାଷୀ ଅତି ସହଜରେ ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି।
୨୦୨୦-୨୧ ଖରିଫ ଋତୁରେ ଜିଲାର ଓଡ଼ଗାଁ  ବ୍ଲକ କଜଳାଇପଲ୍ଲୀ ଓ ଗୋଲଗାଁ  ପ୍ରାଥମିକ କୃଷି ସମବାୟ ସମିତିରେ ଖୋଲିଥିବା ଧାନମଣ୍ଡିରେ ଏପରି ଅନିୟମିତତାର ପ୍ରମାଣ ମିଳିଛି। ତଦନ୍ତ ରିପୋର୍ଟ ଆଧାରରେ ଉପରୋକ୍ତ ଦୁଇ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ସଭାପତିଙ୍କୁ ସୁପାରିସ କରାଯାଇଛି। ଅନ୍ୟପକ୍ଷେ ଜିଲାର ମାନ୍ଧତାପୁର, ନୋତ୍ତର, ରଙ୍କଦେଉଳି ପ୍ରାଥମିକ କୃଷି ସମବାୟ ସମିତିରେ ନକଲି ଚାଷୀଙ୍କ ଧାନକିଣା ଅଭିଯୋଗର ତଦନ୍ତ ହେଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମାନ୍ଧତାପୁରରେ ୧୦ରୁ ଊର୍ଦ୍ଧ୍ୱ ନକଲି ଚାଷୀଙ୍କ ନାଁରେ ଧାନ ବିକ୍ରି କରାଯାଇଛି। ମାନ୍ଧତାପୁର ପ୍ରାଥମିକ କୃଷି ସମବାୟ ସମିତିରେ ନକଲି ଚାଷୀ ମମତା ସାହୁଙ୍କ ନାଁରେ ୪୯.୧୨ କୁଇଣ୍ଟାଲ ଓ ୪୬ .୯୦ କୁଇଣ୍ଟାଲ ପତିତ ଜମି ଧାନ କିଣାଯାଇଛି। କାଗଜାତରେ ଏହି ଜମି ସାରଦ-୧ ରହିଛି। ସେହିଭଳି ଲିପୁ ମହାପାତ୍ରଙ୍କନାଁରେ ୪୯.୯୩ କୁଇଣ୍ଟାଲ ଓ ୪୯.୪୭ କୁଇଣ୍ଟାଲ, ଲକ୍ଷ୍ମୀଧର ବାରିକଙ୍କ ନାଁରେ ୫୦ କୁଇଣ୍ଟାଲ, ଝୁନି ମହାପାତ୍ରଙ୍କ ନାଁରେ ୪୯.୯୮ କୁଇଣ୍ଟାଲ ଓ ୫୦ କୁଇଣ୍ଟାଲ ଧାନ କିଣାଯାଇଛି। ଏହି ସମିତିରେ ପ୍ରାୟ ୨୫ ନକଲି ଚାଷୀଙ୍କଠାରୁ ଧାନ କିଣା ସରିଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ନୋତ୍ତର ପ୍ରାଥମିକ କୃଷି ସମବାୟ ସମିତିରେ ନକଲି ଚାଷୀ ନାରାୟଣ ସାହୁଙ୍କ ନାଁରେ ୪୮.୧୨ କୁଇଣ୍ଟାଲ ଓ ୪୭.୨୬ କୁଇଣ୍ଟାଲ, ମହମ୍ମଦ ଅନସରଙ୍କ ନାଁରେ ୫୦ କୁଇଣ୍ଟାଲ, ଗଦାଧର ପ୍ରଧାନଙ୍କ ନାଁରେ ୪୮.୦୪ ଓ ୪୯.୨୬ କୁଇଣ୍ଟାଲ ଧାନ ବିକ୍ରି ହୋଇଛି। ଏଠାରେ ବି ୨୦ରୁ ଊର୍ଦ୍ଧ୍ୱ ନକଲି ଚାଷୀଙ୍କ ନାଁରେ ଧାନ ବିକ୍ରି ହୋଇଛି। ଏହି ନକଲି ଚାଷୀଙ୍କ କାଗଜପତ୍ର ଯାଞ୍ଚ କରାଗଲେ ଲକ୍ଷାଧିକ ଟଙ୍କା ଦୁର୍ନୀତିର ପର୍ଦ୍ଦାଫାଶ ହେବ ବୋଲି ଚାଷୀ କହିଛନ୍ତି।
ଏନେଇ ମାନ୍ଧତାପୁର, ନୋତ୍ତର ଅଞ୍ଚଳର ଦୁଇଚାଷୀ କହିଛନ୍ତି, ଧାନମଣ୍ଡିରେ ଚାଷୀଙ୍କୁ ନୁହେଁ ଧାନ ବ୍ୟବସାୟୀଙ୍କୁ ଗୁରୁତ୍ୱ ଦିଆଯାଉଛି। ଚାଷୀ ଆଣିଥିବା ଧାନରେ ଗୋଡ଼ି, ପଥର, ଅଳିଆ ରହିଥିବା କହି ବସ୍ତା ପିଛା ୫ରୁ ୮ କେଜି କଟାଯାଉଛି। ଧାନ ବିକ୍ରି ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି। ଏପରି ପରିସ୍ଥିତିରେ ଚାଷୀ ଧାନ ବିକ୍ରି କରିବାକୁ ପ୍ରତିବର୍ଷ ହଟହଟା ହେଉଛନ୍ତି। ଫଳରେ ବହୁ ଚାଷୀ ମଣ୍ଡିକୁ ଆସୁନାହାନ୍ତି, ଯାହାର ଫାଇଦା ବ୍ୟବସାୟୀ ନେଉଛନ୍ତି ।
ବ୍ୟବସାୟୀମାନେ ନିଜର ଅନୁଗତ ଲୋକଙ୍କ ନାଁରେ ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲୁଛନ୍ତି। ସେମାନଙ୍କୁ ଚାଷୀ ଦର୍ଶାଯାଉଛି। ଫଳରେ ଧାନ ବିକ୍ରି ଟଙ୍କା ତାଙ୍କ ଆକାଉଣ୍ଟ ନଂ.କୁ ଯାଉଛି। ଏଥିପାଇଁ ନକଲି କାଗଜପତ୍ରର ସାହାରା ନିଆଯାଉଛି। ସ୍ଥାନୀୟ ସମିତି ସମ୍ପାଦକଙ୍କ ସହଯୋଗରେ ଧାନ ବିକ୍ରି କରାଯାଉଛି। ଏଥିରେ ମିଲ ମାଲିକ ସହଯୋଗ କରୁଥିବାବେଳେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସମର୍ଥନ ରହୁଛି। ଫଳରେ ଏହି ଅନିୟମିତତାକୁ ସହଜରେ ଧରିବା ସମ୍ଭବ ହେଉ ନାହିଁ। କାରଣ ତଳୁ ଉପରସ୍ତର ଯାଏ ମିଳିମିଶି ଚାଷୀଙ୍କ ନାଁରେ ଧାନ ଟଙ୍କା ଲୁଟୁଛନ୍ତି। ଏ ସଂକ୍ରାନ୍ତରେ ଏଆରସିଏସ୍‌ ଭାସ୍କର ପାଣିଗ୍ରାହୀ କୁହନ୍ତି, ଧାନକିଣାରେ ଅନିୟମିତତା ସାମ୍‌ନାକୁ ଆସିଲେ ଆମେ ତୁରନ୍ତ ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ଚଳିତବର୍ଷ ୫ଟି ଧାନମଣ୍ଡିରେ ଅନିୟମିତତା ଅଭିଯୋଗ ଆସିଛି। ଏହାର ତଦନ୍ତ ଚାଲିଛି। କଜଳାଇପଲ୍ଲୀ ଓ ଗୋଲଗାଁ  ପ୍ରାଥମିକ କୃଷି ସମବାୟ ସମିତିର ତଦନ୍ତ ରିପୋର୍ଟ ମିଳିବା ପରେ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ସଭାପତିଙ୍କୁ ସୁପାରିସ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri