ନକଲି ଚାଷୀଙ୍କଠାରୁ ଧାନକିଣା

ନୟାଗଡ଼ ଅଫିସ,୫।୨: ନୟାଗଡ଼ ଜିଲାର ବିଭିନ୍ନ ଧାନମଣ୍ଡିରେ ନକଲି ଚାଷୀ ଧାନ ବିକ୍ରି କରୁଛନ୍ତି। ଏଭଳି ଅଭିଯୋଗ ବହୁ ପୁରୁଣା ହୋଇଥିଲେ ହେଁ ପ୍ରଶାସନର ଲଗାମ ନାହିଁ। ସେଥିପାଇଁ ପ୍ରତିବର୍ଷ ଏପରି ଚାଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରକୃତ ଚାଷୀଙ୍କ ଟାର୍ଗେଟ ପୂରଣ ହେଉ ନ ଥିଲା ବେଳେ ନକଲି ଚାଷୀ ଅତି ସହଜରେ ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି।
୨୦୨୦-୨୧ ଖରିଫ ଋତୁରେ ଜିଲାର ଓଡ଼ଗାଁ  ବ୍ଲକ କଜଳାଇପଲ୍ଲୀ ଓ ଗୋଲଗାଁ  ପ୍ରାଥମିକ କୃଷି ସମବାୟ ସମିତିରେ ଖୋଲିଥିବା ଧାନମଣ୍ଡିରେ ଏପରି ଅନିୟମିତତାର ପ୍ରମାଣ ମିଳିଛି। ତଦନ୍ତ ରିପୋର୍ଟ ଆଧାରରେ ଉପରୋକ୍ତ ଦୁଇ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ସଭାପତିଙ୍କୁ ସୁପାରିସ କରାଯାଇଛି। ଅନ୍ୟପକ୍ଷେ ଜିଲାର ମାନ୍ଧତାପୁର, ନୋତ୍ତର, ରଙ୍କଦେଉଳି ପ୍ରାଥମିକ କୃଷି ସମବାୟ ସମିତିରେ ନକଲି ଚାଷୀଙ୍କ ଧାନକିଣା ଅଭିଯୋଗର ତଦନ୍ତ ହେଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମାନ୍ଧତାପୁରରେ ୧୦ରୁ ଊର୍ଦ୍ଧ୍ୱ ନକଲି ଚାଷୀଙ୍କ ନାଁରେ ଧାନ ବିକ୍ରି କରାଯାଇଛି। ମାନ୍ଧତାପୁର ପ୍ରାଥମିକ କୃଷି ସମବାୟ ସମିତିରେ ନକଲି ଚାଷୀ ମମତା ସାହୁଙ୍କ ନାଁରେ ୪୯.୧୨ କୁଇଣ୍ଟାଲ ଓ ୪୬ .୯୦ କୁଇଣ୍ଟାଲ ପତିତ ଜମି ଧାନ କିଣାଯାଇଛି। କାଗଜାତରେ ଏହି ଜମି ସାରଦ-୧ ରହିଛି। ସେହିଭଳି ଲିପୁ ମହାପାତ୍ରଙ୍କନାଁରେ ୪୯.୯୩ କୁଇଣ୍ଟାଲ ଓ ୪୯.୪୭ କୁଇଣ୍ଟାଲ, ଲକ୍ଷ୍ମୀଧର ବାରିକଙ୍କ ନାଁରେ ୫୦ କୁଇଣ୍ଟାଲ, ଝୁନି ମହାପାତ୍ରଙ୍କ ନାଁରେ ୪୯.୯୮ କୁଇଣ୍ଟାଲ ଓ ୫୦ କୁଇଣ୍ଟାଲ ଧାନ କିଣାଯାଇଛି। ଏହି ସମିତିରେ ପ୍ରାୟ ୨୫ ନକଲି ଚାଷୀଙ୍କଠାରୁ ଧାନ କିଣା ସରିଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ନୋତ୍ତର ପ୍ରାଥମିକ କୃଷି ସମବାୟ ସମିତିରେ ନକଲି ଚାଷୀ ନାରାୟଣ ସାହୁଙ୍କ ନାଁରେ ୪୮.୧୨ କୁଇଣ୍ଟାଲ ଓ ୪୭.୨୬ କୁଇଣ୍ଟାଲ, ମହମ୍ମଦ ଅନସରଙ୍କ ନାଁରେ ୫୦ କୁଇଣ୍ଟାଲ, ଗଦାଧର ପ୍ରଧାନଙ୍କ ନାଁରେ ୪୮.୦୪ ଓ ୪୯.୨୬ କୁଇଣ୍ଟାଲ ଧାନ ବିକ୍ରି ହୋଇଛି। ଏଠାରେ ବି ୨୦ରୁ ଊର୍ଦ୍ଧ୍ୱ ନକଲି ଚାଷୀଙ୍କ ନାଁରେ ଧାନ ବିକ୍ରି ହୋଇଛି। ଏହି ନକଲି ଚାଷୀଙ୍କ କାଗଜପତ୍ର ଯାଞ୍ଚ କରାଗଲେ ଲକ୍ଷାଧିକ ଟଙ୍କା ଦୁର୍ନୀତିର ପର୍ଦ୍ଦାଫାଶ ହେବ ବୋଲି ଚାଷୀ କହିଛନ୍ତି।
ଏନେଇ ମାନ୍ଧତାପୁର, ନୋତ୍ତର ଅଞ୍ଚଳର ଦୁଇଚାଷୀ କହିଛନ୍ତି, ଧାନମଣ୍ଡିରେ ଚାଷୀଙ୍କୁ ନୁହେଁ ଧାନ ବ୍ୟବସାୟୀଙ୍କୁ ଗୁରୁତ୍ୱ ଦିଆଯାଉଛି। ଚାଷୀ ଆଣିଥିବା ଧାନରେ ଗୋଡ଼ି, ପଥର, ଅଳିଆ ରହିଥିବା କହି ବସ୍ତା ପିଛା ୫ରୁ ୮ କେଜି କଟାଯାଉଛି। ଧାନ ବିକ୍ରି ପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି। ଏପରି ପରିସ୍ଥିତିରେ ଚାଷୀ ଧାନ ବିକ୍ରି କରିବାକୁ ପ୍ରତିବର୍ଷ ହଟହଟା ହେଉଛନ୍ତି। ଫଳରେ ବହୁ ଚାଷୀ ମଣ୍ଡିକୁ ଆସୁନାହାନ୍ତି, ଯାହାର ଫାଇଦା ବ୍ୟବସାୟୀ ନେଉଛନ୍ତି ।
ବ୍ୟବସାୟୀମାନେ ନିଜର ଅନୁଗତ ଲୋକଙ୍କ ନାଁରେ ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲୁଛନ୍ତି। ସେମାନଙ୍କୁ ଚାଷୀ ଦର୍ଶାଯାଉଛି। ଫଳରେ ଧାନ ବିକ୍ରି ଟଙ୍କା ତାଙ୍କ ଆକାଉଣ୍ଟ ନଂ.କୁ ଯାଉଛି। ଏଥିପାଇଁ ନକଲି କାଗଜପତ୍ରର ସାହାରା ନିଆଯାଉଛି। ସ୍ଥାନୀୟ ସମିତି ସମ୍ପାଦକଙ୍କ ସହଯୋଗରେ ଧାନ ବିକ୍ରି କରାଯାଉଛି। ଏଥିରେ ମିଲ ମାଲିକ ସହଯୋଗ କରୁଥିବାବେଳେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସମର୍ଥନ ରହୁଛି। ଫଳରେ ଏହି ଅନିୟମିତତାକୁ ସହଜରେ ଧରିବା ସମ୍ଭବ ହେଉ ନାହିଁ। କାରଣ ତଳୁ ଉପରସ୍ତର ଯାଏ ମିଳିମିଶି ଚାଷୀଙ୍କ ନାଁରେ ଧାନ ଟଙ୍କା ଲୁଟୁଛନ୍ତି। ଏ ସଂକ୍ରାନ୍ତରେ ଏଆରସିଏସ୍‌ ଭାସ୍କର ପାଣିଗ୍ରାହୀ କୁହନ୍ତି, ଧାନକିଣାରେ ଅନିୟମିତତା ସାମ୍‌ନାକୁ ଆସିଲେ ଆମେ ତୁରନ୍ତ ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ଚଳିତବର୍ଷ ୫ଟି ଧାନମଣ୍ଡିରେ ଅନିୟମିତତା ଅଭିଯୋଗ ଆସିଛି। ଏହାର ତଦନ୍ତ ଚାଲିଛି। କଜଳାଇପଲ୍ଲୀ ଓ ଗୋଲଗାଁ  ପ୍ରାଥମିକ କୃଷି ସମବାୟ ସମିତିର ତଦନ୍ତ ରିପୋର୍ଟ ମିଳିବା ପରେ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ସଭାପତିଙ୍କୁ ସୁପାରିସ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?