ହାଇକୋର୍ଟରେ ନୟାଗଡ଼ ଚିନିକଳର ଶୁଣାଣି: ସତ୍ୟପାଠ, ସମ୍ପତ୍ତି ଆକଳନ ତାଲିକା ଦାଖଲ

ନୟାଗଡ଼ ଅଫିସ,୫।୨: ହାଇକୋର୍ଟରେ ମୁଖ୍ୟ ବିଚାରପତି ଡକ୍ଟର ଏସ୍‌. ମୁରଲୀଧର ଓ ବିଚାରପତି ବିଶ୍ୱରଞ୍ଜନ ରଥଙ୍କୁ ନେଇ ଦୁଇଜଣିଆ ଖଣ୍ଡପୀଠ ଗୁରୁବାର ନୟାଗଡ଼ ଚିନିକଳର ଭିଡିଓ କନ୍‌ଫରେନ୍ସ ମୋଡ୍‌ରେ ଶୁଣାଣି କରିଛନ୍ତି। ନୟାଗଡ଼ ଜିଲାପାଳ ପୋମା ଟୁଡୁ ଓ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ସବିର ପଣ୍ଡା ଓକିଲଙ୍କ ଜରିଆରେ ଜାନୁୟାରୀ ୨୮ରେ ହୋଇଥିବା ଚିନିକଳ ସମ୍ପତ୍ତି ଆକଳନ ତାଲିକା ଦାଖଲ ସହ ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରିଥିଲେ। ଅପରପକ୍ଷରେ ଜିଲାପାଳ ଓ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକଙ୍କ ସତ୍ୟପାଠ ଉପରେ ସାନି ଜବାବ ଦାଖଲ କରିବା ପାଇଁ ନୟା ସୁଗାର କମ୍ପ୍ଲେକ୍ସ ଲିମିଟେଡର ମାଲିକ ତ୍ରୈଲୋକ୍ୟ ମିଶ୍ର ଖଣ୍ଡପୀଠଙ୍କ ଅନୁମତି ଲୋଡିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨କୁ ସ୍ଥିର ହୋଇଛି। ତେବେ ଶୁଣାଣି ଚାଲିଥିବା ସମୟରେ ନୟାଗଡ଼ର ଆଇନଜୀବୀ ରଣଜିତ ଦାଶଙ୍କ ଦ୍ୱାରା ୧୮୬୯/୧।୨।୨୦୨୧ର ଦାଖଲ ହୋଇଥିବା ଇଣ୍ଟର ଭେନ୍‌ସନ ପିଟିଶନକୁ ଖଣ୍ଡପୀଠ ବିଚାର ପାଇଁ ଗ୍ରହଣ କରିବା ସହ ପ୍ରତିପକ୍ଷ ୟୁକୋ ବ୍ୟାଙ୍କ, ଜିଲାପାଳ, ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକଙ୍କୁୁ ନୋଟିସ୍‌ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ ଧାର୍ଯ୍ୟ ହୋଇଥିବାବେଳେ ସେହିଦିନ ଇଣ୍ଟରଭେନ୍‌ସନ ପିଟିଶନର ଜବାବ ଦାଖଲ ପାଇଁ କୁହାଯାଇଛି।
ଆଇନଜୀବୀ ରଣଜିତ୍‌ ଦାଶ ହାଇକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଛନ୍ତି, ନୟାଗଡ଼ ଜିଲାରେ ୩୦ହଜାର ଆଖୁଚାଷୀ ପାଣିପୋଇଲାସ୍ଥିତ ନୟାଗଡ଼ ଚିନିକଳ ଉପରେ ନିର୍ଭରଶୀଳ ଥିଲେ। ଏଥିରେ ୧ଲକ୍ଷ ୨୦ହଜାର ଟନ ଆଖୁ ପେଡ଼ା ଯାଉଥିଲା। ଜିଲାର ହଜାର ହଜାର ଚାଷୀଙ୍କ ଅର୍ଥନୈତିକ ଅବସ୍ଥାରେ ସ୍ବଚ୍ଛଳତା ଆସିଥିଲା। ଚିନିକଳ ବନ୍ଦ ହେବାପରଠାରୁ ଆଖୁ ଚାଷୀ ଓ ଚିନିକଳ କର୍ମଚାରୀ ବକେୟା ପ୍ରାପ୍ୟ ପାଇ ନାହାନ୍ତି। ଏପରି କି ସୁରକ୍ଷା ଅଭାବରୁ ଚିନିକଳରୁ ୨୫ କୋଟି ଟଙ୍କାର ପ୍ଲାଣ୍ଟ ମେଶିନାରୀ ଚୋରି ହୋଇଯାଇଛି। ଏହି ମୂଲ୍ୟବାନ ଯନ୍ତ୍ରାଂଶ ଉଦ୍ଧାର କରିବାକୁ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ ସହ ଚିନିକଳରେ ପୋଲିସ ମୁତୟନ କରି ସୁରକ୍ଷା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। ତେବେ କୋର୍ଟଙ୍କ ନିର୍ଦ୍ଦେଶ ଏଯାବତ୍‌ କାର୍ଯ୍ୟକାରୀ ହୋଇ ନାହିଁ। ଇତିମଧ୍ୟରେ ଆଖୁଚାଷୀମାନେ କାମ ହରାଇ ଦାଦନ ଚାଲିଗଲେଣି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ଜିଲାପାଳଙ୍କ ବିରୋଧରେ ଉତ୍ତରଚ୍‌ଦାୟିତ୍ୱ ଧାର୍ଯ୍ୟ କରିବା ପାଇଁ ଇଣ୍ଟରଭେନ୍‌ଶନ ପିଟିଶନରେ ଉଲ୍ଲେଖ ରହିଛି। ପୁଣି ୨୫କୋଟି ଟଙ୍କାର ଯନ୍ତ୍ରାଂଶ ଚୋରିର ତଦାରଖ ପାଇଁ ହାଇକୋର୍ଟଙ୍କ ଦ୍ୱାରା ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ, ଚିନିକଳକୁ ପୁନଃରୁଦ୍ଧାର କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଆଖୁନ୍‌ଚାଷୀ ଓ ଚିନିକଳ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ପାଇବାର ବ୍ୟବସ୍ଥା କରିବାକୁ ଆବେଦନରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?