ମୁଠି ଚାଉଳରେ ଜଙ୍ଗଲ ସୁରକ୍ଷା

ନୟାଗଡ଼ ଅଫିସ,୧।୨: ଆଦିବାସୀଙ୍କ ଜଙ୍ଗଲ ସୁରକ୍ଷା ଯୋଗୁ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତର ସମ୍ପଡ଼ା ଓ ଷଣ୍ଢମରା ଗାଁ ପାଖରେ ପୁଣି ନୂଆ ଜଙ୍ଗଲ ସୃଷ୍ଟି ହୋଇପାରିଛି। ଦୁଇ ଉଜୁଡା ଜଙ୍ଗଲ ଜୀବନ୍ୟାସ ପାଇଛି। ଏବେ ସେହି ଜଙ୍ଗଲ ସବୁଜିମାରେ ପୂରି ଉଠିଛି। ଆଦିବାସୀଙ୍କ ଏହି ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଅନ୍ୟମାନଙ୍କ ପାଇଁ ପ୍ରେରଣା ଦେଇଛି।
ଷଣ୍ଢମରା ଓ ସମ୍ପଡ଼ା ଗାଁ ନିକଟରେ ରହିଛି ହାତୀମୁଣ୍ଡ ଜଙ୍ଗଲ। ପ୍ରାୟ ୩୦ ବର୍ଷ ତଳେ ସେହି ଜଙ୍ଗଲ ଶାଳଗଛରେ ପୂରି ରହିଥିଲା। ହେଲେ କାଠ ମାଫିଆମାନେ ଧୀରେ ଧୀରେ ସେହି ଜଙ୍ଗଲକୁ ପଦା କରି ଦେଇଥିଲେ। ଏପରି ସ୍ଥିତି ଦେଖି ଦୁଇ ଗାଁର ଆଦିବାସୀମାନେ ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିଲେ। ଉଭୟ ଗାଁରେ ଏଥିପାଇଁ ବୈଠକ ବସିଲା। ଗାଁ ଲୋକ ଜଙ୍ଗଲ ଜଗିବାକୁ ସହମତି ପ୍ରକାଶ କରିବା ପରେ ପରିବାର ପିଛା ମୁଠେ ଲେଖାଏ ଚାଉଳ ଆଦାୟ କରାଗଲା। ଦୁଇ ଗାଁର ୪ଜଣ ଲୋକ ପାଳି କରି ଜଙ୍ଗଲକୁ ସୁରକ୍ଷା ଦେଲେ। ସଂଗ୍ରହ କରାଯାଉଥିବା ମୁଠି ଚାଉଳକୁ ବିକ୍ରି କରି ଯାହା ମିଳୁଥିଲା ତାହା ଜଙ୍ଗଲ ସୁରକ୍ଷା ପାଇଁ ଖର୍ଚ୍ଚ କରାଯାଉଥିଲା। ପ୍ରଥମେ କାଠ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିଥିଲା। ଆଦିବାସୀମାନେ ଭୟ ନ କରି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଧୀରେ ଧୀରେ ସେହି ଜଙ୍ଗଲରୁ କାଠ ମାଫିଆଙ୍କ ଅଧିକାର ହଟିଥିଲା। ଏବେ ଷଣ୍ଢମରାରେ ୧୭୭ ହେକ୍ଟର ଓ ସମ୍ପଡ଼ାରେ ୧୫୦ ହେକ୍ଟର ଜଙ୍ଗଲରେ ଶାଳଗଛ ଠିଆ ହୋଇଛି।
ଷଣ୍ଢମରା ଓ ସମ୍ପଡ଼ା ଗାଁରେ ବସବାସ କରୁଥିବା ଆଦିବାସୀଙ୍କ ନିଜସ୍ବ ଜମି ନାହିଁ କହିଲେ ଚଳେ। ସେମାନେ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି। ଘରର ମହିଳାମାନେ ଜଙ୍ଗଲରୁ ଶାଳପତ୍ର ଆଣି ଖଲି ତିଆରି କରନ୍ତି। ଜଙ୍ଗଲର ଶୁଖିଲା କାଠ ବିକ୍ରି କରିଥାନ୍ତି। ଶୁଖିଲା କାଠ ବି ଜାଳେଣି ପାଇଁ ବ୍ୟବହୃତ ହୁଏ ବୋଲି ଗ୍ରାମବାସୀ କହିଛନ୍ତି। ଏନେଇ ଷଣ୍ଢମରାର ପ୍ରମୋଦ ପ୍ରଧାନ ଓ ସମ୍ପଡ଼ା ଗାଁର ନରେନ୍ଦ୍ର ବେହେରା କୁହନ୍ତି, ଷଣ୍ଢମରାରେ ୨୦ ପରିବାରର ୧୦୦ ଓ ସମ୍ପଡ଼ାରେ ୧୭ ପରିବାରର ୭୬ ଲୋକ ବାସ କରନ୍ତି। ସବୁ ଲୋକ ଜଙ୍ଗଲ ସୁରକ୍ଷାରେ ଲାଗି ପଡିଛନ୍ତି। ଜଙ୍ଗଲ ବଢ଼ିବା ପରେ ୨ଜଙ୍ଗଲକୁ ବନ ସୁରକ୍ଷା ସମିତିରେ ସାମିଲ କରାଯାଇଛି। ହେଲେ ସୁଫଳ ମିଳୁନାହିଁ। କେବଳ କାଗଜକଲମରେ ଆମ ଜଙ୍ଗଲ ବନ ସୁରକ୍ଷା ସମିତିରେ ରହିଛି ବୋଲି ଉଭୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଝୁରୁଛି ଗାଁ ମାଟି: ଶିକ୍ଷକତା ପରେ କାହଁକି ନେଲେ ଏଭଳି ଚରମ ନିଷ୍ପତ୍ତି

ବରୀ, ୧୬।୧୧ (ମହେନ୍ଦ୍ର ସ୍ୱାଇଁ): ବରୀ ଶିକ୍ଷାମଣ୍ଡଳ ଅନ୍ତର୍ଗତ ଅରଙ୍ଗାବାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ପାରିବାରିକ…

୧୩ ଛକା, ୮ଚୌକା ଇତିହାସ ରଚିଲେ ରଜତ ପାଟିଦାର, ୧୩୫ ରନ କରି କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୧୬।୧୧: ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ରଜତ ପାଟିଦାର, ଗତ କିଛି ବର୍ଷ ମଧ୍ୟରେ ଆଇପିଏଲ (IPL) ରେ ନିଜକୁ ଅନ୍ୟତମ ବିପଜ୍ଜନକ ମଧ୍ୟକ୍ରମ ବ୍ୟାଟର…

କିୱି ମାଟିରେ ଭାରତର କଡ଼ା ପରୀକ୍ଷା, ୧୫ ମିମି ଘାସ…

ନୂଆଦିଲ୍ଲୀ,୧୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ ତାରିଖରୁ ୱେଲିଂଟନ୍‌ର ଐତିହାସିକ ବେସିନ୍‌ ରିଜର୍ଭ ଷ୍ଟାଡିୟମ୍‌ରେ ଆରମ୍ଭ ହେବ ପ୍ରଥମ ଟେଷ୍ଟ ମ୍ୟାଚ୍‌ । ଏହି…

କାର୍ତ୍ତିକ ମାସର ତୃତୀୟ ସୋମବାରରେ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ: ପାଣି ପାଇଁ ଡହଳବିକଳ ହେଲେ….

ଗଞ୍ଜାମ,୧୬/୧୧ (ବିଦ୍ୟାଧର ସାହୁ): ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ଅବସରରେ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ୫୦ ହଜାରରୁ…

ନିର୍ବାଚନ ମଇଦାନକୁ ଓହ୍ଲାଇବ CJP? ଅଭିଜିତ ଦୀପକେ ଗଠନ କଲେ ଟିମ୍‌

ନୂଆଦିଲ୍ଲୀ,୧୬।୧୧: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ, ଯେତେବେଳେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ସେହି ସମୟରେ ଅଭିଜିତ ଦୀପକେଙ୍କ ଦ୍ୱାରା…

କିଡ୍‌ନୀ ଖରାପ ହେଲେ ଶରୀରରେ ଦେଖାଦିଏ ଏସବୁ ସମସ୍ୟା, କରନ୍ତୁ ନାହିଁ ଅଣଦେଖା

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଜଣାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ବାତ୍ୟା ଅକ୍ୱାନ; ୨୦ରେ ଲ୍ୟାଣ୍ଡଫଲ୍, ୧୩୦ କିମି ବେଗରେ ବହିବ ପବନ!

ଭୁବନେଶ୍ୱର, ୧୬ା୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହୋଇ ରବିବାର ଅବପାତରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ଏହା…

ବିଳମ୍ବରେ ଉଠୁଛନ୍ତି କି? ହୋଇପାରେ ଏହି ବଡ଼ ସମସ୍ୟା

ଠିକ୍‌ ସମୟରେ ଖାଇବା ଏବଂ ଶୋଇବା ଆମକୁ ଅନେକାଂଶରେ ସୁସ୍ଥ ରଖିଥାଏ। ହେଲେ କେତେକ ବ୍ୟକ୍ତି ବିଳମ୍ବରେ ଖାଦ୍ୟ ଖାଇବା ଏବଂ ଶୋଇବାକୁ ଅଭ୍ୟାସରେ ପରିଣତ କରିଦେଇଥାଆନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?