ଫାଇଲ ତଳେ ନୀଳମାଧବ ପୀଠକୁ ରୋପ୍‌ୱେ ବ୍ୟବସ୍ଥା

ଖଣ୍ଡପଡା,୨୯। ୧(ସ୍ବ.ପ୍ର.): ନୟାଗଡ଼ ଜିଲା କଣ୍ଟିଲୋ ଶ୍ରୀନୀଳମାଧବଙ୍କ ପୀଠକୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ବୟସାଧିକ୍ୟ ଓ ଭିନ୍ନକ୍ଷମ ଥିବାରୁ ପାହାଡ ଚଢ଼ି ମନ୍ଦିରକୁ ଯିବା କଷ୍ଟସାଧ୍ୟ ହୋଇଥାଏ। ଏଥିପାଇଁ ସେହି ପୀଠକୁ ଏକ ରୋପ୍‌ୱେ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ପୂର୍ବତନ ବିଧାୟକ ଏ ସଂକ୍ରାନ୍ତରେ ଗୁରୁତ୍ୱାରୋପ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ସହଯୋଗରେ ଏହି ପ୍ରକଳ୍ପ ପାଇଁ ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରି ନ ଥିଲା। ଆଜି ପର୍ଯ୍ୟନ୍ତ ସେହି ପ୍ରକଳ୍ପ ନିର୍ମାଣ ହୋଇପାରିନାହିଁ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ କଣ୍ଟିଲୋର ଶ୍ରୀନୀଳମାଧବ ପୀଠ ପରିଚିତ। ଏହି ମନ୍ଦିର ମହାନଦୀକୂଳ ବ୍ରହ୍ମାଦ୍ରୀ ଓ ପଦ୍ମାଦ୍ରୀ ପାହାଡ଼ ଶୀର୍ଷରେ ଅବସ୍ଥିତ। ମନ୍ଦିର ଚତୁଃପାର୍ଶ୍ୱରେ ପୂର୍ବ(ସିଂହ)ଦ୍ୱାର, ପଶ୍ଚିମ(ବ୍ୟାଘ୍ର)ଦ୍ୱାର, ଉତ୍ତର(ହାତୀ)ଦ୍ୱାର ଓ ଦକ୍ଷିଣ(ଘୋଡ଼ା)ଦ୍ୱାର ରହିଛି। ପ୍ରତି ଦ୍ୱାରରେ ୫୪ଟି ଉଚ୍ଚ ପାହାଚ ଅଛି। ସେହି ପାହାଚ ଚଢ଼ି ମନ୍ଦିରକୁ ଯିବା ଜଣେ ସାଧାରଣ ପର୍ଯ୍ୟଟକ ପାଇଁ କଷ୍ଟସାଧ୍ୟ। ଏପରିସ୍ଥଳେ ଜଣେ ଅକ୍ଷମ ତଥା ବୟସ୍କ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପାହାଚ ଚଢ଼ି ମନ୍ଦିରକୁ ଯିବା ସମ୍ଭବ ହୋଇ ନ ଥାଏ। ଏପରି ସମସ୍ୟାର ସମାଧାନ ପାଇଁ ବହୁ ଦିନରୁ ଦାବି ହୋଇଥିଲା। ୨୦୧୪ ନଭେମ୍ବର ୧୩ରେ ତତ୍କାଳୀନ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଓ ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜାନକୀ ବଲ୍ଲଭ ମହାପାତ୍ର ନୀଳମାଧବ ଜୀଉଙ୍କ ଦର୍ଶନ ପାଇଁ ଆସିଥିଲେ। ପାହାଡ ଚଢି ଠାକୁରଙ୍କୁ ଦର୍ଶନ କରିବା ଯାତ୍ରୀମାନଙ୍କ ପାଇଁ କିପରି ସମସ୍ୟା ସୃଷ୍ଟି କରୁଛି ସେ ସମ୍ପର୍କରେ ସେ ଅବଗତ ହେବା ପରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ରହିଥିବା ପର୍ଯ୍ୟଟନସ୍ଥଳକୁ ଯେପରି ରୋପ୍‌ ୱେ ଦ୍ୱାରା ପର୍ଯ୍ୟଟକମାନେ ଯାଇଥାନ୍ତି, ସେପରି ପ୍ରକଳ୍ପ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ୨୦୧୬ ମାର୍ଚ୍ଚ ୧ରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପରାମର୍ଶ କ୍ରମେ ଲିଙ୍ଗରାଜ ଆସୋସିଏଟ ହୀରାକୁଦ ରୋପୱେର କନସଲଟାଣ୍ଟ ସର୍ଭେ ଆରମ୍ଭ କରିଥିଲା। ମନ୍ଦିର ପଶ୍ଚିମ ପାର୍ଶ୍ୱ ପାଦ ଦେଶରୁ ପାହାଡର ଶୀର୍ଷକୁ ପ୍ରାୟ ୧୭୫ ମିଟର ରୋପୱେ ଯୋଜନା କାର୍ଯ୍ୟକାରୀ ସମ୍ପର୍କରେ ଅନୁକୂଳ ମତ ପୋଷଣ କରିଥିଲେ। ପ୍ରାଥମିକ ସର୍ଭେ ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ପ୍ରାୟ ସାଢେ ୩ରୁ ୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣା ପଡିଥିଲା। ଏହି ସର୍ଭେ ରିପୋର୍ଟକୁ ନୟାଗଡ ଜିଲାପାଳଙ୍କୁ ପ୍ରଦାନ କରାଯିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଆର୍ଥତ୍କ ଅନୁଦାନ ପାଇଁ ଏହାର ଡିପିଆର ଓ ଡ୍ରଇଂ ଡିଜାଇନ ପର୍ଯ୍ୟଟନ ବିଭାଗରୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ। ଅନୁଦାନ ମଞ୍ଜୁର ପରେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଥିଲାା ମାତ୍ର ପରବର୍ତ୍ତୀ ସମୟରେ ସେହି ପ୍ରକଳ୍ପ ସମ୍ପର୍କରେ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ନହେବାରୁ ସାଧାରଣରେ ସ୍ବପ୍ନରେ ରହିଯାଇଛି।
ଏ ସମ୍ପର୍କରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ନୀଳମାଧବ ମନ୍ଦିର ତଥା ପୀଠ ପାଇଁ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିପାଇଁ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri