ପରୀ ପରିବାରକୁ ମିଳିବ ୯ ଲକ୍ଷ ଟଙ୍କା

ନୟାଗଡ଼ ଅଫିସ,୧।୨: ଭିକ୍ଟିଂ କମ୍ପେନସେସନ୍‌ ଆକ୍ଟ ଜରିଆରେ ପରୀ ପରିବାରକୁ ଦୁଇ ପର୍ଯ୍ୟାୟରେ ମିଳିବ ୯ ଲକ୍ଷ ଟଙ୍କା । ଏନେଇ ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ବୀକୃତି ମିଳିଛି। ସୋମବାର ନୟାଗଡ଼ ଜିଲା ଜଜ୍‌ ଓ ଦୌରାଜଜ୍‌ଙ୍କ ସମ୍ମିଳନୀ କକ୍ଷରେ ଜିଲା ଆଇନ ସେବା ପ୍ରାଧିକରଣ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା ଜଜ୍‌ ଓ ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲାପାଳ ପୋମା ଟୁଡୁ, ଏସ୍‌ପି ସିଦ୍ଧାର୍ଥ କଟାରିଆ, ସିଡିଏମ୍‌ଓ ଶକ୍ତି ପ୍ରସାଦ ମିଶ୍ର, ସରକାରୀ ଓକିଲ ବିଷ୍ଣୁ ପ୍ରସନ୍ନ ମହାପାତ୍ର ଓ ଜିଲା ଆଇନ ସେବା ପ୍ରାଧିକରଣ କମିଟିର ସମ୍ପାଦକ ଯୋଗ ଦେଇଥିଲେ । ପରୀ ହତ୍ୟାକାଣ୍ଡ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ୯ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଇନ ସେବା ପ୍ରାଧିକରଣ କମିଟି ତା’ର ସୁପାରିସକୁ ରାଜ୍ୟ ଆଇନ ସେବା ପ୍ରାଧିକରଣ କମିଟିକୁ ପଠାଇଥିଲେ। କୌଣସି ସ୍ଥାନରେ ହତ୍ୟାକାଣ୍ଡ ଘଟିଲେ ମୃତକଙ୍କ ପରିବାରବର୍ଗକୁ ଅତିବେଶୀରେ ୧୦ ଲକ୍ଷ ଟଙ୍କା ଭିକ୍ଟିଂ କମ୍ପେନସେସନ୍‌ ଆକ୍ଟରେ ଦିଆଯିବାର ନିୟମ ରହିଛି।
ସୂଚନାଯୋଗ୍ୟ, ଗାଁ ଦାଣ୍ଡରେ ଖେଳୁଥିବାବେଳେ ଯଦୁପୁର ଗାଁ ଅଶୋକ ସାହୁଙ୍କ ୬ ବର୍ଷୀୟା ଝିଅ ପରୀ ୨୦୨୦ ଜୁଲାଇ ୧୪ରେ ନିଖୋଜ ହୋଇଯାଇଥିଲେ। ନିଖୋଜର ୧୦ଦିନ ଅର୍ଥାତ୍‌ ଜୁଲାଇ ୨୩ରେ ପରୀର ୧୨ ଖଣ୍ଡ ହାଡ଼, ଖପୁରି ଓ ଶାର୍ଟ ଅଖାବସ୍ତା ଭିତରୁ ତାଙ୍କ ବାରିପଟ ପୋଖରୀ ହଡ଼ାରୁ ଜବତ କରାଯାଇଥିଲା । ପୋଲିସ ୯୮/୨୦ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା । ହତ୍ୟାକାରୀଙ୍କ ଟେର ନ ପାଇବାରୁ ୨୦୨୦ ଅଗଷ୍ଟ ୧୨ରେ ପୋଲିସ ଉପରୁ ଆସ୍ଥା ହରାଇ ପରିବାର ଲୋକଙ୍କ ସମେତ ଯଦୁପୁର ଗଁା ଲୋକେ ସିବିଆଇ ଅଥବା କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବିରେ ନୟାଗଡ-ଖଣ୍ଡପଡା ରାସ୍ତାର ଯଦୁପୁର ଠାରେ ରାସ୍ତାରୋକୋ କରିଥିଲେ । ନ୍ୟାୟ ନ ପାଇବାରୁ ନଭେମ୍ବର ୨୪ରେ ପୋଲିସ, ଜିଲା ପ୍ରଶାସନ ଓ ନୟାଗଡର ମନ୍ତ୍ରୀ ତଥା ବିଧାୟକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ପରୀର ମା’ବାପା ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଡିଜେଲ ଓ କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କରିଥିଲେ । ପରେ ଏସ୍‌ଆଇଟି ତଦନ୍ତ କରି ଜଣେ କଲେଜ ଛାତ୍ରଙ୍କୁ କୋର୍ଟରେ ହାଜର କରାଯାଇଥିଲା, ଯାହାର ବିଚାର ଚିଲ୍‌ଡ୍ରେନ କୋର୍ଟରେ ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?