ବାଲିଶୁୁଆଙ୍କ ସଂଖ୍ୟା କମୁଛି

ନୟାଗଡ ଅଫିସ,୫।୨: ବିଭିନ୍ନ ପ୍ରଜାତିର ଶୁଆଙ୍କ ମଧ୍ୟରେ ବାଲି ଶୁଆ ଭିନ୍ନ । ସାଧାରଣତଃ ଶୁଆମାନେ ଡାଳକୁ ଡାଳ ଉଡି ବୁଲନ୍ତି । ଗଛରେ ବସା ବାନ୍ଧି ରୁହନ୍ତି । କିନ୍ତୁ ବାଲି ଶୁଆ ବାଲିରେ ସୁଡ଼ଙ୍ଗ କରି ରୁହେ ଓ ଗଛରେ ବସା ବାନ୍ଧି ପାରେ । ବାଲିରେ ସୁଡଙ୍ଗ କରି ରହୁଥିବାବେଳେ ଯିବା ଆସିବାର ଦ୍ୱାର ଭିନ୍ନ । କେତେବେଳେ କେଉଁ ଦ୍ୱାରରେ ଯାତାୟାତ କରେ ତାହା ଜାଣିବା ସହଜ ନୁହେଁ । ବର୍ଷର ୯ମାସ ବାଲିରେ ଓ କେବଳ ବର୍ଷା ଋତୁ ୩ମାସ ଗଛରେ ବସା ବାନ୍ଧି ରୁହେ । ଏଭଳି ଶୁଆ ନୟାଗଡ ଜିଲା ବାଇଶିପଲ୍ଲୀ ଅଭୟାରଣ୍ୟର ଆକର୍ଷଣ । ତେବେ ଧୀରେ ଧୀରେ ସେମାନଙ୍କ ସଂଖ୍ୟା କମି ଚାଲିଥିବାରୁ ପରିବେଶବିତ୍‌ମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ବାଇଶିପଲ୍ଲୀ ଅଭୟାରଣ୍ୟ ଅଞ୍ଚଳରେ ଥିବା ପଡିଆରେ ବାଲିଶୁଆ ଦେଖିବାକୁ ମିଳନ୍ତି । ସେହି ଶୁଆର ଉଚ୍ଚତା ୧୫ରୁ ୨୦ ସେମି ଓ ଲମ୍ବ ୩୦ରୁ ୪୦ ସେମି। ଆଖି ପଛ ପାଖରୁ ଥଣ୍ଟ ପର୍ଯ୍ୟନ୍ତ ଏକ କଳା ରଙ୍ଗର ପଟି ଚିହ୍ନ ରହିଛି । ଥଣ୍ଟଟି କଳାରଙ୍ଗର ହୋଇଥିବାବେଳେ ଲମ୍ବ ୩ରୁ ୪ସେମି।  ଥଣ୍ଟ ତଳ ଭାଗରେ ହଳଦିଆ ଓ ଧୂସର ରଙ୍ଗର ମିଶ୍ରିତ ଅନ୍ୟ ଏକ ଦାଗ ରହିଛି । ଦେହସାରା ଶାଗୁଆ ରଙ୍ଗ ହୋଇଥିବାବେଳେ ଲାଞ୍ଜଟି ନୀଳ ରଙ୍ଗର । ମହୁ, ମହୁମାଛି, ବିଭିନ୍ନ ପ୍ରକାରର ଶସ୍ୟ ଓ ଛୋଟ କୀଟପତଙ୍ଗ ସେମାନଙ୍କର ଖାଦ୍ୟ ।

ଏନେଇ ପରିବେଶବିତ୍‌ ସଞ୍ଜୟ ସାହୁ କୁହନ୍ତି, ବାଇଶିପଲ୍ଲୀ ଅଭୟାରଣ୍ୟର ଅନୁକୂଳ ପରିବେଶ ବାଲିଶୁଆକୁ ଆମନ୍ତ୍ରଣ କରିଥାଏ । ଏହା ଏକ ଶୁଭ ସଙ୍କେତ। ହେଲେ ଗତ କିଛିବର୍ଷ ହେବ ବାଲିଶୁଆଙ୍କ ସଂଖ୍ୟା କମିବାରେ ଲାଗିଛି। ଯାହା ପରିବେଶ ପାଇଁ ବିପଦକୁ ଆମନ୍ତ୍ରଣ କରୁଛି । ସେମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରା ନ ଗଲେ ସମୟ ଆସିବ ନୟାଗଡ ଜିଲାରୁ ବାଲିଶୁଆ ବିଲୁପ୍ତ ହୋଇଯିବେ । ବିଭିନ୍ନ ସ୍ଥାନରେ ଏବେ ପକ୍ଷୀ ଗଣନା ଚାଲିଛି। ଏଠାରେ ବି ବାଲିଶୁଆ ଗଣନା କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ପରିବେଶବିତ୍‌୍‌ ସୁବାସ ନାୟକ ଓ ପକ୍ଷୀପ୍ରେମୀ ଗିରିଜା ଶଙ୍କର ମହାପାତ୍ର କୁହନ୍ତି, ମାନବ ସମାଜକୁ ପ୍ରକୃତିର ଉପହାର ବାଲି ଶୁଆ। ବାଇଶିପଲ୍ଲୀ ଅଭୟାରଣ୍ୟର ସୌନ୍ଦର୍ଯ୍ୟ ବୃଦ୍ଧିରେ ବାଲି ଶୁଆଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ସେମାନଙ୍କ ବଂଶବୃଦ୍ଧି ଓ ସୁରକ୍ଷା ପାଇଁ ବ୍ୟବସ୍ଥା କରାଇବା ଜରୁରୀ ବୋଲି ଉଭୟ କହିଛନ୍ତି।

ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

ଗାଁ ଭିତରେ ମଦ ବିକ୍ରିକୁ ବିରୋଧ, ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୂନମାଠ ପଞ୍ଚାୟତ ଅଧିନସ୍ଥ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ବେନିୟମ ଭାବେ ବିକ୍ରିକୁ…

ଲାଞ୍ଚ ନେଉଥିଲେ RI, ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର, ୫।୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନାସ୍ୱତ୍ତ୍ୱ ପ୍ରଦାନ କରିବା…

ମନରେଗା ଜନଶୁଣାଣିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗାଏବ: ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୫ା୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି…

Chanakya Niti: କେମିତି ନିବିଡ଼ ହେବ ସମ୍ପର୍କ, ଏହାକୁ ବଜାୟ ରଖିବାର ସହଜ କଳା…

ଭାରତୀୟ ସଂସ୍କୃତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ଚାଣକ୍ୟ କେବଳ ରାଜନୀତି କିମ୍ବା କୂଟନୀତି ନୁହନ୍ତି, ବରଂ ମାନବୀୟ ସମ୍ପର୍କକୁ କିପରି ସୁନ୍ଦର ଓ…

୧୫ରେ ଛାତ୍ର ସଂସଦ ନିର୍ବାଚନ, କିଏ ଲଢ଼ିପାରିବେ? ଜାଣନ୍ତୁ ନିୟମ

ଭୁବନେଶ୍ବର,୫ା୧୦: ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?