ନୟାଗଡ଼

ଆବାସ ହିତାଧିକାରୀଙ୍କ ଅନୁଦାନ ହଡପ : ସମ୍ପୂର୍ଣ୍ଣ ହୋଇପାରୁନି ଗୃହ, ରାସ୍ତାକଡରେ ପରିବାର

ନୂଆଗାଁ,୧୨ା୮ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୁମୀ ପଞ୍ଚାୟତ ମଣିଆକୋଟ ଗ୍ରାମର ଜଣେ ହିତାଧିକାରୀଙ୍କ ଆବାସ ଅନୁଦାନ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଏଣେ ଗୃହ ନିର୍ମାଣ ଶେଷ ହୋଇ ନ ଥିବାରୁ ହିତାଧିକାରୀଙ୍କ ପରିବାର ରାସ୍ତାକଡରେ ଜୀବନ ବିତାଉଛନ୍ତି।…

କଣ୍ଟିଲୋରେ ଝୁଲଣ ଯାତ୍ରା ଆରମ୍ଭ : ସଂକୀର୍ତ୍ତନ କରି ଠାକୁରଙ୍କୁ ଝୁଲାଇଲେ ଭକ୍ତ

ଖଣ୍ଡପଡ଼ା,୧୨ା୮(ସ୍ବ.ପ୍ର.) : ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋସ୍ଥିତ ଶ୍ରୀ ନୀଳମାଧବ ଜୀଉ ପୀଠ, ରାଧାମୋହନ ଜୀଉ ମଠ, ଠାକୁର ଅଭିରାମ ପରମହଂସ ଦେବଙ୍କ ଶାନ୍ତି ଆନନ୍ଦାଶ୍ରମ, ସିଧାମୂଳାସ୍ଥିତ ଶ୍ରୀ ଜଗନ୍ନାଥ ଜୀଉଙ୍କ ମନ୍ଦିର, ଖଣ୍ଡପଡ଼ା ଶ୍ରୀ ଜଗନ୍ନାଥ ଜୀଉ…

ବାଇକ୍‌ ଧକ୍କାରେ କାଉଡିଆ ଗୁରୁତର: ଘଟଣାକୁ କେନ୍ଦ୍ରକରି ବଚସା, ରାସ୍ତାରୋକୋ

ଓଡ଼ଗାଁ,୧୧ା୮(ସ୍ବ.ପ୍ର.): ଶନିବାର ଓଡଗାଁ ଥାନା ଅଞ୍ଚଳରେ ବାଇକ୍‌ ଧକ୍କାରେ ଜଣେ କାଉଡିଆ ଗୁରୁତର ହୋଇଛନ୍ତି। ଏହାକୁ କେନ୍ଦ୍ରକରି ବଚସା ଓ ରାସ୍ତାରୋକୋ ହୋଇଥିଲା। ଅପରାହ୍ନରେ ଓଡ଼ଗାଁ ଦେଇ ଶରଣକୁଳ ଲଡୁବାବାଙ୍କୁ ଜଳଲାଗି ପାଇଁ ଯାଉଥିବା ଜଣେ କାଉଡିଆ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।…

ନିୟମିତ ବସୁନି ପଞ୍ଚାୟତ ସମିତି ଅଧିବେଶନ: ୨ ମାସ ବଦଳରେ ବର୍ଷ ବର୍ଷ ବିତିଯାଉଛି

ନୟାଗଡ଼ ଅଫିସ,୧୧ା୮: ନୟାଗଡ଼ ଜିଲାରେ ଥିବା ୮ ପଞ୍ଚାୟତ ସମିତିରେ ଠିକ୍‌ ସମୟରେ ଅଧିବେଶନ ବସୁନାହିଁ। କେଉଁଠି ୬ ମାସ ତ ଆଉ କେଉଁଠି ବର୍ଷ ବର୍ଷ ବିତିଯାଉଛି। ରଣପୁର ପଞ୍ଚାୟତ ସମିତି ବୈଠକ ପାଖାପାଖି ବର୍ଷେ ହେଲା ବସିନାହିଁ। ଏହାକୁ…

ତାଳକଣି ଗାଁରେ ବାଘ ଆତଙ୍କ

ରଣପୁର,୧୧।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବନବିଭାଗ ଅନ୍ତର୍ଗତ ତାଳକଣି ଗାଁରେ ଶନିବାର ବାଘ ଆତଙ୍କ ସୃଷ୍ଟି ହୋଇଛି। ଗ୍ରାମ ନିକଟସ୍ଥ ଛାଟକୁମ୍ଭ ପାହାଡ ପାଖ ମଇଁଷି ଖୋଲ ଜଙ୍ଗଲରେ ଶନିବାର ଅପରାହ୍ନ ପ୍ରାୟ ୪ଟାରେ ଏକ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା ।…

ଲୋକେ ପିଉଛନ୍ତି ଗୋଳିଆ ପାଣି

ଗଣିଆ, ୧୧।୮(ଡି.ଏନ.ଏ.)-ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାରଙ୍କ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି। ପ୍ରକଳ୍ପ ନିର୍ମାଣ,ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ରାଜକୋଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ…

ଆମ ଗାଁ ଆମ ବିକାଶ ଯୋଜନାରେ ପଡ଼ି ରହିଛି କାର୍ଯ୍ୟ: ୩୧୪ରୁ ଆରମ୍ଭ ହୋଇନି ୨୦୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ

ନୂଆଗାଁ,୧୦।୮(ଡି.ଏନ.ଏ.): ରାଜ୍ୟରେ ପ୍ରଗତିକୁ ତ୍ୱରାନ୍ବିତ କରିବା ନିମନ୍ତେ ବିଭିନ୍ନ ଯୋଜନା ମଧ୍ୟରୁ ‘ଆମ ଗାଁ ଆମ ବିକାଶ’ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଜାରିରହିଛି। ଏହା ମାଧ୍ୟମରେ ରାଜ୍ୟର ପ୍ରତି ବ୍ଲକକୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି…

ଭାଙ୍ଗିପଡିଲା ଅର୍ଦ୍ଧନିର୍ମିତ ବିଦ୍ୟାଳୟ ଗୃହ

ବୋଲଗଡ଼,୧୦ା୮(ଡି.ଏନ.ଏ.): ବୋଲଗଡ଼ ବ୍ଲକ ଅସରଳା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ଅର୍ଦ୍ଧନିର୍ମିତ ଗୃହର ତାଜା ଏବଂ କାନ୍ଥ ବୁଧବାର ବର୍ଷାଯୋଗୁ ଭାଙ୍ଗିିଯାଇଛି। ପ୍ରାୟ ୮ବର୍ଷ ପୂର୍ବରୁ ନିର୍ମାଣ ଆରମ୍ଭ ହୋଇଥିବା ଘରଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଥିଲା। ଅନୁଦାନ ଅଭାବରୁ…

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ମହାସଂଘର ଧାରଣା

ନିରାକାରପୁର,୧୦ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତସ୍ଥ ମଦର ଟେରେସା ମହିଳା ମହାସଂଘ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୨ ଦଫା ଦାବି ନେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା ା ତେବେ ବ୍ଲକ ଉପାଧ୍ୟକ୍ଷାଙ୍କ…

ଜଳ ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ: ଆଣ୍ଠୁଏ ପାଣିରେ ଯାତାୟାତ କରୁଛନ୍ତି ଛାତ୍ରୀଛାତ୍ର, ଶିକ୍ଷାବିତ୍‌

ନିରାକାରପୁର,୧୦ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ସରକାରୀ ଏକାଡେମୀ(ଉଚ୍ଚ ବିଦ୍ୟାଳୟ) ଏବେ ଜଳ ଘେର ମଧ୍ୟରେ ରହିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟିହୋଇଛି। ସୂଚନାଯୋଗ୍ୟ, ୧୯୪୮ମସିହାରେ ଏହା ସ୍ଥାପିତ ହୋଇ ଦୀର୍ଘ ୭୦ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ…

ଭିତ୍ତିପ୍ରସ୍ତର ସ୍ଥାପନର ୫ମାସ ବିତିଲା : ଏ ଯାଏଁ ଆରମ୍ଭ ହୋଇନି ବିଜ୍ଞାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ

ଖଣ୍ଡପଡା,୧୦।୮(ସ୍ବ.ପ୍ର.): ଖଣ୍ଡପଡା-ଭାପୁର ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ଉମାଦେବୀ ଛକ ନିକଟରେ ଏକ ବିଜ୍ଞାନକେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏ ମଧ୍ୟରେ ଦୀର୍ଘ ୫ମାସ ବିତିଯାଇଥିଲେ ମଧ୍ୟ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ସତେ ଯେପରି ନିର୍ମାଣ କାର୍ଯ୍ୟ…

ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ ୯ଦିନ ପରେ କୂଅରୁ ଉଦ୍ଧାର: ହାତଗୋଡ ବନ୍ଧା ହୋଇଥିବାରୁ ହତ୍ୟା ସନ୍ଦେହ

ଖଣ୍ଡପଡା,୧୦।୮(ସ୍ବ.ପ୍ର.): ନୟାଗଡ଼ ଜିଲା ଖଣ୍ଡପଡା ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମରେ ନିଖୋଜ ଥିବା ଜନୈକ ବ୍ୟକ୍ତିଙ୍କ ଗଳିତ ମୃତଦେହ ଦୀର୍ଘ ୯ଦିନ ପରେ ଶୁକ୍ରବାର ପୋଲିସ ହାତଗୋଡ ବନ୍ଧା ଅବସ୍ଥାରେ ଏକ କୂଅ ମଧ୍ୟରୁ ଉଦ୍ଧାର କରିଛି ା ତାଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?