ବାଇକ୍‌ ଧକ୍କାରେ କାଉଡିଆ ଗୁରୁତର: ଘଟଣାକୁ କେନ୍ଦ୍ରକରି ବଚସା, ରାସ୍ତାରୋକୋ

ଓଡ଼ଗାଁ,୧୧ା୮(ସ୍ବ.ପ୍ର.): ଶନିବାର ଓଡଗାଁ ଥାନା ଅଞ୍ଚଳରେ ବାଇକ୍‌ ଧକ୍କାରେ ଜଣେ କାଉଡିଆ ଗୁରୁତର ହୋଇଛନ୍ତି। ଏହାକୁ କେନ୍ଦ୍ରକରି ବଚସା ଓ ରାସ୍ତାରୋକୋ ହୋଇଥିଲା। ଅପରାହ୍ନରେ ଓଡ଼ଗାଁ ଦେଇ ଶରଣକୁଳ ଲଡୁବାବାଙ୍କୁ ଜଳଲାଗି ପାଇଁ ଯାଉଥିବା ଜଣେ କାଉଡିଆ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ୨୧ ନମ୍ବର ରାଜ୍ୟ ରାଜପଥର କଦଳୀବନ୍ଧ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ବାଇକ୍‌ରେ ବନ୍ଧାହୋଇଥିବା ଏକ ଲୁହା ଶାବଳ କାଉଡିଆଙ୍କ ବାମ ଗୋଡରେ ପଶିଯିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆହତ କାଉଡିଆ ହେଲେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବଡମହୁରୀ ଗ୍ରାମର ବିକ୍ରମ ନାହାକ(୨୫)। ପୋଲିସ ବାଇକ୍‌ ଆରୋହୀଙ୍କୁ ଅଟକ ରଖିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବାଇକ୍‌ (ଓଡି୩୩ଏସ୨୧୨୦) ଜବତ କରି ଏକ ମକଦ୍ଦମା ରୁଜୁ କରିଛି। ସ୍ଥାନୀୟ ଭାଲିଆଡିହି ଗ୍ରାମର ସୁବ୍ରତ ନାୟକ(୨୦) ଦୁର୍ଘଟଣା ସମ୍ପର୍କରେ ନିକଟସ୍ଥ ଦମକଳ କେନ୍ଦ୍ରରେ ଜଣାଇବା ପରେ ଜଣେ ଆଗ୍ନିକ ଘଟଣାସ୍ଥଳକୁ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ। ସେ ଗାଡି ଭିତରେ ପଶିଲା ବେଳକୁ ସମ୍ପୃକ୍ତ ଯୁବକ କୁଆଡେ ଡୋରଟିକୁ ପିଟି ଦେଇଥିଲେ। ଏଥିରେ ଆଗ୍ନିକଙ୍କ ବାହାରେ ଥିବା ଗୋଟିଏ ଗୋଡ ଚାପି ହୋଇଯିବାରୁ ସେ ପ୍ରାଣ ବିକଳରେ ଗାଡିରୁ ଓହ୍ଲାଇପଡିଥିଲେ ା ଅନ୍ୟ ଜଣେ ଫାୟାର ଗାଡି ନେଇ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଏହାକୁ ନେଇ ସୁବ୍ରତ ଓ ଦମକଳ ବାହିନୀଙ୍କ ମଧ୍ୟରେ ବଚସା ହେବା ବେଳକୁ ସୁବ୍ରତଙ୍କ ମୁଣ୍ଡ ଫାଟିଥିବା ଜଣାଯାଇଥିଲା। ଦମକଳ ବାହିନୀ ତାଙ୍କ ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ କରି ସୁବ୍ରତ ସନ୍ଧ୍ୟାରେ ଅଗ୍ନିଶମ କାର୍ଯ୍ୟାଳୟ ସାମନାରେ ୨୧ ନମ୍ବର ରାଜ୍ୟ ରାଜପଥ ଉପରେ ବସିଯାଇଥିଲେ। ସ୍ଥାନୀୟ ଅନ୍ୟ କେତେଜଣ ଯୁବକ ତାଙ୍କ ସହ ସାମିଲ ହୋଇଯିବାରୁ ସେହି ରାସ୍ତାରେ ଗମନାଗମନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା ା ଉତ୍ତେଜନା ଲାଗିରହିଥିବାରୁ ପୋଲିସକୁ ରାସ୍ତା ଅବରୋଧ ଉଠାଇବା ନିମନ୍ତେ ନାକେଦମ ହେବାକୁ ପଡିଥିଲା ା ଥାନା ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ଓ ଶରଣକୁଳ ଏସଡିପିଓ ଏସ ଟପ୍ନୋ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ା ଅନ୍ୟପକ୍ଷେ ଦୁର୍ଘଟଣାରେ ଗୁରୁତର କାଉଡିଆଙ୍କ ମା’ଙ୍କ ଅଭିଯୋଗ ଅନୁସାରେ ଥାନାରେ ଏକ ମକଦ୍ଦମା ରୁଜୁ ହୋଇଥିବା ବେଳେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଅନ୍ୟ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?