ନବରଙ୍ଗପୁର

ଚାଲାଣ କରୁଥିଲେ ଗଞ୍ଜେଇ, ଧରାପକାଇ ଦେଲା ଦୁର୍ଘଟଣା

ପାପଡାହାଣ୍ଡି,୧୮।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ଫାଣ୍ଡି ଅଧୀନ ଆମପାଣି ଘାଟି ଭାଲୁଝର ନିକଟରୁ ଜଣେ ଗଞ୍ଜେଇ ଚାଲାଣକାରୀଙ୍କୁ ଶୁକ୍ରବାର ପୋଲିସ ଧରିବାରେ ସଫଳ ହୋଇଛି। ସେ ହେଲେ କଳାହାଣ୍ଡି ଜିଲା ବଡ଼ପୋଡାଗୁଡା ଅଞ୍ଚଳର ନବ ନାୟକ। ମିଳିଥିବା ସୂଚନା…

ଭାଇ ବିପକ୍ଷରେ ଭାଇ

ନବରଙ୍ଗପୁର,୧୮।୩(ବି.ପ୍ର.): ନବରଙ୍ଗପୁର ପୌର ପରିଷଦର ଓ୍ବାର୍ଡ ନଂ.୫ରେ ଦୁଇ ଭାଇ ପରସ୍ପର ବିପକ୍ଷରେ କାଉନ୍‌ସିଲର ପ୍ରାର୍ଥୀ ହୋଇଛନ୍ତି। ଭାଜପା ପ୍ରାର୍ଥୀ ସପନ କୁମାର ତ୍ରିପାଠୀ (ବୁଲୁ), ବିଜେଡି ପ୍ରାର୍ଥୀ ଉତ୍ତମ ତ୍ରିପାଠୀ ସମ୍ପର୍କୀୟ ଭାଇ। ସୂଚନାନୁଯାୟୀ ଉତ୍ତମ ପୂର୍ବତନ ଏମ୍‌ପି ପ୍ରଦୀପ…

ଗଛରେ ପିଟିହେଲା କାର୍‌: ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ନବରଙ୍ଗପୁର,୧୮।୩(ବି.ପ୍ର.): ନବରଙ୍ଗପୁର ଜିଲା କୁର୍ଲୁ ଘାଟିରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ କାରରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ…

ଦଳମତ ନିର୍ବିଶେଷରେ ଉତ୍ତମ ବ୍ୟକ୍ତିତ୍ୱ ବାଛିବୁ

ଉମରକୋଟ,୧୪ା୩(ସ୍ବ.ପ୍ର.): ପୌର ନିର୍ବାଚନକୁ ନେଇ ଏବେ ଉମରକୋଟ ପୌରାଞ୍ଚଳ ଚଳଚଞ୍ଚଳ ରହିଛି। କାଉନ୍‌ସିଲର ପ୍ରାର୍ଥୀମାନେ ଘରକୁ ଘର ଯାଇ ଭୋଟରଙ୍କୁ କୋଳେଇ ନେଉଛନ୍ତି। କିନ୍ତୁ ଭୋଟର ଠିକ୍‌ ସମୟରେ ଆମେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବୁ ବୋଲି କହୁଛନ୍ତି। ଯିଏ ଓ୍ବାର୍ଡର…

‘ଠିକଣା ବେଳେ ଜବାବ ଦେବୁ’

ନବରଙ୍ଗପୁର,୧୩।୩(ବି.ପ୍ର.): ନିର୍ବାଚନ ଆସିଲେ ନେତା ଦେଇଥାନ୍ତି ପ୍ରତିଶ୍ରୁତି। ଜିତିଲା ପରେ ପୁଣି ତାହାକୁ ଭୁଲିଯାଆନ୍ତି। ସାହି ସମସ୍ୟା ଯୋଉଁଠି ଥିଲା ସେଇଠି। ତେଣୁ ଏଥର ଠିକଣାବେଳେ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି ନବରଙ୍ଗପୁର ପୌର ପରିଷଦର ଓ୍ବାର୍ଡ ନଂ. ୧…

୨ଘଣ୍ଟା ମୃତ ସାଥୀକୁ ଜଗି ରହିଲା ପାରା

ଉମରକୋଟ, ୧୩।୩(ସ୍ବ.ପ୍ର.): କଥା କହି ପାରୁ ନ ଥିଲେ ବି ପଶୁପକ୍ଷୀଙ୍କ ଭିତରେ ରହିଛି ସ୍ନେହ ଶ୍ରଦ୍ଧାର ଆବେଗ। ମଣିଷ ଯେପରି ନିଜ ପରିଚିତ, ସାଙ୍ଗ ସାଥୀ ତଥା ଖାସ୍‌ ଲୋକଙ୍କୁ ହରାଇ ଭାଙ୍ଗିପଡେ ଠିକ୍‌ ସେହିପରି ଏକ ପାରା ନିଜ ମୃତ…

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ

ଝରିଗାଁ, ୧୨ା୩(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ଟେମରା ପଞ୍ଚାୟତରେ ଶୁକ୍ରବାର ହେବାକୁ ଥିବା ନାଏବ ସରପଞ୍ଚ ନିର୍ବାଚନକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଝରିଗାଁ ବ୍ଲକର ଧମନାଗୁଡ଼ା, ଧୋଡ୍ରା, ଭାଲୁକୁନାଡି ଏବଂ ଫୁପୁଗାଁ ପଞ୍ଚାୟତରେ କୋରମ ଅଭାବ ଯୋଗୁ ନାଏବ ସରପଞ୍ଚ…

ଯୁଦ୍ଧ ବିଭୀଷିକା ବଖାଣିଲେ ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ର

ନବରଙ୍ଗପୁର,୧୦ା୩(ବି.ପ୍ର.) ୟୁକ୍ରେନ୍‌ରେ ଫସିଥିବା ନବରଙ୍ଗପୁରର ଡାକ୍ତରୀ ଛାତ୍ର ନୃସିଂହ ନାଥ ପାତ୍ର ଓ ସୌରଭ ସାହୁ ଘରକୁ ଫେରିଛନ୍ତି। ସେଠାକାର ଯୁଦ୍ଧ ବିଭୀଷିକା ଓ ବଞ୍ଚତ୍ବା ପାଇଁ ସେମାନେ କରିଥିବା ସଂଗ୍ରାମ ସମ୍ପର୍କିତ ଅନୁଭୂତି ବଖାଣିଥିଲେ। ନବରଙ୍ଗପୁର ସହର କେଉଟ ସାହିର ରଜନୀ…

ଜଳ ଯୋଗାଣ କେନ୍ଦ୍ରର ବିଦ୍ୟୁତ୍‌ ସଂଯୋଗ କାଟିଦେଉଛି ବିଭାଗ

ନନ୍ଦାହାଣ୍ଡି, ୧୦ା୩(ଡି.ଏନ୍‌.ଏ.):  ବିଦ୍ୟୁତ୍‌ ବିଲ୍‌ ପଇଠ ହୋଇ ନ ଥିବାରୁ ବିଦ୍ୟୁତ୍‌ ବିଭାଗ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ଗାଁରେ ଥିବା ଜଳ ଯୋଗାଣ କେନ୍ଦ୍ରରୁ ସଂଯୋଗ କାଟି ଦେଇଥିଲା। ଫଳରେ ଲୋକମାନେ ପାନୀୟ ଜଳ ନ ପାଇ ହନ୍ତସନ୍ତ…

ଅସନ୍ତୁଷ୍ଟ କର୍ମୀ ହେଉଛନ୍ତି ସ୍ବାଧୀନ ପ୍ରାର୍ଥୀ, ବିଜୟରେ ନେବେ ନିର୍ଣ୍ଣାୟକ ଭୂମିକା

ନବରଙ୍ଗପୁର,୯।୩(ବି.ପ୍ର.): ସହରରେ ଏବେ ଚାରିଆଡ଼େ ଚାଲିଛି ରାଜନୀତି ଚର୍ଚ୍ଚା। ପୌର ଅଧ୍ୟକ୍ଷ ପାଇଁ କିଏ ଉପଯୁକ୍ତ। କାହାର ପଲା ହେବ ଭାରି। କେଉଁ ଦଳ କିଭଳି ଲୋକ ସମ୍ପର୍କ ରଖି ଭବିଷ୍ୟତରେ କାର୍ଯ୍ୟ କରିବେ, ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ୭…

ଭୋଟ ଜାଲିଆତି ଅଭିଯୋଗ: ପୁନଃ ଗଣତି ଦାବି

ନବରଙ୍ଗପୁର, ୫ା୩(ବି.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଜୋନ୍‌-୧ର କଂଗ୍ରେସ ଜିଲା ପରିଷଦ ପ୍ରାର୍ଥୀ ହାରାବତୀ ଗଣ୍ଡ ଭୋଟ ପୁନଃ ଗଣତି କରିବାକୁ ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଭୋଟ ଜାଲିଆତି ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି।…

ନବରଙ୍ଗପୁର, କଳାହାଣ୍ଡିରେ ଭୂକମ୍ପ

ନବରଙ୍ଗପୁର,୩ା୩(ଡି.ଏନ୍‌.ଏ.): ନବରଙ୍ଗପୁର ଏବଂ କଳାହାଣ୍ଡିରେ ଗୁରୁବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ୬ ରୁ ୭ ସେକେଣ୍ଡ ଯାଏ ଏହା ଅନୁଭୂତ ହୋଇଥିଲା। ନବରଙ୍ଗପୁର ଜିଲାର ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri