‘ଠିକଣା ବେଳେ ଜବାବ ଦେବୁ’

ନବରଙ୍ଗପୁର,୧୩।୩(ବି.ପ୍ର.): ନିର୍ବାଚନ ଆସିଲେ ନେତା ଦେଇଥାନ୍ତି ପ୍ରତିଶ୍ରୁତି। ଜିତିଲା ପରେ ପୁଣି ତାହାକୁ ଭୁଲିଯାଆନ୍ତି। ସାହି ସମସ୍ୟା ଯୋଉଁଠି ଥିଲା ସେଇଠି। ତେଣୁ ଏଥର ଠିକଣାବେଳେ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି ନବରଙ୍ଗପୁର ପୌର ପରିଷଦର ଓ୍ବାର୍ଡ ନଂ. ୧ ବାସିନ୍ଦ।
୧ନମ୍ବର ୱାର୍ଡ ଚାମୁରିଆଗୁଡ଼ା, ଓଏସ୍‌ଇବି କଲୋନି, ଜମାମାଲା କଲୋନି(ଦ୍ୱାରିକାନଗର), ଶ୍ରାମା ଶାମ ନଗର, ଅନ୍ନପୂର୍ଣ୍ଣା ନଗର, ମନୀଷା ଲଜ୍‌ରୁ ସଦାଶିବ ପାର୍କ ପର୍ଯ୍ୟନ୍ତ ସମସ୍ତ ଗଳିକୁ ନେଇ ଗଠିତ। ଏହି ୱାର୍ଡରେ ୧୯୨୭ ଭୋଟର ଅଛନ୍ତି। ୧ ନମ୍ବର ୱାର୍ଡ ଚାମୁରିଆଗୁଡ଼ା ହରିଜନସାହି ୱାର୍ଡର ଅତି ପୁରୁଣା ଅଞ୍ଚଳ। ଏହି ସାହିଗୁଡ଼ିକରେ ୩୦ବର୍ଷ ତଳେ ହୋଇଥିବା ଡ୍ରେନ୍‌ଗୁଡିକ ଏବେ ପୋତିହୋଇଯିବା ସହ ଭାଙ୍ଗିଗଲାଣି। ସାହିରେ ଘର ଆଉ ଲୋକ ସଂଖ୍ୟା ବଢୁଛି। ଏବେ ଆଉ ଡ୍ରେନ୍‌ ଓ ନୂତନ ରାସ୍ତା ନିର୍ମାଣ ହୋଇପାରିନାହିଁ। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ଆବର୍ଜନା ପାଣି ଚାଲୁଛି। ଏବେ ମଧ୍ୟ ଡ୍ରେନ୍‌ ମାଧ୍ୟମରେ ପାଣି ନିଷ୍କାସନ ହୋଇପାରୁ ନାହିଁ। ଅନ୍ୟ ପକ୍ଷେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ସାତସପନ ପାଲଟିଛି। ରହିଥିବା ନଳକୂପଗୁଡିକ ଖରାଦିନେ ସାହି ବାସିନ୍ଦାକୁ ପାଣି ଯୋଗାଇ ପାରୁନାହିଁ। ନଳକୂପରୁ ଦୁର୍ଗନ୍ଧ ପାଣି ବାହାରୁଛି। ଆବାସ ଯୋଜନାରେ ଅନେକ ଲୋକଙ୍କୁ ଘର ମିଳିଛି। ତେବେ ଆଉ କେତେଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯିବ ବୋଲି କହିବା ପରେ ରହୁଥିବା ଘର ଭାଙ୍ଗି ଦିଆଯାଇଛି। ସେମାନେ ଏବେ ବାରଦୁଆରେ ରହୁଥିବାବେଳେ ଏଯାଏ କାର୍ଯ୍ୟାଦେଶ ମିଳିପାରି ନାହିଁ। ରାସ୍ତାକଡ଼ରେ କୁଢ଼ କୁଢ଼ ଆବର୍ଜନା ପଡ଼ି ରହିଛି। ତାହାକୁ ମଧ୍ୟ ହଟାଯାଉନାହିଁ। ୧ ନମ୍ବର ୱାର୍ଡର ଚାମୁରିଆଗୁଡ଼ା ଅଞ୍ଚଳରେ ପୌରସଂସ୍ଥା ପକ୍ଷରୁ ଡ୍ରେନେଜ ସଫା କରିବା, ଆବର୍ଜନା ଉଠାଇବା ଉପରେ ଗୁରୁତ୍ୱ ଦିଆଯାଉ ନାହିଁ। ନିର୍ବାଚନ ଆସିଲେ ଏହି ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ମିଳୁଛି। କିନ୍ତୁ ପରେ ସବୁ ଭୁଲିଯାଉଛନ୍ତି। ଜିଲାପାଳ ଓ ଉପଜିଲାପାଳଙ୍କୁ ଲେଖି ଜଣାଇଲେ କିଛି ସମସ୍ୟା ଦୂର ହେଉଛି। ଏହାର ପ୍ରଭାବ ପୌର ନିର୍ବାଚନରେ ପଡ଼ିବ ଓ ଭୋଟର ଏହାର ଜବାବ ଦେବେ ବୋଲି ସାହିବାସିନ୍ଦା କହିଛନ୍ତି। ଏହି ୱାର୍ଡରେ ବିଭିନ୍ନ ସାହିଗଳି କଲୋନି ଗଢ଼ିଉଠିଛି ା କେବଳ ଠିକାଦାର ଓ ଶାସକ ଦଳର ନେତା ନିଜର ପତିଆରା ଜମାଇ ଠିକା କାର୍ଯ୍ୟ ଓ ଲାଭ ଉପରେ ଗୁରୁତ୍ୱ ଦେଉଥିବାରୁ ଭୋଟର ଠିକଣା ଜବାବ ଦେବେ ବୋଲି ମତଦାନ ଦିନକୁ ଅପେକ୍ଷା କରିଛନ୍ତି। ସୂଚନାନୁଯାୟୀ, ଓ୍ବାର୍ଡ ନଂ. ୧ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। କଂଗ୍ରେସରୁ ଗୀତାଞ୍ଜଳି ଯାଦବ, ବିଜେଡିରୁ କାମିନୀ ପାଢ଼ୀ, ଭାଜପାରୁ ତୁଳସା ବେହେରା ପ୍ରାର୍ଥୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?