ଜଳ ଯୋଗାଣ କେନ୍ଦ୍ରର ବିଦ୍ୟୁତ୍‌ ସଂଯୋଗ କାଟିଦେଉଛି ବିଭାଗ

ନନ୍ଦାହାଣ୍ଡି, ୧୦ା୩(ଡି.ଏନ୍‌.ଏ.):  ବିଦ୍ୟୁତ୍‌ ବିଲ୍‌ ପଇଠ ହୋଇ ନ ଥିବାରୁ ବିଦ୍ୟୁତ୍‌ ବିଭାଗ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ଗାଁରେ ଥିବା ଜଳ ଯୋଗାଣ କେନ୍ଦ୍ରରୁ ସଂଯୋଗ କାଟି ଦେଇଥିଲା। ଫଳରେ ଲୋକମାନେ ପାନୀୟ ଜଳ ନ ପାଇ ହନ୍ତସନ୍ତ ହୋଇଥିଲେ। ଜିଲାପାଳ ଡ. କମଳଲୋଚନ ମିଶ୍ର ଘଟଣା ସମ୍ପର୍କରେ ଅବଗତ ହେବା ପରେ ବିଦ୍ୟୁତ୍‌ ବିଭାଗକୁ ତୁରନ୍ତ ସଂଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଲୋକମାନଙ୍କୁ ପିଇବା ପାଣି ମିଳିଥିଲା।
ପଡାଲଗୁଡ଼ା ଗାଁରେ ପ୍ରାୟ ୧୫ଶହ ଲୋକ ଅଛନ୍ତି। ବିଦ୍ୟୁତ୍‌ ବିଲ୍‌ ପଇଠ ହୋଇ ନ ଥିବାରୁ ବିଭାଗ ପକ୍ଷରୁ ୨ ଦିନ ହେବ ବିଦ୍ୟୁତ୍‌ ସଂଯୋଗ କଟାଯାଇଥିଲା। ଖରାଦିନେ ପାଣି ନ ମିଳିବାରୁ ଲୋକେ ହନ୍ତସନ୍ତ ହୋଇଥିଲେ। ଖରାଦିନେ ପାନୀୟ ଜଳ ଯୋଗାଣ ଉପରେ ସରକାର ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ଏଠାରେ ବ୍ୟତିକ୍ରମ ଦେଖାଦେଇଛି। ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ସ୍ଥାନୀୟ ଖବରଦାତାମାନେ ଘଟଣା ସମ୍ପର୍କରେ ଅବଗତ ହୋଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କୁ ତୁରନ୍ତ ଜଳ ଯୋଗାଣ କେନ୍ଦ୍ରରେ ଇଲେକ୍ଟ୍ରି ସଂଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଲୋକଙ୍କୁ ପାଣି ମିଳିଥିଲା। ବିଦ୍ୟୁତ୍‌ ବିଲ୍‌ ପଇଠ ସମ୍ପର୍କରେ ପଡାଲଗୁଡ଼ା ପିଇଓ ପ୍ରଫୁଲ୍ଲ କୁମାର ବାଗଙ୍କୁ ପଚାରିବାରୁ ବିଦ୍ୟୁତ୍‌ ବିଭାଗ ମାସକୁ ମାସ ବିଲ୍‌ ଦେଉନାହାନ୍ତି। ତେଣୁ ଟଙ୍କା ବନ୍ଧା ଯାଇପାରୁନି। ବିଦ୍ୟୁତ୍‌ ବିଭାଗ ନୋଟିସ୍‌ ନ ଦେଇ ସଂଯୋଗ କାଟିଥିଲା ବୋଲି ସେ କହିଛନ୍ତି। ବିଦ୍ୟୁତ୍‌ ବିଭାଗ ଏପରି କାର୍ଯ୍ୟ କରିବା ଠିକ୍‌ ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ପ୍ରକାଶ ଯେ, କିଛିଦିନ ପୂର୍ବରୁ ମଧ୍ୟ ଦହଣା, ଅଣ୍ଟାସର ଗ୍ରାମର ଜଳ ଯୋଗାଣ କେନ୍ଦ୍ରର ବିଦ୍ୟୁତ୍‌ ସଂଯୋଗକୁ ବିଭାଗ ପକ୍ଷରୁ କାଟି ଦିଆଯାଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ ପରେ ସେଠାରେ ବିଦ୍ୟୁତ୍‌ ସଂଯୋଗ ମିଳିବା ପରେ ଲୋକମାନଙ୍କୁ ପାଣି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷାରେ ବେହାଲ ଝରିଗାଁ: ହଷ୍ଟେଲ ଭିତରେ ୨ ଫୁଟ୍ ପାଣି, ଭୟରେ ରାତି ବିତାଇଲେ ଛାତ୍ର

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ…

ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ…

ନବରଙ୍ଗପୁରରେ ରେଡ ଆଲର୍ଟ: ବର୍ଷା ପରିସ୍ଥିତି ଉପରେ ପ୍ରଶାସନର କଡ଼ା ନଜର

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନବରଙ୍ଗପୁର ସମେତ ବିଭିନ୍ନ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ଚମକିବା ନେଇ ସତର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?