ଦଳମତ ନିର୍ବିଶେଷରେ ଉତ୍ତମ ବ୍ୟକ୍ତିତ୍ୱ ବାଛିବୁ

ଉମରକୋଟ,୧୪ା୩(ସ୍ବ.ପ୍ର.): ପୌର ନିର୍ବାଚନକୁ ନେଇ ଏବେ ଉମରକୋଟ ପୌରାଞ୍ଚଳ ଚଳଚଞ୍ଚଳ ରହିଛି। କାଉନ୍‌ସିଲର ପ୍ରାର୍ଥୀମାନେ ଘରକୁ ଘର ଯାଇ ଭୋଟରଙ୍କୁ କୋଳେଇ ନେଉଛନ୍ତି। କିନ୍ତୁ ଭୋଟର ଠିକ୍‌ ସମୟରେ ଆମେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବୁ ବୋଲି କହୁଛନ୍ତି। ଯିଏ ଓ୍ବାର୍ଡର ବିକାଶ କରିବେ ଏବଂ ଲୋକଙ୍କ ସହ ରହିବେ ଦଳଗତ ନିର୍ବିଶେଷରେ ସେଭଳି ବ୍ୟକ୍ତିତ୍ୱଙ୍କୁ ବାଛିବୁ ବୋଲି କହୁଛନ୍ତି।
ଉମରକୋଟ ପୌର ପରିଷଦର ୧୧ନମ୍ବର ୱାର୍ଡରେ ଭୋଟର ସଂଖ୍ୟା ୧୮୨୧ ରହିଛି। ଚଳିତଥର ଏହି ଓ୍ବାର୍ଡ ସାଧାରଣବର୍ଗଙ୍କ ପାଇଁ ସଂରକ୍ଷିତ। ଏଠାରେ ତିନି ନୂଆ ମୁହଁକୁ ସାମ୍ନା କରୁଛନ୍ତି ଜଣେ ପୁରୁଖା ନେତା। ବିଜେଡିରୁ ଦୁର୍ଗା ଦୀପଙ୍କର ବେହେରା(ଚନ୍ଦନ) ପ୍ରାର୍ଥୀ ଥିବାବେଳେ ଭାଜପାରୁ ସନ୍ତୋଷ ଶର୍ମା, କଂଗ୍ରେସରୁ ସାଇ ନାରାୟଣ ପାଢ଼ୀ(ମୁନା) ଏବଂ ସ୍ବାଧୀନ ଭାବେ ରବୀନ୍ଦ୍ର ସ୍ବାଇଁ ପ୍ରତିଦ୍ବନ୍ଦ୍ୱୀତା କରୁଛନ୍ତି। ୧୧ନମ୍ବର ୱାର୍ଡର ପ୍ରମୁଖ ସମସ୍ୟା ହେଲା ୟୁଭି-୫୨ ଗ୍ରାମରୁ ଉମରକୋଟକୁ ସଂଯୋଗ କରୁଥିବା ରାସ୍ତା ଓ ଚଢ଼େଇଗୁଡ଼ାକୁ ସଂଯୋଗ କରୁଥିବା କେନାଲ। ଏହି କେନାଲ ଉପର ରାସ୍ତା ଏବଂ ୱାର୍ଡରେ ପାଇପ୍‌ ବିଛା ସରିଥିଲେ ମଧ୍ୟ ପାଣି ଆସୁନାହିଁ। ସେହିପରି ଡ୍ରେନେଜ୍‌ ବ୍ୟବସ୍ଥା ମଧ୍ୟ ନାହିଁ। ବାର୍ଦ୍ଧକ୍ୟ ଭତ୍ତାରୁ ଅନେକ ହିତାଧିକାରୀ ବଞ୍ଚିତ ରହିଛନ୍ତି। ଶ୍ମଶାନକୁ ଭଲ ରାସ୍ତା ନାହିଁ କି ଆଶ୍ରୟସ୍ଥଳୀ ନାହିଁ। ସେହିପରି ସ୍ବଚ୍ଛତା ଓ୍ବାର୍ଡର ଅନ୍ୟତମ ସମସ୍ୟା ହୋଇଛି।
ଏ ନେଇ କଂଗ୍ରେସ ପ୍ରାର୍ଥୀ ମୁନା କହିଛନ୍ତି, ମୁଁ ରାଜନୀତିରେ ଅଭିଜ୍ଞ। ତଥାପି ବିପକ୍ଷଙ୍କୁ ଦୁର୍ବଳ ମନେ କରୁନାହିଁ। ସବୁବେଳେ ଲୋକଙ୍କ ପାଇଁ ରହିଛି ଏବଂ ଆଗକୁ ମଧ୍ୟ ରହିବି। ଲୋକଙ୍କ ଭତ୍ତା କାର୍ଡ, ରାଶନ କାର୍ଡ, ପାନୀୟ ଜଳ, ରାସ୍ତା ଓ ବିଜୁଳି ଭଳି ଅନେକ ସମସ୍ୟାର ସମାଧାନ ପୂର୍ବରୁ କରିଛି। ୨୦୦୯ ରୁ ୨୦୧୩ ପର୍ଯ୍ୟନ୍ତ ଏହି ୱାର୍ଡରୁ କାଉନସିଲର ଥିଲି। ତେଣୁ ଲୋକେ ମୋତେ ଜାଣିଛନ୍ତି। ଅର୍ଥ ବଳ ନ ଥିଲେ ମଧ୍ୟ ଦୃଢ଼ ମନୋବଳ ରହିଛି। ଜିତିଲେ ଏକ ମାସ ମଧ୍ୟରେ ଉମରକୋଟରୁ ୟୁଭି-୫୨କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଓ ଚଢ଼େଇଗୁଡ଼ାକୁ ସଂଯୋଗ କରୁଥିବା କେନାଲ ରାସ୍ତା ତିଆରି କରିବି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପର୍ଯ୍ୟାୟ କ୍ରମେ ଘରଡିହ ପଟ୍ଟା, ପ୍ରତ୍ୟେକ ଘରକୁ ପାନୀୟ ଜଳ, ବିଜୁଳି ଆଲୁଅର ସୁବିଧା କରିବା ସହ ତୁରନ୍ତ କେନାଲ ରାସ୍ତା ନିର୍ମାଣ ପାଇଁ ଭସ୍କେଲ ଜଳ ଯୋଗାଣ କାର୍ଯ୍ୟାଳୟରେ ଧାରଣା ଦେବି ବୋଲି ସେ କହିଛନ୍ତି। ବିଜେଡି ପ୍ରାର୍ଥୀ ଦୁର୍ଗା କହିଛନ୍ତି, ମୁଁ ରାଜନୀତିରେ ନୂଆ କିନ୍ତୁ ବିଜେଡି ଲୋକଙ୍କ ଦଳ। ୱାର୍ଡବାସୀ ଜିତାଇଲେ ପ୍ରାଥମିକ ସ୍ତରରେ ଭାଲୁଗୁଡ଼ା ସାହି ଭିତର ରାସ୍ତା, ଚଢ଼େଇଗୁଡ଼ାକୁ ସଂଯୋଗ କରୁଥିବା କେନାଲ ରାସ୍ତା, ପାନୀୟ ଜଳ, ଶ୍ମଶାନକୁ ରାସ୍ତା ଓ ବିଶ୍ରାମଗୃହ ସୁବିଧା କରାଯିବ। ପୂର୍ବରୁ କଂଗ୍ରେସ ପ୍ରାର୍ଥୀ କିଛି କରିନାହାନ୍ତି ବୋଲି ସେ କହିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ସନ୍ତୋଷ କହିଛନ୍ତି, ପୂର୍ବ କାଉନ୍‌ସିଲରମାନେ ଯାହା କରିନାହାନ୍ତି ତାହା ମୁଁ କରିବାକୁ ଚେଷ୍ଟା କରିବି। ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଭୋଟର ମୋତେ ନିଶ୍ଚୟ ଭୋଟ ଦେବେ ବୋଲି ସେ ଆଶା ରଖିଛନ୍ତି। ସ୍ବାଧୀନ ପ୍ରାର୍ଥୀ ରବୀନ୍ଦ୍ର ମଧ୍ୟ ଲୋକଙ୍କ ପାଖକୁ ମୌଳିକ ସୁବିଧା ପହଞ୍ଚାଇବା ବ୍ୟବସ୍ଥା କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚୁନି। ସ୍ବାଧୀନ ଭାବେ ଲୋକଙ୍କ ନିକଟରେ ତାହା ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?