ଦଳମତ ନିର୍ବିଶେଷରେ ଉତ୍ତମ ବ୍ୟକ୍ତିତ୍ୱ ବାଛିବୁ

ଉମରକୋଟ,୧୪ା୩(ସ୍ବ.ପ୍ର.): ପୌର ନିର୍ବାଚନକୁ ନେଇ ଏବେ ଉମରକୋଟ ପୌରାଞ୍ଚଳ ଚଳଚଞ୍ଚଳ ରହିଛି। କାଉନ୍‌ସିଲର ପ୍ରାର୍ଥୀମାନେ ଘରକୁ ଘର ଯାଇ ଭୋଟରଙ୍କୁ କୋଳେଇ ନେଉଛନ୍ତି। କିନ୍ତୁ ଭୋଟର ଠିକ୍‌ ସମୟରେ ଆମେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବୁ ବୋଲି କହୁଛନ୍ତି। ଯିଏ ଓ୍ବାର୍ଡର ବିକାଶ କରିବେ ଏବଂ ଲୋକଙ୍କ ସହ ରହିବେ ଦଳଗତ ନିର୍ବିଶେଷରେ ସେଭଳି ବ୍ୟକ୍ତିତ୍ୱଙ୍କୁ ବାଛିବୁ ବୋଲି କହୁଛନ୍ତି।
ଉମରକୋଟ ପୌର ପରିଷଦର ୧୧ନମ୍ବର ୱାର୍ଡରେ ଭୋଟର ସଂଖ୍ୟା ୧୮୨୧ ରହିଛି। ଚଳିତଥର ଏହି ଓ୍ବାର୍ଡ ସାଧାରଣବର୍ଗଙ୍କ ପାଇଁ ସଂରକ୍ଷିତ। ଏଠାରେ ତିନି ନୂଆ ମୁହଁକୁ ସାମ୍ନା କରୁଛନ୍ତି ଜଣେ ପୁରୁଖା ନେତା। ବିଜେଡିରୁ ଦୁର୍ଗା ଦୀପଙ୍କର ବେହେରା(ଚନ୍ଦନ) ପ୍ରାର୍ଥୀ ଥିବାବେଳେ ଭାଜପାରୁ ସନ୍ତୋଷ ଶର୍ମା, କଂଗ୍ରେସରୁ ସାଇ ନାରାୟଣ ପାଢ଼ୀ(ମୁନା) ଏବଂ ସ୍ବାଧୀନ ଭାବେ ରବୀନ୍ଦ୍ର ସ୍ବାଇଁ ପ୍ରତିଦ୍ବନ୍ଦ୍ୱୀତା କରୁଛନ୍ତି। ୧୧ନମ୍ବର ୱାର୍ଡର ପ୍ରମୁଖ ସମସ୍ୟା ହେଲା ୟୁଭି-୫୨ ଗ୍ରାମରୁ ଉମରକୋଟକୁ ସଂଯୋଗ କରୁଥିବା ରାସ୍ତା ଓ ଚଢ଼େଇଗୁଡ଼ାକୁ ସଂଯୋଗ କରୁଥିବା କେନାଲ। ଏହି କେନାଲ ଉପର ରାସ୍ତା ଏବଂ ୱାର୍ଡରେ ପାଇପ୍‌ ବିଛା ସରିଥିଲେ ମଧ୍ୟ ପାଣି ଆସୁନାହିଁ। ସେହିପରି ଡ୍ରେନେଜ୍‌ ବ୍ୟବସ୍ଥା ମଧ୍ୟ ନାହିଁ। ବାର୍ଦ୍ଧକ୍ୟ ଭତ୍ତାରୁ ଅନେକ ହିତାଧିକାରୀ ବଞ୍ଚିତ ରହିଛନ୍ତି। ଶ୍ମଶାନକୁ ଭଲ ରାସ୍ତା ନାହିଁ କି ଆଶ୍ରୟସ୍ଥଳୀ ନାହିଁ। ସେହିପରି ସ୍ବଚ୍ଛତା ଓ୍ବାର୍ଡର ଅନ୍ୟତମ ସମସ୍ୟା ହୋଇଛି।
ଏ ନେଇ କଂଗ୍ରେସ ପ୍ରାର୍ଥୀ ମୁନା କହିଛନ୍ତି, ମୁଁ ରାଜନୀତିରେ ଅଭିଜ୍ଞ। ତଥାପି ବିପକ୍ଷଙ୍କୁ ଦୁର୍ବଳ ମନେ କରୁନାହିଁ। ସବୁବେଳେ ଲୋକଙ୍କ ପାଇଁ ରହିଛି ଏବଂ ଆଗକୁ ମଧ୍ୟ ରହିବି। ଲୋକଙ୍କ ଭତ୍ତା କାର୍ଡ, ରାଶନ କାର୍ଡ, ପାନୀୟ ଜଳ, ରାସ୍ତା ଓ ବିଜୁଳି ଭଳି ଅନେକ ସମସ୍ୟାର ସମାଧାନ ପୂର୍ବରୁ କରିଛି। ୨୦୦୯ ରୁ ୨୦୧୩ ପର୍ଯ୍ୟନ୍ତ ଏହି ୱାର୍ଡରୁ କାଉନସିଲର ଥିଲି। ତେଣୁ ଲୋକେ ମୋତେ ଜାଣିଛନ୍ତି। ଅର୍ଥ ବଳ ନ ଥିଲେ ମଧ୍ୟ ଦୃଢ଼ ମନୋବଳ ରହିଛି। ଜିତିଲେ ଏକ ମାସ ମଧ୍ୟରେ ଉମରକୋଟରୁ ୟୁଭି-୫୨କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଓ ଚଢ଼େଇଗୁଡ଼ାକୁ ସଂଯୋଗ କରୁଥିବା କେନାଲ ରାସ୍ତା ତିଆରି କରିବି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପର୍ଯ୍ୟାୟ କ୍ରମେ ଘରଡିହ ପଟ୍ଟା, ପ୍ରତ୍ୟେକ ଘରକୁ ପାନୀୟ ଜଳ, ବିଜୁଳି ଆଲୁଅର ସୁବିଧା କରିବା ସହ ତୁରନ୍ତ କେନାଲ ରାସ୍ତା ନିର୍ମାଣ ପାଇଁ ଭସ୍କେଲ ଜଳ ଯୋଗାଣ କାର୍ଯ୍ୟାଳୟରେ ଧାରଣା ଦେବି ବୋଲି ସେ କହିଛନ୍ତି। ବିଜେଡି ପ୍ରାର୍ଥୀ ଦୁର୍ଗା କହିଛନ୍ତି, ମୁଁ ରାଜନୀତିରେ ନୂଆ କିନ୍ତୁ ବିଜେଡି ଲୋକଙ୍କ ଦଳ। ୱାର୍ଡବାସୀ ଜିତାଇଲେ ପ୍ରାଥମିକ ସ୍ତରରେ ଭାଲୁଗୁଡ଼ା ସାହି ଭିତର ରାସ୍ତା, ଚଢ଼େଇଗୁଡ଼ାକୁ ସଂଯୋଗ କରୁଥିବା କେନାଲ ରାସ୍ତା, ପାନୀୟ ଜଳ, ଶ୍ମଶାନକୁ ରାସ୍ତା ଓ ବିଶ୍ରାମଗୃହ ସୁବିଧା କରାଯିବ। ପୂର୍ବରୁ କଂଗ୍ରେସ ପ୍ରାର୍ଥୀ କିଛି କରିନାହାନ୍ତି ବୋଲି ସେ କହିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ସନ୍ତୋଷ କହିଛନ୍ତି, ପୂର୍ବ କାଉନ୍‌ସିଲରମାନେ ଯାହା କରିନାହାନ୍ତି ତାହା ମୁଁ କରିବାକୁ ଚେଷ୍ଟା କରିବି। ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଭୋଟର ମୋତେ ନିଶ୍ଚୟ ଭୋଟ ଦେବେ ବୋଲି ସେ ଆଶା ରଖିଛନ୍ତି। ସ୍ବାଧୀନ ପ୍ରାର୍ଥୀ ରବୀନ୍ଦ୍ର ମଧ୍ୟ ଲୋକଙ୍କ ପାଖକୁ ମୌଳିକ ସୁବିଧା ପହଞ୍ଚାଇବା ବ୍ୟବସ୍ଥା କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚୁନି। ସ୍ବାଧୀନ ଭାବେ ଲୋକଙ୍କ ନିକଟରେ ତାହା ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଉପରେ ଚଢିଗଲା ଟ୍ରକ: ୩ ଘଟଣାସ୍ଥଳରେ ମୃତ, ୯ ଗୁରୁତର ଆହତ

ରାଇଘର,୨୧/୪: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଟୋ ଓ ଟ୍ରକ ମୁହମୁହି ଧକ୍କା ହେବା ଫଳରେ...

ମାଣ୍ଡିଆ କିଣାର ଭିଜିଲାନ୍ସ ତଦନ୍ତ ଦାବି କଲେ ଚାଷୀ

ନବରଙ୍ଗପୁର,୨୧।୪,(ସଦାଶିବ ପ୍ରହରାଜ)ନବରଙ୍ଗପୁରରେ କର୍ନାଟକରୁ ଆସିଥିବା ଏକ ମାଣ୍ଡିଆ ବୋଝେଇ ଗାଡ଼ି ଶୁକ୍ରବାର ଜବତ ହୋଇଛି। ଏହାପରେ ଜିଲାରେ ମିଲେଟ ମିଶନ କିପରି କାର୍ଯ୍ୟକାରୀ ହେଉଛି ତାହାକୁ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri