ଯୁଦ୍ଧ ବିଭୀଷିକା ବଖାଣିଲେ ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ର

ନବରଙ୍ଗପୁର,୧୦ା୩(ବି.ପ୍ର.) ୟୁକ୍ରେନ୍‌ରେ ଫସିଥିବା ନବରଙ୍ଗପୁରର ଡାକ୍ତରୀ ଛାତ୍ର ନୃସିଂହ ନାଥ ପାତ୍ର ଓ ସୌରଭ ସାହୁ ଘରକୁ ଫେରିଛନ୍ତି। ସେଠାକାର ଯୁଦ୍ଧ ବିଭୀଷିକା ଓ ବଞ୍ଚତ୍ବା ପାଇଁ ସେମାନେ କରିଥିବା ସଂଗ୍ରାମ ସମ୍ପର୍କିତ ଅନୁଭୂତି ବଖାଣିଥିଲେ।
ନବରଙ୍ଗପୁର ସହର କେଉଟ ସାହିର ରଜନୀ ପାତ୍ରଙ୍କ ପୁଅ ନୃସିଂହ ନାଥ ୟୁକ୍ରେନ୍‌ର ଟେରନାପିନ ନ୍ୟାଶନାଲ ମେଡିକାଲ ୟୁନିଭରସିଟିରେ ଡାକ୍ତରୀ ପାଠ ପଢୁଥିଲେ। ଚଳିତବର୍ଷ ତାଙ୍କର ପାଠ୍ୟକ୍ରମର ପଞ୍ଚମ ବର୍ଷ ଥିଲା। ପାଠ୍ୟକ୍ରମ ଶେଷ ହେବା ପୂର୍ବରୁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଯିବାରୁ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ୟୁକ୍ରେନ୍‌ ଉପରେ ହଠାତ୍‌ ଆକ୍ରମଣ କରିଥିଲା ରୁଷ। ଫଳରେ ଅନ୍ୟ ଭାରତୀୟଙ୍କ ସହିତ ନୃସିଂହ ନାଥ ମଧ୍ୟ ୟୁକ୍ରେନ୍‌ରେ ଫସି ଯାଇଥିଲେ। ସେ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ଥିବା ଭାରତୀୟ ଦୂତବାସରେ ଆସି ୨ଦିନ ରହିଥିଲେ। ସେଠାରୁ ଟ୍ରେନ୍‌ ଯୋଗେ ୟୁକ୍ରେନ ବର୍ଡର ଅତିକ୍ରମ କରି ସ୍ଲୋଭାକିଆରେ ପହଞ୍ଚତ୍ଥିଲେ। ସେଠାରୁ ସୁରକ୍ଷିତ ଭାବେ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ଦିଲ୍ଲୀ-ବିଶାଖାପାଟଣା ହୋଇ ନବରଙ୍ଗପୁରରେ ପହଞ୍ଚତ୍ ଥିବା ନେଇ ନୃସିଂହ ନାଥ କହିଛନ୍ତି। ସେହିଭଳି ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ଗାଁର ସୁବାସ ସାହୁଙ୍କ ଏକ ମାତ୍ର ପୁଅ ସୌରଭ ମଧ୍ୟ ୟୁକ୍ରେନ୍‌ର ମାଇକଲେଭରେ ଫସି ରହିଥିଲେ। ସେ ପେଟ୍ରୋ ମହିଲ ବ୍ଲାକ ସି ନ୍ୟାଶନାଲ ୟୁନିଭରସିଟିରେ ପଢୁଥିଲେ। ସେ ମାଇକଲିଭରୁ ତିନି ଦିନ ବସ ଯାତ୍ରା କରି ଓଡେଶା, ମାଲଦିଆ ହୋଇ ରୋମାନିଆରେ ପହଞ୍ଚତ୍ବା ପରେ କେନ୍ଦ୍ର ସରକାରଙ୍କ ଚେଷ୍ଟାରେ ମୁମ୍ବାଇରେ ପହଞ୍ଚତ୍ଥିଲେ। ସେଠାରୁ ଭୁବନେଶ୍ୱର ଆସିବା ପରେ ନବରଙ୍ଗପୁର ଅଭିମୁଖେ ବାହାରିଥିଲେ। ଯୁଦ୍ଧ ବିଭୀଷିକା ଭିତରେ ସେମାନେ କିପରି ବଞ୍ଚତ୍ବାକୁ ସଂଗ୍ରାମ କରୁଥିଲେ ସେ ସମ୍ପର୍କରେ ସୌରଭ କହିଛନ୍ତି। ଘରକୁ ଫେରିଲା ପରେ ବାପା ସୁବାସ କୁମାର ସାହୁଙ୍କ ସହ ମିଶି ନବରଙ୍ଗପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକଙ୍କୁ ଭେଟିଥିଲେ। ସେମାନଙ୍କ ଭବିଷ୍ୟତ ଉପରେ ଜିଲା ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ସୌରଭ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଗୀକରଣ ଓ ପଦୋନ୍ନତି ପାଇଁ ସ୍ପଷ୍ଟୀକରଣ ମିଳୁନି

ନବରଙ୍ଗପୁର,୧।୬(ବି.ପ୍ର.): ପଦୋନ୍ନତି ଓ ସ୍ବଳ୍ପ ଦରମା ଶିକ୍ଷକଙ୍କ ଅସନ୍ତୋଷର କାରଣ ଥିଲା। ଭିନ୍ନ ଭିନ୍ନ ଶିକ୍ଷକ ସଙ୍ଗଠନର ବିଭିନ୍ନ ପ୍ରକାର ସ୍ବାର୍ଥ ସମ୍ବଳିତ ଦାବି ଏଥିରେ...

ମିଳୁଛି ରୋଗୀସେବା, ବାହାରୁ କିଣିବାକୁ ପଡ଼ୁଛି ଔଷଧ

ତେନ୍ତୁଳିଖୁଣ୍ଟି,୧୩।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାସ୍ଥିତ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ଉପରେ ସଦର ବ୍ଲକର ୪, ନନ୍ଦାହାଣ୍ଡି ବ୍ଲକର ୨, କଳାହାଣ୍ଡି ଥୁଆମୂଳ ରାମପୁର...

ସ୍ବତନ୍ତ୍ର ବିଦ୍ୟାଳୟରେ ତ୍ରିରଙ୍ଗା ଉଡ଼ାଇଲେ ଜିଲାପାଳ

ନବରଙ୍ଗପୁର,୧୫।୮(ବି.ପ୍ର.): ନବରଙ୍ଗପୁର ଜିଲା ସ୍ବତନ୍ତ୍ର ବିଦ୍ୟାଳୟ ଆଶାକିରଣରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାପାଳ ଡ. କମଳଲୋଚନ ମିଶ୍ର ଯୋଗଦେଇ ପତାକା...

ଭାଇରାଲ ହେଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର

ନବରଙ୍ଗପୁର,୧୪।୩(ଡି.ଏନ୍‌.ଏ.): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ମଙ୍ଗଳବାର ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ହୋଇଥିଲା। ତେବେ ନବରଙ୍ଗପୁର ଜିଲାରେ ମାଟ୍ରିକ...

ସ୍କୁଲର ୭ଜଣଙ୍କୁ କରୋନା

ଚନ୍ଦାହାଣ୍ଡି,୪।୮ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ...

କରୋନା ସଂକ୍ରମଣ ପ୍ରତିହତ ଲାଗି ବିଶୋଧକ ସିଞ୍ଚନ

ଡାବୁଗାଁ,୬ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ କରୋନା ସଂକ୍ରମଣ ପ୍ରତିହତ ଲାଗି ଡାବୁଗାଁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ରବିବାର ଅପରାହ୍ନରେ ବିଶୋଧକ ସିଞ୍ଚନ କରାଯାଇଛି। ଡାବୁଗାଁ...

ସ୍ବାଧୀନତା ଦିବସରେ ଗାନ୍ଧିଜୀଙ୍କୁ ଅସମ୍ମାନ

ଚନ୍ଦାହାଣ୍ଡି, ୧୫।୮(ଡି.ଏନ୍‌.ଏ.)-ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ସମସ୍ତେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇଥାନ୍ତି। ଜାତୀୟ ପତାକା ଉତ୍ତୋଳନ ପରେ ସେମାନଙ୍କ ବଳିଦାନର କଥା ଚର୍ଚ୍ଚା ହୋଇଥାଏ।...

ସାମାଜିକ ଦୂରତ୍ୱ ପାଳନର ଚମତ୍କାର ଚିତ୍ର ଦେଉଛି ଗାଁ

ପାପଡ଼ାହାଣ୍ଡି,୫।୪(ଡି.ଏନ୍.ଏ.): କରୋନାକୁ ନେଇ ଗାଁଠୁ ସହର ସବୁଠି ସଚେତନତା ଜାରି ରଖିଛି ପୋଲିସ ଓ ପ୍ରଶାସନ। ସହରରେ ସମସ୍ତେ ଉଚ୍ଚଶିକ୍ଷିତ ଥାଇ ମଧ୍ୟ କେତେକ ବ୍ୟକ୍ତି...

Advertisement
Archives

Model This Week