ଅସନ୍ତୁଷ୍ଟ କର୍ମୀ ହେଉଛନ୍ତି ସ୍ବାଧୀନ ପ୍ରାର୍ଥୀ, ବିଜୟରେ ନେବେ ନିର୍ଣ୍ଣାୟକ ଭୂମିକା

ନବରଙ୍ଗପୁର,୯।୩(ବି.ପ୍ର.): ସହରରେ ଏବେ ଚାରିଆଡ଼େ ଚାଲିଛି ରାଜନୀତି ଚର୍ଚ୍ଚା। ପୌର ଅଧ୍ୟକ୍ଷ ପାଇଁ କିଏ ଉପଯୁକ୍ତ। କାହାର ପଲା ହେବ ଭାରି। କେଉଁ ଦଳ କିଭଳି ଲୋକ ସମ୍ପର୍କ ରଖି ଭବିଷ୍ୟତରେ କାର୍ଯ୍ୟ କରିବେ, ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ୭ ତାରିଖରେ ୭ ଜଣ ନବରଙ୍ଗପୁର ପୌରାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଚଳିତ ଥର ନବରଙ୍ଗପୁର ପୌର ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। କିନ୍ତୁ ଆଶାୟୀମାନେ ନିଜ ଦଳରୁ ଟିକେଟ ପାଇନାହାନ୍ତି। ଦଳ ବଦଳ କରି କେତେଜଣ ନୂଆ ଦଳରୁ ଟିକେଟ ପାଇଥିବାବେଳେ ଆଉ କେତେଜଣ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏଣୁ ଏବେ ବ୍ୟକ୍ତିଙ୍କ ଭାବମୂର୍ତ୍ତି ଓ ଲୋକଙ୍କ ସହ ସମ୍ପର୍କ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।
ବିଜେଡି ଟିକଟ ପାଇଁ ଆଶାବାଦୀ ରହିଥିବା ପ୍ରାର୍ଥୀ ଏବେ ସ୍ବାଧୀନ ଭାବେ ଲଢୁଛନ୍ତି। ଜଣେ ପ୍ରାର୍ଥୀ ଭାଜପା ପକ୍ଷରୁ ଲଢ଼ୁଛନ୍ତି। ବିଜେଡି ରଣନୀତି ପ୍ରୟୋଗ କରି କଂଗ୍ରେସର ଟାଣୁଆ ନେତା ଭୀମ ହରିଜନଙ୍କୁ ନିଜ ଦଳରେ ସାମିଲ କରି ଟିକେଟ ଦେଇଛି। ପୂର୍ବତନ ଏମ୍‌ପି ପ୍ରଦୀପ ମାଝି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ତାଙ୍କ ଲିଙ୍କ୍‌ରେ ଥିବା ଭୀମ ହରିଜନ ମଧ୍ୟ ପୌର ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡିଥିଲେ। ସେ ବିଜେଡିରେ ମିଶିବା ପରେ ଦଳୀୟ ଟିକଟ ପାଇ ଅଧ୍ୟକ୍ଷ ପଦରେ ପ୍ରାର୍ଥୀ ହୋଇଛନ୍ତି। ଭୀମ କଂଗ୍ରେସ ଛାଡ଼ିବା ପରେ ଦଳ ନିଲମ ହରିଜନଙ୍କୁ ପ୍ରାର୍ଥୀ କଲା। ଏସ୍‌ବିଆଇର ଅବସରପ୍ରାପ୍ତ କର୍ମଚାରୀ କୁନୁ ନାୟକ ବିଜେଡି ଟିକଟ ପାଇଁ ଆଶାବାଦୀ ହୋଇ ନିରାଶ ହେବା ପରେ ସେ ଏବେ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ଭାଜପାରୁ ଟିକେଟ ଆଶା କରିଥିବା ଜିଲା କୃଷକ ମୋର୍ଚ୍ଚା ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ପୂଜାରୀ ଦଳରୁ ଟିକେଟ ନ ପାଇ ଏବେ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି। ସେହିଭଳି ଭାଜପାର ଯୁବନେତା
ସରୋଜ କୁମାର ବେହେରା ଓ ମନୋଜ ସଗରିଆ ମଧ୍ୟ ନିରାଶ ହୋଇ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ସାଗର ନାୟକ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି। ମନୋଜଙ୍କର ଠିକା ବ୍ୟବସାୟ, ଶ୍ରମିକ ସଙ୍ଗଠନ ସହ ସୁସମ୍ପର୍କ ରହି ଆସିଛି। ସାଗର ଶ୍ରମିକଙ୍କ ସହ ସୁସମ୍ପର୍କ ରଖିଥାନ୍ତି। ବିଜେଡିରୁ ଟିକଟ ପାଇଁ ଆଶା ରଖିଥିବା କୁନୁ ନାୟକ ଭାଜପାରୁ ପ୍ରାର୍ଥୀ ହେବା ଦ୍ୱାରା ବିଜେଡିକୁ ମଧ୍ୟ କିଛି ଝଟକା ଲାଗିଛି। ଭାଜପା, କଂଗ୍ରେସ, ବିଜେଡି ପ୍ରମୁଖ ତିନି ଦଳ ପାଇଁ ସ୍ବାଧୀନ ପ୍ରାର୍ଥୀମାନେ ନିର୍ଣ୍ଣାୟକ ହେବେ। ଭାଜପା ଦଳରେ ରହି ସ୍ବାଧୀନ ପ୍ରାର୍ଥୀ ହୋଇଥିବା ୩ ଜଣ ଭାଜପା ପାଇଁ ଅଲଗା ବାର୍ତ୍ତା ଦେବା ସହ ଭୋଟରଙ୍କ ମଧ୍ୟରେ ଅଡୁଆ ସୃଷ୍ଟି କରିବ ବୋଲି ସହରରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?