ଅସନ୍ତୁଷ୍ଟ କର୍ମୀ ହେଉଛନ୍ତି ସ୍ବାଧୀନ ପ୍ରାର୍ଥୀ, ବିଜୟରେ ନେବେ ନିର୍ଣ୍ଣାୟକ ଭୂମିକା

ନବରଙ୍ଗପୁର,୯।୩(ବି.ପ୍ର.): ସହରରେ ଏବେ ଚାରିଆଡ଼େ ଚାଲିଛି ରାଜନୀତି ଚର୍ଚ୍ଚା। ପୌର ଅଧ୍ୟକ୍ଷ ପାଇଁ କିଏ ଉପଯୁକ୍ତ। କାହାର ପଲା ହେବ ଭାରି। କେଉଁ ଦଳ କିଭଳି ଲୋକ ସମ୍ପର୍କ ରଖି ଭବିଷ୍ୟତରେ କାର୍ଯ୍ୟ କରିବେ, ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ୭ ତାରିଖରେ ୭ ଜଣ ନବରଙ୍ଗପୁର ପୌରାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଚଳିତ ଥର ନବରଙ୍ଗପୁର ପୌର ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। କିନ୍ତୁ ଆଶାୟୀମାନେ ନିଜ ଦଳରୁ ଟିକେଟ ପାଇନାହାନ୍ତି। ଦଳ ବଦଳ କରି କେତେଜଣ ନୂଆ ଦଳରୁ ଟିକେଟ ପାଇଥିବାବେଳେ ଆଉ କେତେଜଣ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏଣୁ ଏବେ ବ୍ୟକ୍ତିଙ୍କ ଭାବମୂର୍ତ୍ତି ଓ ଲୋକଙ୍କ ସହ ସମ୍ପର୍କ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।
ବିଜେଡି ଟିକଟ ପାଇଁ ଆଶାବାଦୀ ରହିଥିବା ପ୍ରାର୍ଥୀ ଏବେ ସ୍ବାଧୀନ ଭାବେ ଲଢୁଛନ୍ତି। ଜଣେ ପ୍ରାର୍ଥୀ ଭାଜପା ପକ୍ଷରୁ ଲଢ଼ୁଛନ୍ତି। ବିଜେଡି ରଣନୀତି ପ୍ରୟୋଗ କରି କଂଗ୍ରେସର ଟାଣୁଆ ନେତା ଭୀମ ହରିଜନଙ୍କୁ ନିଜ ଦଳରେ ସାମିଲ କରି ଟିକେଟ ଦେଇଛି। ପୂର୍ବତନ ଏମ୍‌ପି ପ୍ରଦୀପ ମାଝି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ତାଙ୍କ ଲିଙ୍କ୍‌ରେ ଥିବା ଭୀମ ହରିଜନ ମଧ୍ୟ ପୌର ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡିଥିଲେ। ସେ ବିଜେଡିରେ ମିଶିବା ପରେ ଦଳୀୟ ଟିକଟ ପାଇ ଅଧ୍ୟକ୍ଷ ପଦରେ ପ୍ରାର୍ଥୀ ହୋଇଛନ୍ତି। ଭୀମ କଂଗ୍ରେସ ଛାଡ଼ିବା ପରେ ଦଳ ନିଲମ ହରିଜନଙ୍କୁ ପ୍ରାର୍ଥୀ କଲା। ଏସ୍‌ବିଆଇର ଅବସରପ୍ରାପ୍ତ କର୍ମଚାରୀ କୁନୁ ନାୟକ ବିଜେଡି ଟିକଟ ପାଇଁ ଆଶାବାଦୀ ହୋଇ ନିରାଶ ହେବା ପରେ ସେ ଏବେ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ଭାଜପାରୁ ଟିକେଟ ଆଶା କରିଥିବା ଜିଲା କୃଷକ ମୋର୍ଚ୍ଚା ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ ପୂଜାରୀ ଦଳରୁ ଟିକେଟ ନ ପାଇ ଏବେ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି। ସେହିଭଳି ଭାଜପାର ଯୁବନେତା
ସରୋଜ କୁମାର ବେହେରା ଓ ମନୋଜ ସଗରିଆ ମଧ୍ୟ ନିରାଶ ହୋଇ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ସାଗର ନାୟକ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି। ମନୋଜଙ୍କର ଠିକା ବ୍ୟବସାୟ, ଶ୍ରମିକ ସଙ୍ଗଠନ ସହ ସୁସମ୍ପର୍କ ରହି ଆସିଛି। ସାଗର ଶ୍ରମିକଙ୍କ ସହ ସୁସମ୍ପର୍କ ରଖିଥାନ୍ତି। ବିଜେଡିରୁ ଟିକଟ ପାଇଁ ଆଶା ରଖିଥିବା କୁନୁ ନାୟକ ଭାଜପାରୁ ପ୍ରାର୍ଥୀ ହେବା ଦ୍ୱାରା ବିଜେଡିକୁ ମଧ୍ୟ କିଛି ଝଟକା ଲାଗିଛି। ଭାଜପା, କଂଗ୍ରେସ, ବିଜେଡି ପ୍ରମୁଖ ତିନି ଦଳ ପାଇଁ ସ୍ବାଧୀନ ପ୍ରାର୍ଥୀମାନେ ନିର୍ଣ୍ଣାୟକ ହେବେ। ଭାଜପା ଦଳରେ ରହି ସ୍ବାଧୀନ ପ୍ରାର୍ଥୀ ହୋଇଥିବା ୩ ଜଣ ଭାଜପା ପାଇଁ ଅଲଗା ବାର୍ତ୍ତା ଦେବା ସହ ଭୋଟରଙ୍କ ମଧ୍ୟରେ ଅଡୁଆ ସୃଷ୍ଟି କରିବ ବୋଲି ସହରରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ମେ’, ଜୁନ୍‌ରେ ୪ ଦିନ ଡ୍ରାଏ ଡେ

ନବରଙ୍ଗପୁର,୭।୪(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହିତ ସୁଚାରୁରୂପେ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ...

ଆଡ୍‌ମିଟ୍‌ କାର୍ଡ ପାଇଁ ଟଙ୍କା

ଚନ୍ଦାହାଣ୍ଡି, ୬।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡ଼ା ନୂତନ ହାଇସ୍କୁଲ ଛାତ୍ରୀଛାତ୍ରଙ୍କଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଡ୍‌ମିଟ୍‌ କାର୍ଡ ଦେବା...

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

ଶିକ୍ଷକଙ୍କ ମାଡ଼ରେ ନର୍ସରି ଛାତ୍ର ଲହୁଲୁହାଣ

ରାଇଘର,୨୨ା୩(କିରଣ ପଟ୍ଟନାୟକ):ନବରଙ୍ଗପୁର ଜିଲା କୁନ୍ଦେଇ ଥାନା ଅଧୀନ କାନାଡିହି ଗ୍ରାମର ଜଣେ ଛାତ୍ର ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଛାତ୍ରଙ୍କ...

କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାରକଲେ

ଉମରକୋଟ, ୨୦।୩(ସନ୍ତୋଷ ଶତପଥୀ): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ଉମରକୋଟ ଗସ୍ତ କରିଥିଲେ। ସେ ପ୍ରଥମେ ସ୍ଥାନୀୟ ଏକ ଚା’ ଦୋକାନରେ ଦଳୀୟ କର୍ମୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri